ଓଡିଶା

odisha

ରେଷ୍ଟୁରାଣ୍ଟର ଏସି ପବନରୁ ବ୍ୟାପିଲା କୋରୋନା, ଜାଣନ୍ତୁ ପୂରା ଖବର...

By

Published : Apr 21, 2020, 4:35 PM IST

ଏସି ପବନରେ ବ୍ୟାପିଲା କୋରୋନା। ଚୀନର ଏକ ରେଷ୍ଟୁରାଣ୍ଟରେ ଏସି ପବନ ପାଇଁ କୋରୋନାରେ ସଂକ୍ରମିତ ହେଲେ 9 ଜଣ। ଅଧିକ ଖବର ପଢନ୍ତୁ...

ac-  air-flow-spread-covid-19
ରେଷ୍ଟୁରାଣ୍ଟର ଏସି ପବନରୁ ବ୍ୟାପିଲା କୋରୋନା, ଜାଣନ୍ତୁ ପୂରା ଖବର...

ନୂଆଦିଲ୍ଲୀ: ଏସି ପବନରେ ବ୍ୟାପିଲା କୋରୋନା। ଚୀନର ଏକ ରେଷ୍ଟୁରାଣ୍ଟରେ ଏସି ପବନ ପାଇଁ କୋରୋନାରେ ସଂକ୍ରମିତ ହେଲେ 9 ଜଣ। ସଦ୍ୟତମ ଚୀନରେ ପ୍ରକାଶିକ ଏକ ରିପୋର୍ଟ ଅନୁସାରେ ଗୁଆନଝୁର ଏକ ରେଷ୍ଟୁରାଣ୍ଟରେ ଲଞ୍ଚ କରିବା ସମୟରେ 9 ଜଣ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 81 ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

ସୂଚନା ମୁତାବକ, ଗତ ଜାନୁୟାରୀ 23 ତାରିଖରେ ଚୀନର ଉହାନର ଏକ ପରିବାର ଗୁଆନଜୁ ଗସ୍ତ କରିଥିଲେ। ପରେ ଜାନୁୟାରୀ 24ରେ ଉକ୍ତ ପରିବାର ଗୁଆନଜୁର ଏକ ରେଷ୍ଟୁରାଣ୍ଟରେ ଲଞ୍ଚ କରିଥିଲେ। ସେହି ପରିବାରର ଏକ ଟେବୁଲ ନିକଟରେ ଆଉ ଦୁଇଟି ପରିବାର ମଧ୍ୟ ଲଞ୍ଚ କରିଥିଲେ।

ପରେ ଦିନର ଶେଷ ଆଡକୁ ଉହାନରୁ ଯାଇଥିବା ଫ୍ୟାମିଲର ଜଣେ ବ୍ୟକ୍ତିଙ୍କ ପ୍ରବଳ ଜ୍ବର ଓ କାଶ ହୋଇଥିଲା ଏବଂ ମେଡିକାଲ ଯାଇଥିଲେ। ତେବେ ଫେବୃୟାରୀ 5 ସୁଦ୍ଧା ପ୍ରଥମ ଆକ୍ରାନ୍ତଙ୍କ ପରିବାରର 4 ଜଣ ଓ ଦ୍ବିତୀୟ ଓ ତୃତୀୟ ଫ୍ୟାମିଲର ସମୁଦାୟ 5 ଏଭଳି 9 ଜଣ କୋରୋନାରେ ସଂକ୍ରମିତ ହୋଇଥିଲେ।

ଗବେଷଣାରୁ ପୁଣି ଜଣାପଡିଛି ଯେ କୋରୋନା ଭୂତାଣୁ ଉକ୍ତ ରେଷ୍ଟୁରାଣ୍ଟର ଏସି ପବନରୁ ବ୍ୟାପିବା ସହ ରେଷ୍ଟୁରାଣ୍ଟରେ ଉପସ୍ଥିତ ଅନ୍ୟମାନଙ୍କୁ ଆକ୍ରାନ୍ତ କରିଥିଲା। ଗବେଷକ ଏଠି ଦାବି କରିଛନ୍ତି ଯେ କାହିଁକି ବାକି 81 ଜଣ ସଂକ୍ରମିତ ହେଲେନି। କାରଣ ଏସିର ପବନର ବେଗ ଏହି 3 ଟି ଆଡକୁ ଅଧିକ ଥିବା ବେଳେ ଅନ୍ୟ ଟେବୁଲ ଆଡକୁ କମ ଗତିରେ ଯାଉଥିଲା। ଯେଉଁଥି ପାଇଁ ଏଠାରେ ଏରିଓସୋଲ ଟ୍ରାନ୍ସମିସନ ବା ବାୟୁ ବାହକ ସଂକ୍ରମଣ ହୋଇ ନାହିଁ।

ABOUT THE AUTHOR

...view details