ଓଡିଶା

odisha

By

Published : Jun 29, 2020, 3:07 PM IST

ETV Bharat / bharat

‘ସରକାର ଲୋକଙ୍କୁ ଚାଇନା ବଏକଟ୍ କହୁଛନ୍ତି, ନିଜେ ଚୀନଠାରୁ ଋଣ ଆଣୁଛନ୍ତି’

ଦେଶରେ ଚୀନ ବିରୋଧି ସ୍ଥିତି ସବୁଆଡେ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଚାଇନା ବଏକଟକୁ ନେଇ ମଧ୍ୟ ପ୍ରତିବାଦ ଦେଖିବାକୁ ମିଳୁଛି । ଏସବୁ ମଧ୍ୟରେ ଆମ୍ ଆଦମୀ ଦଳର ନେତା ତଥା ସାଂସଦ ସଞ୍ଜୟ ସିଂ ବିଜେପି ଉପରେ ଅଭିଯୋଗ ଆଣିଛନ୍ତି ।

ଆମ୍ ଆଦମୀ ଦଳର ନେତା ତଥା ସାଂସଦ ସଞ୍ଜୟ ସିଂ
ଆମ୍ ଆଦମୀ ଦଳର ନେତା ତଥା ସାଂସଦ ସଞ୍ଜୟ ସିଂ

ନୂଆଦିଲ୍ଲୀ: ଦେଶରେ ଚୀନ ବିରୋଧି ସ୍ଥିତି ସବୁଆଡେ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଚାଇନା ବଏକଟକୁ ନେଇ ମଧ୍ୟ ପ୍ରତିବାଦ ଦେଖିବାକୁ ମିଳୁଛି । ଏସବୁ ମଧ୍ୟରେ ଆମ୍ ଆଦମୀ ଦଳର ନେତା ତଥା ସାଂସଦ ସଞ୍ଜୟ ସିଂ ଅଭିଯୋଗ କରିଛନ୍ତି ଯେ ଚୀନ ସାମଗ୍ରୀକୁ ବଏକଟ୍ କରିବାକୁ କେନ୍ଦ୍ର ସରକାର ଲୋକଙ୍କୁ ନିବେଦନ କରୁଛନ୍ତି କିନ୍ତୁ ନିଜେ ବ୍ୟାଙ୍କ ଅଫ୍ ଚାଇନା ଠାରୁ 5,700 କୋଟି ଟଙ୍କା ଋଣ ନେଉଛନ୍ତି।

ଆପ ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ଟ୍ବିଟ୍ କରି ଲେଖିଛନ୍ତି, ‘ ବାଃ ବିଜେପି, ତୁମ ଡ୍ରାମା ପ୍ରଶଂସନୀୟ। ଦେଶ ଚାଇନାକୁ ବଏକଟ୍ କରନ୍ତୁ ବୋଲି କହୁଛନ୍ତି, କିନ୍ତୁ ମୋଦି ସରକାର ଚୀନ ଠାରୁ 5700 କୋଟି ଋଣ ନେଇଛନ୍ତି ’। ଲଦାଖର ଗଲୱାନ୍ ଉପତ୍ୟକାରେ ଭାରତ ଓ ଚୀନ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହେବା ପରେ ଚାଇନା ବଏକଟ୍ ସ୍ବର ତୀବ୍ର ହୋଇଥିଲା ।

ଯବାନଙ୍କ ପ୍ରସଙ୍ଗକୁ ନେଇ ସେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଚୀନ ଆଗରେ ଆଣ୍ଠୁମାଡି ବସିଛନ୍ତି। ସେ ଟ୍ବିଟ୍‌ରେ ଲେଖିଛନ୍ତି ଯେ ସୀମାନ୍ତରେ ଯବାନ ଶହୀଦ ହୋଇଛନ୍ତି କିନ୍ତୁ ବିଜେପି ମୁଣ୍ଡ ନୁଆଁଇବା ଭଳି ଯୋଜନା କରୁଛି । ପ୍ରକାଶଥାଉକି, ଏଲଏସିକୁ ନେଇ ମୁହାଁମୁହିଁ ପରିସ୍ଥିତି ମଧ୍ୟରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜୁନ 19 ରେ କହିଛି ଯେ ବେଜିଂ ଭିତ୍ତିକ ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ (AIIB) କୋରୋନା ମୁକାବିଲା ପାଇଁ ପ୍ରାୟ 5700 କୋଟି ଟଙ୍କା ପ୍ରଦାନ କରିବ।

ABOUT THE AUTHOR

...view details