ଓଡିଶା

odisha

By

Published : Jun 18, 2020, 8:56 PM IST

ETV Bharat / bharat

ଶିଖ୍ ଯୁବକଙ୍କୁ ଆକ୍ରମଣ, ଛଡାଇ ନେଲେ ପଗଡି

ପୁଣି ଜଣେ ଶିଖ୍ ଯୁବକଙ୍କୁ କିଛି ଲୋକ ପିଟି ଥିବାର ଖବର ରହିଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ...

ଶିଖ୍ ଯୁବକଙ୍କୁ ଆକ୍ରମଣ, ଛଡାଇ ନେଲେ ପଗଡି
ଶିଖ୍ ଯୁବକଙ୍କୁ ଆକ୍ରମଣ, ଛଡାଇ ନେଲେ ପଗଡି

ଆମରୋହା: ଭାରତରେ ଥମିବାର ନାଁ ନେଉନି ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ମାମଲା । ପୁଣି ଜଣେ ଶିଖ୍ ଯୁବକଙ୍କୁ କିଛି ଲୋକ ମାଡ ମାରିଥିବାର ଖବର ରହିଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଅନୁସାରେ, ଘଟଣାଟି ଉତ୍ତରପ୍ରଦେଶର ଆମରୋହା ଜିଲ୍ଲାର ଶେରପୁରରେ ଘଟିଛି । ଭିଡିଓରେ ଦେଖାଯାଇଛି ଯେ, ଶିଖ୍ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି । ଏହାସହ ତାଙ୍କ ପଗଡି ମଧ୍ୟ ଛଡାଇ ନେଇଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି ।

ଏନେଇ ଆମରୋହା ଏସପି ଭିପିନ୍ ଟାଣ୍ଡା ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଥାନାରେ ଏକ ମାମଲା ପଞ୍ଜୀକୃତ ହୋଇଛି । ଏହାସହ ଦୁଇ ଜଣଙ୍କୁ ଗିରଫ କରାଯାଇ ଜେଲକୁ ପଠାଯାଉଛି । ସେହିପରି ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସେ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details