ଓଡିଶା

odisha

By

Published : Oct 23, 2020, 10:12 AM IST

ETV Bharat / bharat

ଦେଶରେ କମୁଛି ସଂକ୍ରମଣ; 24 ଘଣ୍ଟାରେ 54,366 ନୂଆ ଆକ୍ରାନ୍ତ ଚିହ୍ନଟ

24 ଘଣ୍ଟାରେ ଦେଶରେ 54,366 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 690 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 77 ଲକ୍ଷ 61 ହଜାର 312 ରେ ପହଞ୍ଚିଛି ।

24 ଘଣ୍ଟାରେ 54,366  ନୂଆ ଆକ୍ରାନ୍ତ ଚିହ୍ନଟ
24 ଘଣ୍ଟାରେ 54,366 ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଯାହା ଦେଶ ପାଇଁ ଏକ ଆଶ୍ବସ୍ତିକର ଖବର । ଏହି କ୍ରମରେ 24 ଘଣ୍ଟାରେ ଦେଶରେ 54,366 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 690 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 77 ଲକ୍ଷ 61 ହଜାର 312 ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 24 ଘଣ୍ଟାରେ 73,979 ଆକ୍ରାନ୍ତ ସୁସ୍ଥ ସହ ଦେଶରେ ମୋଟ ଆକ୍ରାନ୍ତ ସୁସ୍ଥ ସଂଖ୍ୟା 69 ଲକ୍ଷ 48 ହଜାର 497 ରେ ପହଞ୍ଚିଛି । ସେହିପରି 24 ଘଣ୍ଟାରେ 20,303 ଆକ୍ରାନ୍ତ ଆକ୍ଟିଭ ସହ ଦେଶରେ ମୋଟ 6 ଲକ୍ଷ 95 ହଜାର 509 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ଦେଶରେ 1 ଲକ୍ଷ 17 ହଜାର 306 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details