ଓଡିଶା

odisha

By

Published : May 5, 2020, 12:10 AM IST

ETV Bharat / bharat

ପ୍ରବାସୀ ଶ୍ରମିକଙ୍କ ପାଇଁ ପ୍ରତିଦିନ ଗଡିବ 40 ସ୍ବତନ୍ତ୍ର ଟ୍ରେନ

ତେଲେଙ୍ଗାନାରେ ଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ପ୍ରତିଦିନ ଗଡିବ 40ଟି ଟ୍ରେନ । ଏକ ସପ୍ତାହ ପର୍ଯ୍ୟନ୍ତ ଏହି ଟ୍ରେନ ସବୁ ଚାଲିବ । ଅଧିକ ପଢନ୍ତୁ...

ପ୍ରବାସୀ ଶ୍ରମିକଙ୍କ ପାଇଁ ପ୍ରତିଦିନ ଗଡିବ 40 ସ୍ବତନ୍ତ୍ର ଟ୍ରେନ
ପ୍ରବାସୀ ଶ୍ରମିକଙ୍କ ପାଇଁ ପ୍ରତିଦିନ ଗଡିବ 40 ସ୍ବତନ୍ତ୍ର ଟ୍ରେନ

ହାଇଦ୍ରାବାଦ: ବର୍ତ୍ତମାନ ଦେଶବ୍ୟାପୀ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ଫେରାଇବାର ବ୍ୟବସ୍ଥା କରୁଛନ୍ତି ସମସ୍ତ ରାଜ୍ୟ ସରକାର । ବସ ପରେ ଏଥିପାଇଁ ବିଭିନ୍ନ ଜାଗାରୁ ଆସୁଛି ସ୍ବତନ୍ତ୍ର ଟ୍ରେନ । ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ତେଲେଙ୍ଗାନା ସରକାର ।

ଏନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି । ରାଜ୍ୟରେ ଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ପୂର୍ବରୁ ସବୁ ପ୍ରକାର ସାହାଯ୍ୟ ଯୋଗାଇଥିବାବେଳେ ଏବେ ସେମାନଙ୍କ ନିଜ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ପ୍ରତିଦିନ 40ଟି ସ୍ବତନ୍ତ୍ର ଟ୍ରେନ ସବୁ ରାଜ୍ୟକୁ ଗଡିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।

ତେବେ ଏକ ସପ୍ତାହ ପର୍ଯ୍ୟନ୍ତ ଏହି ଟ୍ରେନ ସବୁ ଚାଲିବ । ମଙ୍ଗଳବାରଠାରୁ ଏହି ଯୋଜନା ଆରମ୍ଭ ହେବ । ଦିନକୁ 40 ଟ୍ରେନ ହିସାବରେ ସପ୍ତାହକୁ 280ଟି ଟ୍ରେନ ଚାଲିବ ବୋଲି ସୂଚନା ରହିଛି ।

ସୌଜନ୍ୟ@ANI

ABOUT THE AUTHOR

...view details