ଓଡିଶା

odisha

କେରଳରେ ତୃତୀୟ କୋରୋନା ଆକ୍ରାନ୍ତ ମୃତ

By

Published : Apr 11, 2020, 11:53 AM IST

ଶନିବାର କେରଳରେ 3ୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ଦୀର୍ଘଦିନ ହେବ କିଡନୀ ରୋଗରେ ମଧ୍ୟ ପୀଡିତ ଥିଲେ । ଅଧିକ ପଢନ୍ତୁ...

COVID19
ଶନିବାର କେରଳରେ 3ୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି

ଥିରୁଅନନ୍ତପୁରମ୍: କେରଳରେ ଆଉଜଣେ କୋଭିଡ-19 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି ପାଇଛି । ମୃତକ ଜଣଙ୍କ ହେଲେ ପୁଡୁଚେରୀର ଜଣେ 71 ବର୍ଷୀୟ ବୃଦ୍ଧ ବୋଲି ସୂଚନା ଦେଇଛି କେରଳ ସ୍ୱାସ୍ଥ୍ୟ ବିଭାଗ ।

କେରଳରେ ତୃତୀୟ କୋରୋନା ଆକ୍ରାନ୍ତ ମୃତ

ତେବେ ବୃଦ୍ଧ ଜଣକ କେରଳର କନ୍ନୁର ପ୍ୟାରୀରାମ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା ଏବଂ କିଡନୀ କାମ କରୁନଥିଲା। ତାଙ୍କୁ ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ରଖାଯାଇଥିଲା ।

ସୂଚନାମୁତାବକ, ଦେଶରେ ବର୍ତ୍ତମାନ ସୁଦ୍ଧା 7 ହଜାର 618 ଜଣ ଆକ୍ରାନ୍ତ ଥିବାବେଳେ, ସେଥିମଧ୍ୟରୁ 774 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଏଥିରେ 249 ଜଣଙ୍କର ମୃତ୍ୟୁ ହୋଇସାରିଛି । ଅନ୍ୟପଟେ ରାଜ୍ୟରେ ଏବେ 364 ଜଣ ଆକ୍ରାନ୍ତ ଥିବାବେଳେ 134 ଜଣ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details