ଓଡିଶା

odisha

By

Published : Aug 21, 2020, 12:29 AM IST

ETV Bharat / bharat

ରେଳ ଧାରଣାରେ ବେଆଇନ ପ୍ରବେଶ, 3 ବର୍ଷରେ 30 ହଜାର ମୃତ

ଗତ ତିନି ବର୍ଷ ମଧ୍ୟରେ ରେଳ ଧାରଣାରେ ବେଆଇନ ପ୍ରବେଶ କରିଥିବାରୁ ପ୍ରାୟ ପ୍ରାୟ 30,000 ଲୋକ ପ୍ରାଣ ହରାଇଛନ୍ତି । ଏନେଇ ରେଳବାଇ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି। ଅଧିକ ପଢନ୍ତୁ...

ରେଳ ଧାରଣାରେ ବେଆଇନ ପ୍ରବେଶ, 3 ବର୍ଷରେ 30 ହଜାର ମୃତ
ରେଳ ଧାରଣାରେ ବେଆଇନ ପ୍ରବେଶ, 3 ବର୍ଷରେ 30 ହଜାର ମୃତ

ନୂଆଦିଲ୍ଲୀ: ଗତ ତିନି ବର୍ଷ ମଧ୍ୟରେ ରେଳ ଧାରଣାରେ ବେଆଇନ ପ୍ରବେଶ କରିଥିବାରୁ ପ୍ରାୟ ପ୍ରାୟ 30,000 ଲୋକ ପ୍ରାଣ ହରାଇଛନ୍ତି । ଏନେଇ ରେଳବାଇ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି।

ଗତ ଆର୍ଥିକ ବର୍ଷରେ ଜାତୀୟ ରାଜପଥରେ ପରିବହନ କ୍ଷେତ୍ରରେ ମୃତ୍ୟୁହାର ଶୂନ ରହିଥିବା ନୀତି ଆୟୋଗ ପକ୍ଷରୁ କୁହାଯାଇଛି । ରେଳ ମନ୍ତ୍ରଣାଳୟର ଦାବି ଉପରେ ନୀତି ଆୟୋଗ ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ ଏହା ପ୍ରକାଶ କରାୟାଇଛି । ପ୍ରତିବର୍ଷ ମୁମ୍ବାଇ ସୁବରବନ ଟ୍ରେନରେ 2,000 ରୁ ଅଧିକ ଲୋକ ପ୍ରାଣ ହରାଇଥିବା କୁହାଯାଇଛି ।

ଯାଦବ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ରେଳବାଇ 2016-17 ବର୍ଷରେ 195 ମୃତ୍ୟୁ ରେକର୍ଡ କରିଛି ଯାହା 2017-18 ରେ 28 ଏବଂ 2018-19 ରେ 16କୁ ହ୍ରାସ ପାଇଛି । ଧାରଣାର ବାହାରେ ମୃତ୍ୟୁକୁ ତଥ୍ୟରୁ ବାଦ ଦିଆଯାଇଛି । ଏହି ତଥ୍ୟ ନୀତି ଆୟୋଗଙ୍କୁ ମଧ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ରେଳ ମନ୍ତ୍ରଣାଳୟର ମୁଖପାତ୍ରଙ୍କ ଦ୍ବାରା ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ ରେଳ ଦୁର୍ଘଟଣା ଯୋଗୁଁ ଯାତ୍ରୀଙ୍କ ମୃତ୍ୟୁ ଶୂନ୍ୟ ହୋଇଯାଇଥିବା ବେଳେ ଟ୍ରେନରୁ ଖସିଯିବା ଭଳି ଅବହେଳା ଏବଂ ଦୁର୍ଭାଗ୍ୟଜନକ ଘଟଣା ଯୋଗୁଁ ଅନେକ ଆହତ ହୋଇଛନ୍ତି । ଯାତ୍ରୀଙ୍କ ଅସାବଧାନତା ଯୋଗୁଁ ଏପରି ଘଟଣା ଘଟିଥିବା ବେଳେ ଏଥିରେ ରେଳବାଇର କୌଣସି ନିୟନ୍ତ୍ରଣ ନାହିଁ । ତେଣୁ ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରୟାସ ଜାରି ରହିଥିବା କୁହାଯାଇଛି। ’

ଯାଦବ ଏହା ମଧ୍ୟ କହିଛନ୍ତି ଯେ ରେଳବାଇରେ ପ୍ରତିବର୍ଷ ମୃତ୍ୟୁ ସଂଖ୍ୟା ହ୍ରାସ କରିବାକୁ ମନ୍ତ୍ରଣାଳୟ ଆସନ୍ତା ବର୍ଷରେ ସ୍ଥାପନ କରିବାକୁ ଯୋଜନା କରୁଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ରେଳବାଇର ସ୍ୱୟଂଚାଳିତ ବ୍ରେକ୍ ବ୍ୟବସ୍ଥା ନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details