ଓଡିଶା

odisha

By

Published : Jan 9, 2020, 8:22 PM IST

ETV Bharat / bharat

ଓଡିଶାରୁ ଗଞ୍ଜେଇ ଆଣି ଦିଲ୍ଲୀରେ ବିକ୍ରି ଉଦ୍ୟମ: 2 ଗିରଫ, ଦେଢ କ୍ବିଣ୍ଟାଲ ଗଞ୍ଜେଇ ଜବତ

ନୂଆଦିଲ୍ଲୀ ନନ୍ଦା ନଗରୀ ପୋଲିସ ଦୁଇ ଗଞ୍ଜେଇ ବିପାରୀଙ୍କୁ 148 କେଜି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ କରିଛି । ଏମାନେ ଓଡିଶାରୁ ଆଣିଥିବା ଗଞ୍ଜେଇକୁ ଦିଲ୍ଲୀରେ ବିକ୍ରି କରିବାକୁ ଯୋଜନା କରୁଥିଲେ ।

drug smugglers arrested
ଦିଲ୍ଲୀରେ ଗଞ୍ଜେଇ ବିପାରୀ ଗିରଫ

ନୂଆଦିଲ୍ଲୀ: ଗଞ୍ଜେଇ ରୋରା ଚାଲାଣ ଅଭିଯୋଗରେ 2 ଗିରଫ । ନୂଆଦିଲ୍ଲୀ ନନ୍ଦା ନଗରୀ ପୋଲିସ ଏହି ଦୁଇ ଗଞ୍ଜେଇ ବିପାରୀଙ୍କୁ 148 କେଜି ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରିଛି । ଏମାନେ ଓଡିଶାରୁ ଆଣିଥିବା ଗଞ୍ଜେଇକୁ ଦିଲ୍ଲୀରେ ବିକ୍ରି କରିବାକୁ ଯୋଜନା କରୁଥିଲେ ।

ପୋଲିସ ଜବତ କରିଥିବା ଗାଡିରୁ 148 କିଲୋଗ୍ରାମର ଗଞ୍ଜେଇ ଜବତ କରାଯାଇଛି । ଗିରଫ ହୋଇଥିବା ଦୁଇ ଜଣ ଯଥାକ୍ରମେ 32 ବର୍ଷୀୟ ମୁକେଶ କୁମାର ଓ 34 ବର୍ଷୀୟ ଶିବ କୁମାର ବୋଲି ଚିହ୍ନଟ କରାଯାଇଛି । ଏମାନେ ବିହାରର ମୂଳ ବାସିନ୍ଦା ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ତଦନ୍ତ କରିଥିବା ଉତ୍ତର-ପୂର୍ବ ଡିସିପି ବେଦ ପ୍ରକାଶ ସୂର୍ଯ୍ୟା କହିଛନ୍ତି ଯେ, ଜବତ ଗାଡିରେ ଅବୈଧ ଭାବେ ଗଞ୍ଜେଇ ଚୋରା ଚାଲାଣ ହେବାନେଇ ଖବର ପାଇବା ପରେ ଏହି ଘଟଣାର ତଦନ୍ତ କରିବାକୁ ଯାଇ ନନ୍ଦନଗରୀ ଏସିପିଙ୍କ ନେତୃତ୍ବରେ ତାଙ୍କ ଟିମ ବଜିରାବାଦ ରୋଡ ମଣ୍ଡଳ ଜେଲ ସାମ୍ନାରେ ରାସ୍ତା ଅବରୋଧ କରିଥିଲେ ।

ଏହି ସମୟରେ ଭୋପୁରା ବର୍ଡର ପଟୁ ଆସୁଥିବା ଧୂସର ରଙ୍ଗର ସେଣ୍ଟ୍ରୋ କାରକୁ ଅଟକାଇ ଥିଲେ । ଏହାପରେ ଗାଡିର ଖାନ ତଲାସି ପରେ ସେଥିରୁ 148କେଜି ଗଞ୍ଜେଇ ଜବତ କରାଯାଇଛି । ତେବେ ଦୁଇ ଅଭିଯୁକ୍ତ ଦିର୍ଘଦିନରୁ ଏହି କାରବାରରେ ସକ୍ରିୟ ଥିବା ପଚରାଉଚରା ପରେ ଜଣାପଡିଛି । ଏମାନଙ୍କୁ 2015 ମସିହା ଚୋରା ମଦ କାରବାରରେ ମଧ୍ୟ ଗିରଫ କରାଯାଇଥିବାବେଳେ ଏବେ ବି ଥାନାରେ ମାମଲା ରହିଛି ।

ABOUT THE AUTHOR

...view details