ଓଡିଶା

odisha

By

Published : Jul 6, 2021, 4:18 PM IST

ETV Bharat / bharat

Khela Hobe Diwas: ଦିଦିଙ୍କ ଘୋଷଣା, ପଶ୍ଚିମବଙ୍ଗରେ ପାଳନ ହେବ 'ଖେଲା ହୋବେ ଦିବସ'

କ୍ଷମତାସୀନ ତୃଣମୂଳ କଂଗ୍ରେସ(TMC) ପକ୍ଷରୁ ଦିଆଯାଇଥିବା ନାରା 'ଖେଲା ହୋବେ' ଅର୍ଥାତ ଖେଳ ହେବ ନାରା ବଦଳାଇଦେଇଥିଲା ନିର୍ବାଚନର ସମ୍ପୂର୍ଣ୍ଣ ଖେଳ । ଆଉ ଏବେ ଏହି ନାରାକୁ ନେଇ ଖେଲା ହୋବେ(Khela Hobe Diwas) ଦିବସ ପାଳନ କରିବ ଟିଏମସି । ଅଧିକ ପଢନ୍ତୁ...

Khela Hobe Diwas: ଦିଦିଙ୍କ ଘୋଷଣା, ପଶ୍ଚିମବଙ୍ଗରେ ପାଳନ ହେବ 'ଖେଲା ହୋବେ ଦିବସ'
Khela Hobe Diwas: ଦିଦିଙ୍କ ଘୋଷଣା, ପଶ୍ଚିମବଙ୍ଗରେ ପାଳନ ହେବ 'ଖେଲା ହୋବେ ଦିବସ'

କୋଲକାତା: ରାଲି ହେଉ କି ରୋଡ ଶୋ, 'ନାରା' ସବୁବେଳେ ନିର୍ବାଚନୀ ମାହୋଲକୁ କରିଥାଏ ସରଗରମ । କେତେବେଳେ ବିରୋଧୀକୁ ଟାର୍ଗେଟ ତ ଆଉ କେତେବେଳେ ସରକାରର କାମ ବଖାଣିବାକୁ ନାରାର ସାହାରା ନେଇଥାନ୍ତି ରାଜନେତା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଚର୍ଚ୍ଚାରେ ରହିଥିଲା ଏଭଳି ଏକ ନାରା ।

କ୍ଷମତାସୀନ ତୃଣମୂଳ କଂଗ୍ରେସ(TMC) ପକ୍ଷରୁ ଦିଆଯାଇଥିବା ନାରା 'ଖେଲା ହୋବେ' ଅର୍ଥାତ ଖେଳ ହେବ ନାରା ବଦଳାଇଦେଇଥିଲା ନିର୍ବାଚନର ସମ୍ପୂର୍ଣ୍ଣ ଖେଳ । ଆଉ ଏବେ ଏହି ନାରାକୁ ନେଇ ଖେଲା ହୋବେ ଦିବସ (Khela Hobe Diwas) ପାଳନ କରିବ ଟିଏମସି ।

ଜନସାଧାରଣ ଖେଲା ହୋବେକୁ କରିଛନ୍ତି ସ୍ବୀକାର । ଏଥିପାଇଁ ବଙ୍ଗରେ ଖେଲା ହୋବେ ଦିବସ ପାଳନ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ବିଧାନସଭାରେ ଏହି କଥା କହିଛନ୍ତି ମମତା ।

ତୃଣମୂଳ କଂଗ୍ରେସ ଆଉ ଖାସ କରି ମମତା ବାନାର୍ଜୀ ଏହି ନାରାକୁ ନିର୍ବାଚନୀ ରାଲିରେ ବ୍ୟବହାର କରିଥିଲେ । ଭାରତୀୟ ଜନତା ପାର୍ଟି ଉପରେ ଥିଲା ଏହାର ସିଧାସଳଖ ଟାର୍ଗେଟ । ଆଉ ଏହି ନାରା ହିଁ ଟିଏମସି ପକ୍ଷରେ ମାହୋଲ ସୃଷ୍ଟି କରିବାରେ ସାହାଯ୍ୟ କରିଥିବା ଏଥିରେ କୌଣସି ସନ୍ଦେହ ନାହିଁ ।

କେବଳ ଖେଲା ହୋବେରେ ସୀମିତ ନଥିଲା ଏହି ନାରା । ଖେଲା ହୋବେ ସହିତ ଆହୁରି ଅନେକ ନାରା ଦେଇଥିଲେ ମମତା ବାନାର୍ଜୀ । 'ଖେଲା ହୋବେ, ଦେଖା ହୋବେ, ଜିତା ହୋବେ'କୁ ଜୋର ଦେଇଥିଲେ ଦିଦି । ସେହିପରି ବିଜେପିର ଜୟ ଶ୍ରୀରାମ ନାରାକୁ କାଉଣ୍ଟର କରି 'ହରେ କୃଷ୍ଣ ହରେ ରାମ, ବିଦା ହୋ ବିଜେପି ବାମ'ର ନାରା ମଧ୍ୟ ଦେଇଥିଲେ ମମତା ।

ABOUT THE AUTHOR

...view details