ଓଡିଶା

odisha

By

Published : Jan 11, 2022, 7:10 PM IST

ETV Bharat / bharat

NIA ରାଡାରରେ ବାଂଲାଦେଶୀ ନେଟଓ୍ବାର୍କ, ଭାରତକୁ ଆସୁଛି ସୀମା ପାର ଜାଲ ନୋଟ

ବାଂଲାଦେଶରୁ ଭାରତକୁ ଆସୁଛି ନକଲି ନୋଟ । NIA ରାଡାରରେ ବାଂଲାଦେଶୀ ନେଟଓ୍ବାର୍କ । ଉତ୍ତର ପ୍ରଦେଶରୁ ଜାଲ ନୋଟ ଠାବ ହେବା ପରେ ଜାରି ରହିଛି ତଦନ୍ତ । ଅଧିକ ପଢନ୍ତୁ

NIA ରାଡାରରେ ବାଂଲାଦେଶୀ ନେଟଓ୍ବାର୍କ, ଭାରତକୁ ଆସୁଛି ସୀମା ପାର ଜାଲନୋଟ
NIA ରାଡାରରେ ବାଂଲାଦେଶୀ ନେଟଓ୍ବାର୍କ, ଭାରତକୁ ଆସୁଛି ସୀମା ପାର ଜାଲନୋଟ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ରାଡାରରେ ଆନ୍ତର୍ଜାତୀୟ ନକଲି ନୋଟ ନେଟଓ୍ବାର୍କ । ବାଂଲାଦେଶରୁ ବଙ୍ଗ ସୀମା ଦେଇ ଭାରତକୁ ଚାଲାଣ ହେଉଛି ନକଲି ଭାରତୀୟ ନୋଟ । ଏପରି ଏକ ଘଟଣା ଉତ୍ତର ପ୍ରଦେଶରୁ ସାମ୍ନାକୁ ଆସିବା ପରେ ବାଂଲାଦେଶରୁ ପରିଚାଳିତ ହେଉଥିବା ଏକ ନକଲି ନୋଟ ନେଟଓ୍ବାର୍କକୁ ରାଡାରକୁ ଆଣିଛି NIA ।

2019 ମସିହା ନଭେମ୍ବର 26 ତାରିଖରେ ଉତ୍ତର ପ୍ରଦେଶର ଆତଙ୍କବାଦ ନିରୋଧୀ ସ୍କାର୍ଡ (ATS) ଦ୍ବାରା ପଞ୍ଜୀକୃତ ହୋଇଥିବା ଏକ ନକଲି ନୋଟ ଚାଲାଣ ମାମଲାର ତଦନ୍ତ ଜାରି ରହିଥିବା ପରବର୍ତ୍ତୀ ସ୍ଥିତିରେ ଏହାର ତଦନ୍ତଭାର NIA କୁ ହସ୍ତାନ୍ତର ହୋଇଥିଲା । ତେବେ ପରେ ଏହି ନକଲି ନୋଟର ଚେର ପଡୋଶୀ ବାଂଲାଦେଶକୁ ଲମ୍ବିଥିବା ବେଳେ ଏହା ପଶ୍ଚିମବଙ୍ଗ ସୀମା ଦେଇ ଭାରତକୁ ଚାଲାଣ ହେଉଥିବା ସୂଚନା ପାଇଛି ଜାତୀୟ ତଦନ୍ତକାରୀ ସଂସ୍ଥା ।

୨୦୧୯ ନଭେମ୍ବର 25 ତାରିଖରେ ଗୋମତି ଅଞ୍ଚଳରୁ ପ୍ରାୟ 1.79 ଲକ୍ଷ ଟଙ୍କା ମୂଲ୍ୟର ନକଲି ଭାରତୀୟ ମୁଦ୍ରା ନୋଟ (FICN) ଜବତ କରିଥିଲା ଉତ୍ତର ପ୍ରଦେଶ ATS ଟିମ । ପରେ 2020 ମସିହା ଜାନୁଆରୀ 20 ତାରିଖରେ NIA ଏହି ମାମଲାର ତଦନ୍ତ ଭାର ନେଇଥିଲା । ତେବେ ଏହାର ତଦନ୍ତର ଅଗ୍ରଗତି ସହ ଏହି ଚାଲାଣ ପଛରେ ଆନ୍ତର୍ଜାତୀୟ ଲିଙ୍କ ଥିବା ଜାଣିବାକୁ ପାଇଛି ତଦନ୍ତକାରୀ ସଂସ୍ଥା ।

NIAର ଜଣେ ଅଧିକାରୀ କହିଛନ୍ତି ଯେ ଗତକାଲି (ସୋମବାର) ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ଚକମାଲିପୁର ଅଞ୍ଚଳର ସୋହରାବ ହୁସେନ ନାମକ ଜଣେ ସ୍ଥାନୀୟ ବାସିନ୍ଦା ଏହି ସୀମାପାର ଜାଲନୋଟ ଚାଲାଣରେ ସମ୍ପୃକ୍ତ ଥିବା ଜଣାପଡିବା ପରେ ତାକୁ ଗରଫ କରାଯାଇଛି । ଉକ୍ତ ଅଭିଯୁକ୍ତ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିବା ସହ ତଦନ୍ତକୁ ତ୍ବରାନ୍ବିତ କରିଥିବା କହିଛନ୍ତି ଏହି ଅଧିକାରୀ ।

ANI

ABOUT THE AUTHOR

...view details