ଓଡିଶା

odisha

Train Accident: ଭୁବନେଶ୍ବରରୁ ଭଡ଼ା ନ ବଢାଇବାକୁ ଏୟାରଲାଇନ୍ସକୁ ନିର୍ଦ୍ଦେଶ

By

Published : Jun 3, 2023, 10:56 PM IST

ଭୁବନେଶ୍ବରରୁ ଭଡ଼ା ନ ବଢାଇବାକୁ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ:ଓଡ଼ିଶା ବାଲେଶ୍ବରରେ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଯାତାୟାତ ପ୍ରଭାବିତ ହୋଇଛି । ଅନେକ ଲୋକ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିନାହାନ୍ତି । ତେବେ ଏଭଳି ସ୍ଥିତିରେ ଭୁବନେଶ୍ବରରୁ ଉଡ଼ାଣ ଭରୁଥିବା ଏୟାରଲାଇନ୍ସକୁ ବିମାନ ଭଡ଼ା ନ ବଢାଇବା ଲାଗି ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଏହା ଉପରେ ସମ୍ପୂର୍ଣ୍ଣ ଭାବରେ ନଜର ରହିଛି । ବିମାନ ଭଡ଼ା ବୃଦ୍ଧି ନ କରିବା ଲାଗି ବିମାନ ସେବା ଯୋଗାଉଥିବା କମ୍ପାନୀକୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏ ନେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ବରରୁ ଉଡ଼ାଣ ଭରିବାକୁ ଥିବା ଏବଂ ଅନ୍ୟ ସ୍ଥାନରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ବିମାନ ଗୁଡ଼ିକ ବିମାନ ବଢା ନ ବଢାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଯଦି ଏପରି କରୁଥିବାର କୌଣସି ଏୟାରଲାଇନ୍ସ ନଜରରେ ଆସନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହାସହିତ କ୍ୟାନ୍ସେଲେସନ କିମ୍ବା ରିସିଡ୍ୟୁଲ ପାଇଁ ଅତିରିକ୍ତ ଟଙ୍କା ନ ନେବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚିଛି ।

ଏହା ବି ପଢନ୍ତୁ- Train Tragedy: ଭର୍ତ୍ତି ହୋଇଥିଲେ ୧୧୭୫ ଆହତ, ଡିସଚାର୍ଜ ହେଲେଣି ୭୯୩

ଟ୍ରେନ ଦୁର୍ଘଟଣା ପରେ ଯାତାୟାତ ଗଭୀର ମାତ୍ରାରେ ପ୍ରଭାବିତ ହୋଇଛି । ଯାତ୍ରୀମାନେ ଅନେକ ସ୍ଥାନରେ ଅଟକି ରହିଛନ୍ତି । ଏଭଳି ସ୍ଥିତିରେ ଓଡ଼ିଶାରୁ ପଶ୍ଚିମବଙ୍ଗ ବା ଅନ୍ୟ ରାଜ୍ୟକୁ ଯାଉଥିବା ଘରୋଇ ବସଗୁଡ଼ିକ ଅଧିକ ଭଡ଼ା ନେଉଥିବା ଅଭିଯୋଗ ଆସିଥିଲା । ଦ୍ବିଗୁଣା ଭଡ଼ା ନିଆଯାଉଥିବା ନେଇ ଯାତ୍ରୀମାନେ ଅଭିଯୋଗ କରିଥିଲେ । ଏହାପରେ ଟ୍ରାନ୍ସପୋର୍ଟ କମିଶନର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବସ ମାଲିକମାନଙ୍କୁ ତାଗିଦ କରିଥିଲେ । ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟକ ତଥା ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ଲାଗି ସ୍ବତନ୍ତ୍ର ବସର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଥିଲା ।

ତେବେ ଏହି ଦୁର୍ଘଟଣାର ପ୍ରାଥମିକ ରିପୋର୍ଟ ମଧ୍ୟ ଆସିଛି । ଏହି ରିପୋର୍ଟ ଅନୁସାରେ ସିଗ୍ନାଲ ଫେଲ୍‌ ଯୋଗୁଁ ଭୟଙ୍କର ଦୁର୍ଘଟଣା ଘଟିଥିବା ନେଇ ସୂଚନା ଦିଆଯାଇଛି । ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟରେ ପୁରା ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ ।

ABOUT THE AUTHOR

...view details