ଓଡିଶା

odisha

ଆସାମ ଫଳାଫଳ; କ୍ଷମତା ବଜାୟ ରଖିବ କି ବିଜେପି ?

By

Published : May 2, 2021, 10:10 AM IST

କଂଗ୍ରେସ ଗଡ ଥିବା ଆସାମ 2016 ନିର୍ବାଚନରେ ବିଜେପି ବିପୁଳ ଜନମତ ପାଇ ପ୍ରଥମଥର କ୍ଷମତା ଦଖଲ କରିଥିଲା । ଚଳିତ ନିର୍ବାଚନରେ ବିଜେପି ପୁଣିଥରେ କ୍ଷମତା ବଜାୟ ରଖିବା ପାଇଁ ବିକାଶ, ସଂସ୍କୃତି, ସୁରକ୍ଷା ଅନୁପ୍ରବେଶ, ନିଯୁକ୍ତି, ରୋଜଗାରର ନାରା ଦେଇ ନିର୍ବାଚନ ଲଢିଛି । ଅଧିକ ପଢନ୍ତୁ...

ଆସାମ ଫଳାଫଳ
ଆସାମ ଫଳାଫଳ

ଗୌହାଟି: ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମରୁ ଆସିଲା ପ୍ରାରମ୍ଭିକ ଫଳାଫଳ । ପ୍ରାରମ୍ଭିକ ଫଳାଫଳରେ ବିଜେପିକୁ ବଡ ସଫଳତା । 126 ଆସନ ବିଶିଷ୍ଟ ଆସାମ ବିଧାନସଭାରେ ବର୍ତ୍ତମାନ ସୁଦ୍ଧା 98 ଟି ସିଟର ପ୍ରାରମ୍ଭିକ ଗଣତିରେ ବିଜେପି 65 ଟି ଆସନ ଓ କଂଗ୍ରେସ 31 ଟି ଆସନରେ ଆଗୁଆ ଅଛନ୍ତି ।

କଂଗ୍ରେସ ଗଡ ଥିବା ଆସାମ 2016 ନିର୍ବାଚନରେ ବିଜେପି ବିପୁଳ ଜନମତ ପାଇ ପ୍ରଥମଥର କ୍ଷମତା ଦଖଲ କରିଥିଲା । ଚଳିତ ନିର୍ବାଚନରେ ବିଜେପି ପୁଣି ଥରେ କ୍ଷମତା ବଜାୟ ରଖିବା ପାଇଁ ବିକାଶ, ସଂସ୍କୃତି, ସୁରକ୍ଷା ଅନୁପ୍ରବେଶ, ନିଯୁକ୍ତି, ରୋଜଗାରର ନାରା ଦେଇ ନିର୍ବାଚନ ଲଢିଛି ।

ସେହିପରି କଂଗ୍ରେସ ଓ ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ ମଧ୍ୟ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ପୁରା ଦମ ଲଗାଇ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details