ଓଡିଶା

odisha

By

Published : Jun 18, 2022, 5:14 PM IST

ETV Bharat / bharat

ହସ୍ପିଟାଲରୁ ସୋନିଆଙ୍କ ବାର୍ତ୍ତା, ଯୁବସେନା ଆଶାୟୀଙ୍କ ସହ କଂଗ୍ରେସ ଅଛି

ଅଗ୍ନିପଥ ଯୋଜନାକୁ ନେଇ ହସ୍ପିଟାଲରୁ ସେନା ଆଶାୟୀଙ୍କୁ ବାର୍ତ୍ତା ଦେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କେନ୍ଦ୍ର ନିଷ୍ପତ୍ତିକୁ ଦର୍ଶାଇଲେ ଦିଶାହୀନ । ଆନ୍ଦୋଳନକାରୀ ଛାତ୍ରଙ୍କୁ ସହାନୁଭୂତି ଜଣାଇବା ସହ ଶାନ୍ତି ରକ୍ଷା ପାଇଁ କଲେ ନିବେଦନ । କହିଲେ ଯୋଜନା ରଦ୍ଦ ନେଇ ଲଢେଇ ଜାରି ରଖିବ କଂଗ୍ରେସ । ଅଧିକ ପଢନ୍ତୁ

Agnipath Violence: ହସ୍ପିଟାଲରୁ ସୋନିଆଙ୍କ ବାର୍ତ୍ତା, ଆନ୍ଦୋଳନକକାରୀଙ୍କ ସହ ରହିଛି କଂଗ୍ରେସ
Agnipath Violence: ହସ୍ପିଟାଲରୁ ସୋନିଆଙ୍କ ବାର୍ତ୍ତା, ଆନ୍ଦୋଳନକକାରୀଙ୍କ ସହ ରହିଛି କଂଗ୍ରେସ

ନୂଆଦିଲ୍ଲୀ:କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ନେଇ ଗୋଟିଏ ପଟେ ଆନ୍ଦୋଳନ ଜାରି ରହିଥିବା ବେଳେ ରାଜନୀତି ମଧ୍ୟ ଜାରି ରହିଛି । ବିରୋଧୀ କଂଗ୍ରେସ ସମେତ ଅନ୍ୟ କିଛି ଦଳ ମଧ୍ୟ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ସାରିଛନ୍ତି । ଆଜି (ଶନିବାର) ଏହାରି ମଧ୍ୟରେ କୋଭିଡ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆନ୍ଦୋଳନରତ ସେନା ଆଶାୟୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଜାରି କରିଛନ୍ତି । ସୋନିଆଙ୍କ ପକ୍ଷରୁ ଦଳର ବରିଷ୍ଠ ନେତା ତଥା ମହାସଚିବ ଜୟରାମ ରମେଶ ଏହି ପ୍ରେସବାର୍ତ୍ତା ଜାରି କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଦିଶାହୀନ ଦର୍ଶାଇବା ସହ ସେନା ନିଯୁକ୍ତି ଆଶାୟୀଙ୍କୁ ସହାନୁଭୂତି ଜଣାଇଛନ୍ତି ସୋନିଆ । କୋଭିଡ କାରଣରୁ ଗତ 3 ବର୍ଷ ହେଲା ସେନାରେ ଭର୍ତ୍ତି ପ୍ରକ୍ରିୟା ବନ୍ଦ ରହିଛି । ସ୍ବାଭାବିକ ଭର୍ତ୍ତି ପରିବର୍ତ୍ତେ ଏପରି ଏକ ଚୁକ୍ତିଭିତ୍ତିକ ପ୍ରକ୍ରିୟା ନିଷ୍ପତ୍ତି ସୋନିଆ ସମାଲୋଚନା ମଧ୍ୟ କରିଛନ୍ତି । ସେହିପରି ବାୟୁସେନାରେ ଭର୍ତ୍ତି ପାଇଁ ପରୀକ୍ଷା ସରିଥିବା ବେଳେ ପରବର୍ତ୍ତୀ ପ୍ରକ୍ରିୟା ନେଇ ସରକାର କିଛି ସ୍ପଷ୍ଟ କରୁନାହାନ୍ତି । ଏପରି ସ୍ଥଳେ ପ୍ରସ୍ତୁତି କରିଥିବା ଆଶାୟୀଙ୍କ ଅବସ୍ଥା ସେ ବୁଝି ପାରୁଛନ୍ତି ବୋଲି ସୋନିଆ କହିଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତି ନେଇ କେବଳ କଂଗ୍ରେସ କିମ୍ବା ଆଶାୟୀ ପ୍ରାର୍ଥୀ ନୁହନ୍ତି ବରଂ ପୂର୍ବ ସେନାଧିକାରୀମାନେ ମଧ୍ୟ ଆପତ୍ତି ଉଠାଇଛନ୍ତି ବୋଲି ସୋନିଆ ଗାନ୍ଧୀ କହିଛନ୍ତି । ଏହି ପ୍ରତିବାଦରେ କଂଗ୍ରେସ ଆଶାୟୀ ଛାତ୍ରଙ୍କ ସହ ରହିଛି । ଏହି ଯୋଜନାକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବା ପାଇଁ ଦଳ ନିଜ ଲଢେଇ ଜାରି ରଖିବା ନେଇ ସୋନିଆ ସ୍ପଷ୍ଟ କରିଛନ୍ତି ।

ସତ୍ୟ ଓ ଅହିଂସା ମାର୍ଗରେ କଗ୍ରେସ ଆଶାୟୀ ଛାତ୍ରଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରଖିବ । ଆନ୍ଦୋଳନ ବେଳେ ହିଂସାର ରାସ୍ତା ନ ଆପଣାଇବା ପାଇଁ ମଧ୍ୟ ଆନ୍ଦୋଳନକାରୀ ଛାତ୍ରଙ୍କୁ ସୋନିଆ ପରାମର୍ଶ ଦେଇଛନ୍ତି । ଏହି ଲଢେଇରେ କଂଗ୍ରେସ ସେମାନଙ୍କ ସହ ରହିଥିବା ସୋନିଆ ଆଶ୍ବସନା ମଧ୍ୟ ଦେଇଛନ୍ତି । ପୂର୍ବରୁ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଏହାକୁ ବିରୋଧ କରିବା ସହ ଏହି ଯୋଜନା କୃଷି ଆଇନ ପରି ପ୍ରତ୍ୟାହୃତ ହେବାକୁ ବାଧ୍ୟ ହେବା ନେଇ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details