ଓଡିଶା

odisha

Malvika Joins Congress: ହାତ ଧରିଲେ ସୋନୁସୁଦଙ୍କ ଭଉଣୀ

By

Published : Jan 10, 2022, 6:53 PM IST

କଂଗ୍ରେସରେ ଦେଲେ ଯୋଗ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ। ମାଳବିକା ଓ ସୋନୁଙ୍କୁ ବାସଭବନରେ ଭେଟିଥିଲେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁ । ଲଢିପାରନ୍ତି ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନ । ଅଧିକ ପଢନ୍ତୁ

କଂଗ୍ରେସରେ ସୋନୁସୁଦଙ୍କ ଭଉଣୀ ମାଳବିକା, ବାସଭବନରେ ଭେଟିଥିଲେ ସିଦ୍ଧୁ
କଂଗ୍ରେସରେ ସୋନୁସୁଦଙ୍କ ଭଉଣୀ ମାଳବିକା, ବାସଭବନରେ ଭେଟିଥିଲେ ସିଦ୍ଧୁ

ଚଣ୍ଡିଗଡ:କଂଗ୍ରେସରେ ସାମିଲ ହେଲେ ଅଭିନେତା ସୋନୁସୁଦଙ୍କ ଭଉଣୀ ମାଳବିକା ସୁଦ। ମାଳବିକା ଆଜି(ସୋମବାର) ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ସହ ଆଲୋଚନା ପରେ କଂଗ୍ରେସରେ ସାମିଲ ହୋଇଛନ୍ତି । ତେବେ ଗତ କିଛି ଦିନ ହେବ ମାଳିବିକାଙ୍କ ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏଥିରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ତେବେ ଦଳରେ ସାମିଲ ହେବା ପରେ କଂଗ୍ରେସ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି । ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ ମାଳବିକା ପ୍ରତିଦ୍ବନ୍ଦିତା କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ଆଜି ପୂର୍ବାହ୍ନରେ ପଞ୍ଜାବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସିଦ୍ଧୁ ସୋନୁଙ୍କ ବାସଭବନରେ ସୋନୁ ଓ ଭଉଣୀ ମାଳବିକାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ତେବେ ଏହି ଆଲୋଚନା ପରେ ମାଳବିକା ଆଜି କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଥିଲା । ତେବେ ଦଳରେ ସାମିଲ ହେବା ପରେ ପଞ୍ଜାବ କଂଗ୍ରେସ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି ।

କିଏ ଏହି ମାଳବିକା ସୁଦ

ଅଭିନେତା ସୋନୁ ସୁଦଙ୍କ ସାନ ଭଉଣୀ 38 ବର୍ଷୀୟା ମାଳବିକା ବୃତ୍ତିରେ ଜଣେ କମ୍ପ୍ୟୁଟର ଇଂଞ୍ଜିନିୟର । ତେବେ ସେ ରାଜନୀତି ଓ ସମାଜ ସେବାରେ ମଧ୍ୟ ରୁଚି ରଖୁଥିବା ନିଜ ଇଂଷ୍ଟାଗ୍ରାମ ପ୍ରୋଫାଇଲରେ ଦର୍ଶାଇଛନ୍ତି । ସେ ବର୍ତ୍ତମାନ ମଧ୍ୟ ଏକ ହଲିଉଡ ଇଂରାଜୀ ଏକାଡେମୀର CEO ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି । ମାଳବିକା ବିବାହିତ ହୋଇଥିବା ବେଳେ ତାଙ୍କର ଦୁଇ ସନ୍ତାନ ମଧ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details