ଓଡିଶା

odisha

ଗାନ୍ଧୀ ପରିବାର ହେଉଛନ୍ତି 'ନକଲି ସର୍ଦ୍ଦାର': ହିମନ୍ତ ବିଶ୍ବଶର୍ମା

By ETV Bharat Odisha Team

Published : Sep 11, 2023, 12:45 PM IST

ଗାନ୍ଧୀ ପରିବାରର ଗାନ୍ଧୀ ସାଙ୍ଗିଆକୁ ନେଇ ପ୍ରଶ୍ନ ଉଠାଇଲେ ଆମାସ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଗାନ୍ଧୀ ପରିବାରକୁ 'ନକଲି ସର୍ଦ୍ଦାର' କହି ବିବାଦ ଘେରରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଅଧିକ ପଢ଼ନ୍ତୁ

Aassam cm attack on gandhi family
ରାହୁଲଙ୍କ ଉପରେ ବର୍ଷିଲେ ଆମାସ ମୁଖ୍ୟମନ୍ତ୍ରୀ

ଗୌହାଟୀ: ଗାନ୍ଧୀ ସାଙ୍ଗିଆକୁ ନେଇ ପ୍ରଶ୍ନ ଉଠାଇଲେ ଆମାସ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଦ୍ବାରା ରଖାଯାଇଥିବା 'ଗାନ୍ଧୀ' ସାଙ୍ଗିଆ ବ୍ୟବହାରର ବୈଧତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଗାନ୍ଧୀ ପରିବାରକୁ 'Sardar of Duplicates' ଅର୍ଥାତ 'ନକଲି ସର୍ଦ୍ଦାର' ବୋଲି କହିଛନ୍ତି ହିମନ୍ତ । ଗୌହାଟୀରେ ବିଜେପି ମହିଳା ମୋର୍ଚ୍ଚାର ଜାତୀୟ କାର୍ଯ୍ୟ ନିର୍ବାହୀ ବୈଠକରେ ସମ୍ବୋଧିତ କରିବା ବେଳେ ଆସାମ ମୁଖ୍ୟମନ୍ତ୍ରୀ ଏଭଳି ଯୁକ୍ତି ବାଢ଼ିଛନ୍ତି ।

ଗାନ୍ଧୀ ପରିବାର ଦେଶକୁ ଭାଙ୍ଗିବା ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଏଥିସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ 'ଗାନ୍ଧୀ' ସାଙ୍ଗିଆ ଫେରାଇବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, "ରାହୁଲ ଗାନ୍ଧୀ ଅନେକ ଦୁର୍ନୀତିରେ ଲିପ୍ତ ଅଛନ୍ତି । ତାଙ୍କର ପ୍ରଥମ ଦୁର୍ନୀତି 'ଗାନ୍ଧୀ' ସାଙ୍ଗିଆରୁ ଆରମ୍ଭ ହୋଇଥିଲା । ସେ କେବଳ ପରିବାରବାଦକୁ ପ୍ରୋତ୍ସାହିତ କରନ୍ତି ଏବଂ ଦେଶ ଭାଙ୍ଗିବା ଭଳି କାର୍ଯ୍ୟ କରନ୍ତି । ଗାନ୍ଧିଜୀ ଆମ ଦେଶକୁ ସ୍ବାଧୀନତା ଦେଇଥିଲେ । କିନ୍ତୁ ସେମାନେ ତାହା ଛଡ଼ାଇ ନେଲେ । ବର୍ତ୍ତମାନ ସମସ୍ତେ ନକଲି ସର୍ଦ୍ଦାର ଅଟନ୍ତି । ମୁଁ ଦୀର୍ଘ ସମୟ ଧରି ଅନୁସନ୍ଧାନ କଲି ଯେ ଇନ୍ଦିରା, ରାଜୀବ, ରାହୁଲ ଏବଂ ପ୍ରିୟଙ୍କା କିପରି 'ଗାନ୍ଧୀ' ହେଲେ । କିନ୍ତୁ ଏହାର ଉତ୍ତର ପାଇଲି ନାହିଁ । ଦେଶର ପ୍ରଥମ ଦୁର୍ନୀତି 'ଗାନ୍ଧୀ' ସାଙ୍ଗିଆକୁ ନେଇ ହୋଇଛି । ତେଣୁ ରାହୁଲଙ୍କୁ ତାଙ୍କର ନକଲି 'ଗାନ୍ଧୀ' ସାଙ୍ଗିଆ ଫେରାଇବାକୁ ଅନୁରୋଧ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ:INDIA VS NDA: ସୋସିଆଲ ମିଡିଆ ବାୟୋ ବଦଳାଇଲେ ଆସାମ ମୁଖ୍ୟମନ୍ତ୍ରୀ, INDIA ପରିବର୍ତ୍ତେ ଲେଖିଲେ ‘ଭାରତ’

ବିରୋଧୀ ମହାମେଣ୍ଟର ନାମରେ 'ଇଣ୍ଡିଆ' ଶବ୍ଦର ବ୍ୟବହାର କରାଯିବାରୁ ସେ କଂଗ୍ରେସକୁ ନିନ୍ଦା କରିଛନ୍ତି । କଂଗ୍ରେସ କ୍ଷମତାରେ ଥିବା ବେଳେ ଦେଶ ପାଇଁ କିଛି କରିନଥିବା ହିମନ୍ତ ଅଭିଯୋଗ କରିଛନ୍ତି । ଭାରତକୁ ଗର୍ବିତ କଲା ଭଳି କଂଗ୍ରେସ କୌଣସି କାର୍ଯ୍ୟ କରିନାହିଁ । ପରିବାରବାଦକୁ ପ୍ରୋତ୍ସାହନ ଦେଇ ଦେଶକୁ ବିଭକ୍ତ କରିଛନ୍ତି । ନିଜକୁ 'ଇଣ୍ଡିଆ' କିମ୍ବା 'ଭାରତ' କହିବାକୁ ତାଙ୍କର କୌଣସି ଅଧିକାର ନଥିବା କହିଛନ୍ତି ହେମନ୍ତ ।

ତେବେ ହେମନ୍ତ ବିଶ୍ବଶର୍ମାଙ୍କ ଏଭଳି ମନ୍ତବ୍ୟ ପରେ ଏହାର ଦୃଢ଼ ଜବାବ ଦେଇଛନ୍ତି କଂଗ୍ରେସ ମୁଖପାତ୍ର ଅପୂର୍ବା ଭଟ୍ଟାଚାର୍ଯ୍ୟ । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, 'ଜଣେ ମୁଖ୍ୟମନ୍ତ୍ରୀ ହୋଇ ଏଭଳି ମନ୍ତବ୍ୟ ଦେବା ଶୋଭା ପାଉନି । ରାହୁଲ 'ଗାନ୍ଧୀ' ସାଙ୍ଗିଆ ପାଇଁ ଯୋଗ୍ୟ କି ନୁହେଁ, ଏହାର ନିଷ୍ପତ୍ତି ନେବାକୁ ସେ କିଏ ? ଏହା କୌଣସି ପ୍ରକାର ରାଜ୍ୟର ସମସ୍ୟା ସହ ଜଡ଼ିତ କି ?"

ABOUT THE AUTHOR

...view details