ମୁମ୍ବାଇ: ଏଣିକି ଡ୍ରୋନ୍ ସହ ଉଡ଼ିବ ମଣିଷ । ଏଭଳି ଏକ ଡ୍ରୋନ୍ ବିକଶିତ କରି ଚର୍ଚ୍ଚାରେ ରହିଛି ପୁନେସ୍ଥିତ ଏକ ଡିଫେନ୍ସ କମ୍ପାନୀ । ଏହି ଡ୍ରୋନ୍ର ନାମ ବରୁଣ ରଖାଯାଇଛି । ୧୩୦ କେଜି ଓଜନ ସହ ଏହି ଡ୍ରୋନ୍ ୩୫ କିମି ଯାଏଁ ଉଡ଼ି ପାରିବ । ଏହି ଡ୍ରୋନ୍ ବିକଶିତ କରିବା ପାଇଁ ୪ ବର୍ଷରୁ ଅଧିକ ସମୟ ଲାଗିଛି । ଭାରତୀୟ ସେନା ପାଇଁ ଏହି ଡ୍ରୋନ୍ ବିକଶିତ ହୋଇଛି ।
ଦୂରଦୂରାନ୍ତ ଗନ୍ତବ୍ୟ ଅଞ୍ଚଳକୁ ଏୟାର ଆମ୍ବୁଲାନ୍ସ ବା ବିଭିନ୍ନ ଅତ୍ୟାବଶ୍ୟକ ଜିନିଷ ନେବା ଆଣିବା କରିବା ଉଦ୍ଦେଶ୍ୟରେ ଏହି ଡ୍ରୋନ୍ ସହାୟକ ହୋଇ ପାରିବ । ଖାଲି ସେତିକି ନୁହେଁ ଡ୍ରୋନ୍ ଉଡ଼ିବା ବେଳେ ବୌଷୟିକ ତ୍ରୁଟି ଆସିଲେ ସୁରକ୍ଷିତ ଭାବରେ ଲ୍ୟାଣ୍ଡିଂ କରିବା କ୍ଷମତା ରହିଛି । ଖୁବଶୀଘ୍ର ଏହି ଡ୍ରୋନ୍ ଭାରତୀୟ ସେନାରେ ସାମିଲ ହେବ ବୋଲି ଆଶା କରାଯାଉଛି । ନିକଟରେ ବରୁଣର ଡେମୋ ଦେଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଏହାକୁ ଭାରତୀୟ ନୌସେନାରେ ସାମିଲ କରାଯିବ ବୋଲି ଆଶା କରାଯାଉଛି । ଏହି ଡ୍ରୋନ୍ର ସଫଳ ପରୀକ୍ଷଣ ମଧ୍ୟ ଶେଷ ହୋଇ ସାରିଛି ।