ଓଡିଶା

odisha

By

Published : Aug 23, 2022, 7:06 PM IST

ETV Bharat / bharat

7PM TOP NEWS, ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ 7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

7PM TOP NEWS
ବର୍ତ୍ତମାନର ବଡ ଖବର

1.ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମାମଲା, 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କରିବେ ଶୁଣାଣି

ସାମ୍ବିଧାନିକ ଖଣ୍ଡପୀଠକୁ ଗଲା ମହାରାଷ୍ଟ୍ର ରାଜନୈତିକ ମାମଲା । ଖଣ୍ଡପୀଠରେ ରହିବେ 5 ଜଣ ବିଚାରପତି । ପରସ୍ପର ବିରୋଧରେ ଏକାଧିକ ମାମଲା ଦାଏର କରିଛନ୍ତି ସିନ୍ଧେ ଓ ଠାକରେ ଗୋଷ୍ଠୀ

2.VL SRSAM ମିସାଇଲର ସଫଳ ଫ୍ଲାଇଟ ଟେଷ୍ଟ କଲା ନୈସେନା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

VL SRSAM ମିସାଇଲର ସଫଳ ଫ୍ଲାଇଟ ଟେଷ୍ଟ କଲା ଭାରତୀୟ ନୈସେନା । ଓଡିଶା ଉପକୂଳରୁ ନୌସେନା ଜାହାଜରୁ ହେଲା ସଫଳ ପରୀକ୍ଷଣ । ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ କରିଛି DRDO । ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

3.ବିହାର ବିଷ୍ଣୁପଦ ମନ୍ଦିରରେ ମୁସଲିମ ମନ୍ତ୍ରୀଙ୍କ ପ୍ରବେଶକୁ ନେଇ ହଇଚଇ

ବିହାର ଗୟାସ୍ଥିତ ବିଶ୍ବ ପ୍ରସିଦ୍ଧ ବିଷ୍ଣୁପଦ ମନ୍ଦିରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ବିହାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ମହମ୍ମଦ ଇସରାଦ ମଂସୁରୀଙ୍କୁ ଦେଖିବାକୁ ମିଳିବା ପରେ ରାଜନୀରେ ଝଡ ସୃଷ୍ଟି ହୋଇଛି

4.ସ୍ୱାମୀ କିଡନୀ ରୋଗରେ ସ୍ତ୍ରୀ କ୍ୟାନ୍ସର ରୋଗରେ ପୀଡିତ, ସହାୟତା ପାଇଁ ସରକାରଙ୍କୁ କୁନି ପୁଅର ନିବେଦନ

ଦିନେ ସମାଜସେବା କାର୍ଯ୍ୟରେ ନିଜକୁ ନ୍ୟସ୍ତ କରିଥିଲେ । ଆଉ ଆଜି ଅନ୍ୟର ସାହାରକୁ ଅନାଇ ବସିଛନ୍ତି । ଯାଜପୁରର ଦମ୍ପତି ଦେବୀପ୍ରସାଦ ଓ ତାଙ୍କ ସ୍ତ୍ରୀ ଇତିଶ୍ରୀ। ଉଭୟ କିଡନୀ ଓ କ୍ୟାନସର ରୋଗରେ ପିଡିତ ଥିବା ବେଳେ ସରକାରଙ୍କୁ ସହାୟତା ନିବେଦନ କରିଛନ୍ତି ତାଙ୍କ କୁନି ପୁଅ ମାତୃପ୍ରସାଦ ସାମଲ

5.ସ୍କୁଲ ଫି ନଦେବାରୁ କୁନି ଛାତ୍ରଛାତ୍ରୀଙ୍କୁ ପଣବନ୍ଦୀ କଲେ କର୍ତ୍ତୃପକ୍ଷ

ରାଜଧାନୀ ଭୁବନେଶ୍ବର ସ୍ଥିତ ଏକ ଘରୋଇ ସ୍କୁଲରେ କୁନି ଛାତ୍ରଛାତ୍ରୀଙ୍କୁ ୫ ଘଣ୍ଟା କ୍ଲାସରୁମରେ ବନ୍ଦ ରଖିଲେ କର୍ତ୍ତୃପକ୍ଷ । ଖାଦ୍ୟ, ପାଣି କିମ୍ବା ଟଏଲଟ ଯିବାକୁ ମଧ୍ୟ ତାଙ୍କୁ ଅନୁମତି ମିଳିନଥିବା ହୋଇଛି ଅଭିଯୋଗ

6.କଟକରେ କଂଗ୍ରେସର ଚେତାବନୀ, ଦରଦାମ କମାଅ ନଚେତ ଆଗକୁ ଲଢେଇ ଜୋରଦାର

ମହଙ୍ଗାଇ ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କଟକର ପ୍ରମୁଖ ଛକ ଭ୍ରମଣ କଲା କଟକ ନଗର କଂଗ୍ରେସ । କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ଏହି ଦରଦାମ ବୃଦ୍ଧିର ମୁଖ୍ୟ କାରଣ

7.ଶାହାଙ୍କ ଜୋତା ଉଠାଇଲେ ତେଲେଙ୍ଗାନା ବିଜେପି ନେତା, TRSର କଟାକ୍ଷ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ହାତରେ ଜୋତା ଦେଇ ଅଡୁଆରେ ତେଲେଙ୍ଗାନା ବିଜେପି ନେତା ବନ୍ଦୀ ସଞ୍ଜୟ କୁମାର

8.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ସୋନିଆ ଗାନ୍ଧୀ

ରାଷ୍ଟ୍ରପତି ଭବନରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

9.ଏସିଆ କପ୍‌ ପୂର୍ବରୁ ଟିମ ଇଣ୍ଡିଆକୁ ଝଟ୍‌କା, ମୁଖ୍ୟ କୋଚ୍‌ ଦ୍ରାବିଡଙ୍କୁ କୋରୋନା

ଏସିଆ କପ ପୂର୍ବରୁ ଭାରତୀୟ କ୍ରିକେଟ ଟିମକୁ ଝଟକା । ଟିମ ଇଣ୍ଡିଆ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କୁ କୋରୋନା

10.ସୋନାଲି ଫୋଗଟଙ୍କ ଶେଷ ଭିଡିଓ ଭାଇରାଲ, ମୃତ୍ୟୁ ପୂର୍ବରୁ କରିଥିଲେ ପୋଷ୍ଟ

ଆଜି ସୋନାଲି ଫୋଗଟଙ୍କ ପରଲୋକ Sonali Phogat Passes Away ହୋଇଛି । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି

ABOUT THE AUTHOR

...view details