ଓଡିଶା

odisha

By

Published : May 1, 2021, 11:01 PM IST

ETV Bharat / bharat

‘ସମୁଦ୍ର ସେତୁ-2’ ଅଭିଯାନରେ ବିଦେଶରୁ ଆସିବ ଅକ୍ସିଜେନ, 7 ନୌସେନା ଜାହାଜ ପ୍ରସ୍ତୁତ

କୋଭିଡ-19 ବିରୋଧରେ ଚାଲିଥିବା ଲଢେଇରେ ବିଦେଶରୁ ଅକ୍ସିଜେନ ପହଞ୍ଚାଇବା ପାଇଁ ଆରମ୍ଭ ହୋବାକୁ ଯାଉଛି ମିଶନ ସମୁଦ୍ର ସେତୁ-2 । ପ୍ରସ୍ତୁତ 7 ନୌସେନା ଜାହଜ । ଅଧିକ ପଢନ୍ତୁ...

‘ସମୁଦ୍ର ସେତୁ-2’ ଅଭିଯାନରେ ବିଦେଶରୁ ଆସିବ ଅକ୍ସିଜେନ ,7 ନୌସେନା ଜାହଜ ପ୍ରସ୍ତୁତ
‘ସମୁଦ୍ର ସେତୁ-2’ ଅଭିଯାନରେ ବିଦେଶରୁ ଆସିବ ଅକ୍ସିଜେନ ,7 ନୌସେନା ଜାହଜ ପ୍ରସ୍ତୁତ

ନୂଆଦିଲ୍ଲୀ: କୋଭିଡ-19 ବିରୋଧରେ ଚାଲିଥିବା ଲଢେଇରେ ବିଦେଶରୁ ଅକ୍ସିଜେନ ପହଞ୍ଚାଇବା ପାଇଁ ଆରମ୍ଭ ହେବାକୁ ଯାଉଛି ମିଶନ ‘ସମୁଦ୍ର ସେତୁ-2’ । ଏହି ଅଭିଯାନର ମୁଖ୍ୟ ଆଧାର ହେବ ଭାରତୀୟ ନୌସେନା । ତେବେ ଏହି ସାମୁଦ୍ରିକ ମିଶନ ପାଇଁ ଭାରତୀୟ ନୌସେନାର 7 ଯୁଦ୍ଧା ଜାହାଜ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ମୁତୟନ ହୋଇଥିବା ସୂଚନା ରହିଛି ।

‘ସମୁଦ୍ର ସେତୁ-2’ ଅଭିଯାନରେ ବିଦେଶରୁ ଆସିବ ଅକ୍ସିଜେନ ,7 ନୌସେନା ଜାହଜ ପ୍ରସ୍ତୁତ

ଅଂଶ ଗ୍ରହଣ କରିବାକୁ ଥିବା 7 ଜାହାଜ ମଧ୍ୟରେ ଆଇଏନଏସ କୋଲକାତା, ଆଇଏନଏସ କୋଚି, ଆଇଏନଏସ ତାଲୱାର, ଆଇଏନଏସ ତାବର, ଆଇଏନଏସ ତ୍ରିକନ୍ଦ, ଆଇଏନଏସ ଜାଳେଶ୍ବର ଏବଂ ଆଇଏନଏସ ଐରାବତ ଅଂଶ ଗ୍ରହଣ କରିବାକୁ ପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି । ବିଭିନ୍ନ ଦେଶରୁ ମେଡିକାଲ୍ ଅକ୍ସିଜେନ ଭର୍ତ୍ତି କ୍ରିଏଜେନିକ୍ ଟ୍ୟାଙ୍କର ଏବଂ ଆନୁଷଙ୍ଗିକ ଚିକିତ୍ସା ଉପକରଣ ଦେଶକୁ ଆଣିବା ଏହି ସାମୁଦ୍ରିକ ଅଭିଯାନର ମୁଖ୍ୟ ଲକ୍ଷ୍ୟ ।

‘ସମୁଦ୍ର ସେତୁ-2’ ଅଭିଯାନରେ ବିଦେଶରୁ ଆସିବ ଅକ୍ସିଜେନ ,7 ନୌସେନା ଜାହଜ ପ୍ରସ୍ତୁତ

ଗତ ବର୍ଷ ନୌସେନା ଦ୍ବାରା ଅପରେସନ୍ ସମୁଦ୍ର ସେତୁ ଆରମ୍ଭ କରାଯାଇଥିଲା ଏବଂ କୋଭିଡ-19 ସଂକ୍ରମଣ ମଧ୍ୟରେ ପଡୋଶୀ ଦେଶରେ ଫସି ରହିଥିବା ପ୍ରାୟ 40 ହଜାର ଭାରତୀୟ ନାଗରିକ ସଫଳତାର ସହ ଭାରତକୁ ଫେରାଇ ଅଣାଯାଇଥିଲା । ଏଥିରେ ଭାରତୀୟ ନୌସେନା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details