ଓଡିଶା

odisha

ତାଉ'ତେ ମୁକାବିଲା: ଗୁଜୁରାଟରେ ନିୟୋଜିତ 24ଟି ଏନଡିଆରଏଫ ଟିମ୍

By

Published : May 16, 2021, 1:22 PM IST

ବାତ୍ୟା ତାଉ'ତେର ମୁକାବିଲା ପାଇଁ ଗୁଜୁରାଟରେ 24ଟି ଏନଡିଆରଏଫ ଟିମ୍ ନିୟୋଜିତ କରାଯାଇଛି । ଅଧିକ ପଢନ୍ତୁ...

ବାତ୍ୟା ତାଉ'ତେର ମୁକାବିଲା ପାଇଁ ଗୁଜୁରାଟରେ 24ଟି NDRF ନିୟୋଜିତ
ବାତ୍ୟା ତାଉ'ତେର ମୁକାବିଲା ପାଇଁ ଗୁଜୁରାଟରେ 24ଟି NDRF ନିୟୋଜିତ

ଗାନ୍ଧିନଗର: ବାତ୍ୟା ତାଉ'ତେର ମୁକାବିଲା ପାଇଁ ଗୁଜୁରାଟରେ ନିୟୋଜିତ ହେଲେ 24ଟି ଏନଡିଆରଏଫ ଟିମ୍ । ଏନଡିଆରଏଫର ଡେପ୍ୟୁଟି କମାଣ୍ଡାଣ୍ଟ ରଣବିଜୟ କୁମାର ସିଂଙ୍କ କହିବା ଅନୁଯାୟୀ 24ଟି ଟିମ୍ ମଧ୍ୟରୁ 13ଟି ଟିମ୍ ପଞ୍ଜାବ ଓ ଓଡିଶାରୁ ଡକାଯାଇଛି ।

ସେ କହିଛନ୍ତି, ଆମର ଦଳ ସମସ୍ତ ଆବଶ୍ୟକୀୟ ଉପକରଣ ସହିତ ବାତ୍ୟାକୁ ମୁକାବିଲା କରିବାକୁ ପୁରା ପ୍ରସ୍ତୁତ ଅଛନ୍ତି । ଯେଉଁଠି ଆବଶ୍ୟକ ହେବ ଦଳ ନିୟୋଜିତ ହେବ । ସେ ଆହୁରି ମଧ୍ୟ କହିଛନ୍ତି 24ଟି ଦଳ ଅପରାହ୍ନ 5 ଟା ସୁଦ୍ଧା ପୋଜିସନ ନେବେ, ବାହାରୁ 13 ଟି ଟିମ୍ ଯଥା ପଞ୍ଜାବରୁ ଆଠଟି ଏବଂ ଓଡିଶାରୁ ପାଞ୍ଚଟି ଏନଡିଆରଏଫ ଟିମ୍ ଡକାଯାଇଛି ।

ତେବେ ପାଣିପାଗ ବିଭାଗର ସୂଚନା ଅନୁଯାଇ ପୂର୍ବ-ମଧ୍ୟ ଆରବ ସାଗର ଉପରେ ଘୂର୍ଣ୍ଣିବଳୟ ତାଉ'ତେ ଭୟଙ୍କର ଘୂର୍ଣ୍ଣିବଳୟ ସୃଷ୍ଟି କରିଛି ଏବଂ ଆସନ୍ତା 12 ଘଣ୍ଟା ମଧ୍ୟରେ ଏହା ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି । ଆଇଏମଡିର ସୂଚନା ଅନୁଯାୟୀ ଉତ୍ତର ଓ ଉତ୍ତର- ପଶ୍ଚିମ ଦିଗ ଆଡକୁ ଗତି କରି ଗୁଜୁରାଟ ଉପକୂଳରେ ପହଞ୍ଚିବ । 18 ମେ ସନ୍ଧ୍ୟା ସୁଦ୍ଧା ପୋରବନ୍ଦର ଏବଂ ମହାଭା ମଧ୍ୟରେ ଗୁଜୁରାଟ ଉପକୂଳ ଛୁଇଁବ ବାତ୍ୟା ତାଉ’ତେ ।

ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାରଙ୍କର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ମନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନେଟୱାର୍କ, ସଡ଼କ ଏବଂ ବିଦ୍ୟୁତ ଯୋଗାଣର ସଠିକ୍ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାର ସଡ଼କ ବିଭାଗ, ଜଙ୍ଗଲ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

@ANI

ABOUT THE AUTHOR

...view details