ଓଡିଶା

odisha

ବାରମୁଲ୍ଲାରୁ ଧରାପଡିଲେ ଦୁଇ ଜୀବନ୍ତ ଆତଙ୍କୀ, କୁଲଗାମରେ CRPF ଗାଡି ଉପରେ ଗ୍ରେନେଡ ମାଡ

By

Published : Apr 26, 2022, 11:04 PM IST

କାଶ୍ମୀରରେ ଦୁଇ ଆତଙ୍କୀଙ୍କୁ ଗିରଫ କଲା ସେନା, କୁଲଗାମରେ CRPF ଗାଡି ଉପରେ ଗ୍ରେନେଡ ମାଡ, କ୍ଷୟକ୍ଷତିର ନାହିଁ ସୂଚନା । ଅଧିକ ପଢନ୍ତୁ

ବାରମୁଲ୍ଲାରେ ଦୁଇ ଆତଙ୍କୀଙ୍କୁ ଗିରଫ କଲା ସେନା, କୁଲଗାମରେ CRPF ଗାଡି ଉପରେ ଗ୍ରେନେଡ ମାଡ
ବାରମୁଲ୍ଲାରେ ଦୁଇ ଆତଙ୍କୀଙ୍କୁ ଗିରଫ କଲା ସେନା, କୁଲଗାମରେ CRPF ଗାଡି ଉପରେ ଗ୍ରେନେଡ ମାଡ

ଶ୍ରୀନଗର: କାଶ୍ମୀରରେ ଜାରି ରହିଥିବା ଆତଙ୍କୀ ନିରୋଧୀ ଅଭିଯାନରେ ସେନାକୁ ସଫଳତା । ସବୁୁବେଳେ ଆତଙ୍କୀଙ୍କୁ ଏନକାଉଣ୍ଟରେ ନିପାତ କରୁଥିବା ସେନା ମଙ୍ଗଳବାର ବାରମୁଲ୍ଲା ଅଞ୍ଚଳରୁ ଦୁଇ ଆତଙ୍କୀଙ୍କୁ ଜୀବନ୍ତ କାବୁ କରିବାରେ ସଫଳ ହୋଇଛି । ସେମାନେ ଆତଙ୍କୀ ସଂଗଠନ JEMର ସକ୍ରିୟ ସଦସ୍ୟ ହୋଇଥିବା ତଦନ୍ତରୁ ଜଣାପଡିଛି । ଉଭୟଙ୍କ ନିକଟରୁ ଏକାଧିକ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ଉଭୟଙ୍କୁ ପଚରା ଉଚରା ଜାରି ରହିଥିବା ମଧ୍ୟ ସେନା କହିଛି ।

ଅନ୍ୟପଟେ ଆଜି ଦକ୍ଷିଣ କାଶ୍ମୀରର କୁଲଗାମରେ CRPF ଗାଡି ଉପରେ ଗ୍ରେନେଡ ମାଡ କରିଛନ୍ତି ଆତଙ୍କୀ । ଏଥିରେ କେହି ମୃତାହତ ହୋଇନାହନ୍ତି । ଆତଙ୍କୀଙ୍କୁ ଧରିବା ପାଇଁ ସେନା ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details