ଓଡିଶା

odisha

By

Published : Feb 8, 2021, 1:58 PM IST

ETV Bharat / bharat

ଦେଶରେ ଆଉ 11,831 ପଜିଟିଭ ଚିହ୍ନଟ, 84 ମୃତ

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 11 ହଜାର 831ଟି ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବା ବେଳେ 84 ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଦେଶରେ କୋରୋନା ଆରୋଗ୍ୟ ହାର ୯୭.୨୦ ପ୍ରତିଶତକୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଦେଶରେ ଆଉ 11,831 ପଜିଟିଭ ଚିହ୍ନଟ, 84 ମୃତ
ଦେଶରେ ଆଉ 11,831 ପଜିଟିଭ ଚିହ୍ନଟ, 84 ମୃତ

ନୂଆଦିଲ୍ଲୀ: ଭାରତରେ ଟିକାକରଣ ଆରମ୍ଭ ହୋଇଯାଇଥିବା ବେଳେ ଏପଟେ କୋରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଲଗାତାର ହ୍ରାସ ପାଉଥିବା ଦେଖିବାକୁ ମିଳିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 11 ହଜାର 831ଟି ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ସେହିପରି 84 ଜଣଙ୍କ ମୃତ୍ୟୁ ହୋଇଛି। ନୂତନ ସଂକ୍ରମଣକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 08 ଲକ୍ଷ 38 ହଜାର 194ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ 1 ଲକ୍ଷ 55 ହଜାର 080ରେ ପହଞ୍ଚିଛି।

ସେହିପରି ଦେଶରେ କୋରୋନା ଆରୋଗ୍ୟ ହାର ୯୭.୨୦ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ 24 ଘଣ୍ଟା ମଧ୍ୟରେ 11 ହଜାର 904 ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ମୋଟ ଦେଶରେ ସୁସ୍ଥ ସଂଖ୍ୟା 1 କୋଟି 5 ଲକ୍ଷ 34 ହଜାର 505 ରେ ପହଞ୍ଚିଛି। ବର୍ତ୍ତମାନ 1 ଲକ୍ଷ 48 ହଜାର 609 ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

@ANI

ABOUT THE AUTHOR

...view details