ଓଡିଶା

odisha

ETV Bharat / videos

ଜୀବନ ଯୁଦ୍ଧରେ ହାରି ନାହାନ୍ତି ଜଗନ୍ନାଥ, ହାତ ନଥାଇ ପାଲଟିଛନ୍ତି ରୋଜଗାରିଆ - physically challenged Man Jagannath

By ETV Bharat Odisha Team

Published : Jun 26, 2024, 2:21 PM IST

physically challenged Man Jagannath ଖୋର୍ଦ୍ଧା: ବଡ଼ ଦେଉଳରେ ଅଛନ୍ତି ଅଧାଗଢା ଜଗନ୍ନାଥ । ହାତ ପାଦ ନାହିଁ ସତ, ହେଲେ ଜଗତକୁ କରୁଛନ୍ତି ଉଦ୍ଧାର । ସେହିପରି ଖୋର୍ଦ୍ଧାର ଜଗନ୍ନାଥଙ୍କୁ ଅଧା ଗଢା ବନାଇଛନ୍ତି ଇଶ୍ବର । ତଥାପି ଜୀବନ ଯୁଦ୍ଧରେ ହାର ମାନିନାହାନ୍ତି ଜଗନ୍ନାଥ । ନିଜର ଭିନ୍ନକ୍ଷମତାକୁ ଅକ୍ଷମତା ନଭାବି ଦୋକାନ ଖଣ୍ଡେ କରି ନିଜକୁ ରୋଜଗାରକ୍ଷମ କରିବା ସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ପିଲାଟି ଦିନରୁ ପାଠ ପଢା ପ୍ରତି ଆଗ୍ରହ ଦେଖାଇ ଥିବା ଜଗନ୍ନାଥ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟରୁ ଯୁକ୍ତ ଦୁଇରୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚାକିରୀ ପଛରେ ଗୋଡେଇ ନିରାଶ ହେବା ପରେ ପରିବାର ପ୍ରତିପୋଷଣ ପାଇଁ ଏକ ଛୋଟ ଦୋକାନଟିଏ କରିଛନ୍ତି । ସେଇଥିରୁ ଯାହା ରୋଜଗାର ହେଉଛି ସେଥିରେ ଚାରି ପ୍ରାଣୀ କୁଟୁମ୍ବ ପୋଷୁଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଅକ୍ଷମତା ରୋକିପାରିନି ସଫଳତା, ମାଟ୍ରିକରେ ୭୪% ରଖିଲେ ଭିନ୍ନକ୍ଷମ ଜଗନ୍ନାଥ - Physically Disabled Success Story

ନିଜକୁ ଭିନ୍ନକ୍ଷମ ଭାବେ ସମାଜରେ ଅନେକ ଭିନ୍ନକ୍ଷମ ଭିକ୍ଷାବୃତ୍ତି କରିବା ସହ ଅନ୍ୟ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଜଗନ୍ନାଥ ସେପରି ନକରି ନିଜେ ରୋଜଗାରକ୍ଷମ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଭିନ୍ନକ୍ଷମମାନଙ୍କ ପାଇଁ ସରକାର କରିଥିବା ଯୋଜନା କିପରି ଭିନ୍ନକ୍ଷମମାନଙ୍କ ପାଖରେ ପହଞ୍ଚିବ ଏବଂ ସେମାନେ ଏହାଦ୍ୱାରା କିପରି ଉପକୃତ ହେବେ ସେ ଉପରେ ସରକାର ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ଜଗନ୍ନାଥଙ୍କ ସହ ଗ୍ରାମବାସୀ ।

ଇଟିଭି ଭାରତ ଖୋର୍ଦ୍ଧା

ABOUT THE AUTHOR

...view details