ଓଡିଶା

odisha

ETV Bharat / videos

ଭୋଟ ଦେଉଛି ରାଉରକେଲା, ଆରମ୍ଭରୁ ଝୁଣ୍ଟିଲା ଇଭିଏମ - EVM PROBLEM - EVM PROBLEM

By ETV Bharat Odisha Team

Published : May 20, 2024, 11:50 AM IST

ରାଉରକେଲା: ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ସମେତ ଆଜି ରାଉରକେଲାରେ ହେଉଛି ଭୋଟିଂ । ତେବେ ମୋଟ ୨ ଲକ୍ଷ ୧୫ ହଜାର ୨୩୦ ଭୋଟ ଦେବେ । ତେବେ ଆରମ୍ଭରୁ ହିଁ ଝୁଣ୍ଟିଲାଣି ଇଭିଏମ ମେସିନ । ପ୍ରାୟ ଦୁଇ ଘଣ୍ଟା ହେବ କାମ କରୁନାହିଁ ଇଭିଏମ ମେସିନ । ଯାହା ଫଳରେ ବନ୍ଦ ହୋଇପଡିଛି ଭୋଟିଂ।

ସୂଚନା ଅନୁସାରେ, ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସକାଳ ୧୦ଟା ସୁଦ୍ଧା ମଧ୍ୟ ଇଭିଏମ କାର୍ଯ୍ୟ କରିନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ବ୍ୟାପକ ଭାବର ଅସନ୍ତୋଷ ଦେଖିବାକୁ ମିଳୁଛି । ରାଉରକେଲା ନିର୍ବାଚନ ମଣ୍ଡଳୀର ଜଗଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ମତଦାନ ଚାଲୁଥିବା ବେଳେ ଇଭିଏମ ଭଲ ଭାବରେ କାର୍ଯ୍ୟ ନକରି ହ୍ୟାଙ୍ଗ ହୋଇଯାଉଥିବା ବେଳେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସକାଳ ସାତଟାରୁ ଆସି ଲୋକେ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଏବଂ ଭୋଟ ଦେଇପାରିନାହାନ୍ତି ଏବଂ ବହୁ ସଂଖ୍ୟାରେ ଯୁବ ଭୋଟର ଏବଂ ବୟସ୍କ ଏବଂ ସିନିୟର ସିଟିଜେନ ମଧ୍ୟ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହିଛନ୍ତି । 

ସୂଚନା ଥାଉ କି, ରାଉରକେଲା ନିର୍ବାଚନ ମଣ୍ଡଳୀରେ ବିପୁଳ ଜନସଂଖ୍ୟା ଥିବା ବେଳେ ଏହାକୁ ନେଇ ମୋଟ ୧୯୭ଟି ପୋଲିଂ ବୁଥ୍ ରହିଥ‌ିବା ବେଳେ ସେଥୁରୁ ୩୫ଟି ସଖୀ, ୫ଟି ୟୁଥ ମ୍ୟାନେଜଡ଼ ଏବଂ ୨ଟି ଅନ୍ୟାନ୍ୟ ପୋଲିଂ ବୁଥରେ ମତଦାନ ଚାଲିଛି ।  ଏଥର ରାଉରକେଲାରେ ମହାଲଢେଇ ଦେଖିବାକୁ ମିଳିଛି । ରାଉରକେଲାରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ବିଧାୟକ ତଥା ଶ୍ରମ ମନ୍ତ୍ରୀ ସାରଦା ନାୟକ ଏବଂ ବିଜେପିରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଏବଂ କଂଗ୍ରେସରୁ ବିରେନ୍ଦ୍ର ନାଥ ପଟ୍ଟନାୟକ ଏବଂ ସ୍ୱାଧୀନ ପ୍ରାର୍ଥୀ ନିହାର ରାୟଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ତେବେ କିଏ ମାରିବ ବାଜି ତାହା ଜୁନ ୪ରେ ହିଁ ଜଣାପଡିବ ।  


ଏହା ମଧ୍ୟ ପଢନ୍ତୁ: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ଆରମ୍ଭ ହେଲା ମତଦାନ, ସକାଳ 9ଟା ସୁଦ୍ଧା 6.86 % ମତଦାନ

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details