ଓଡିଶା

odisha

ନାମାଙ୍କନର ଶେଷ ଦିନରେ ସମ୍ବଲପୁରରେ ପ୍ରାର୍ଥୀପତ୍ର ଦାଖଲ କଲେ ବିଭିନ୍ନ ଦଳର ପ୍ରାର୍ଥୀ - Multiple Candidates File Nomination

By ETV Bharat Odisha Team

Published : May 6, 2024, 8:39 PM IST

Candidates File Nomination In Sambalpur (ETV BHARAT)

Candidates File Nomination In Sambalpur: ସମ୍ବଲପୁର: ଆଜି ସମ୍ବଲପୁରରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଆଜି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ଦିନରେ ବିଏସପି, ସମାଜବାଦୀ ପାର୍ଟି,କୋଶଳ ବାଦୀ ସଂଗଠନ ସମର୍ଥିତ ପ୍ରାର୍ଥୀ ସମେତ ବହୁ ସ୍ବାଧୀନ ପ୍ରାର୍ଥୀ ମାନେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଏସପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ସଦାନନ୍ଦ ରଣବିଡା, କୋଶଳବାଦୀ ସଂଗଠନ ସମର୍ଥିତ ନେତା ଜ୍ଞାନେନ୍ଦ୍ର ବେହେରା, ସ୍ବାଧୀନ ପ୍ରାର୍ଥୀ ତଥା ସାମ୍ବାଦିକ ଆତ୍ମାରାମ ସୁପକାରଙ୍କ ସମେତ ବହୁ ପ୍ରାର୍ଥୀ ସମ୍ବଲପୁର ଜିଲ୍ଲାପାଳଙ୍କ ଠାରେ ଲୋକସଭା ପ୍ରାର୍ଥୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏହାସହ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଏସଏପି ପ୍ରାର୍ଥୀନୀ ଆନନ୍ଦିନୀ ବେସନ ଓ ସ୍ବାଧୀନ ପ୍ରାର୍ଥୀ ଭାବରେ ରେଙ୍ଗାଲି କୈବର୍ତ୍ତ ସମାଜ ପକ୍ଷରୁ ସୁଶାନ୍ତ ଦଣ୍ଡସେନା ନିଜର ପ୍ରାର୍ଥୀପତ୍ର ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଦାଖଲ କରିଛନ୍ତି ।  

ଏହା ମଧ୍ୟ ପଢନ୍ତୁ .... ପାଲଲହଡାରେ ଶୋଭାଯାତ୍ରା କରି ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ - PALLAHARA ASSEMBLY CONSTITUENCY

ସେହିଭଳି ସମ୍ବଲପୁର ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ଭାବେ ବିଏସପି ପକ୍ଷରୁ ଅନିଲ ନାଏକ,ସମାଜବାଦୀ ପାର୍ଟିର ଅନିଲ ଯାଦବ ପ୍ରମୁଖ ନିଜର ସମର୍ଥକ ଏବଂ ଶୁଭେଚ୍ଛୁ ମାନଙ୍କ ଗହଣରେ ଯାଇ ସମ୍ବଲପୁର ଉପଜିଲ୍ଲାପାଳଙ୍କଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅନ୍ୟପଟେ ଆଜି ସମ୍ବଲପୁର ଜିଲ୍ଲାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଥିବା ବେଳେ ସବୁ ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏଥିସହ ଆସନ୍ତାକାଲି ଦାଖଲ ହୋଇଥିବା ସବୁ ପ୍ରାର୍ଥୀପତ୍ର ଯାଞ୍ଚ କାର୍ଯ୍ୟ ହେବାକୁ ଥିବା ବେଳେ ଆସନ୍ତା ୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସହ ଜିଲ୍ଲାରେ ଚୁଡାନ୍ତ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇବ l ତେବେ ଆଜି ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମାନେ ସମ୍ବଲପୁର ଅଞ୍ଚଳର ବିକାଶ କାର୍ଯ୍ୟ ଏତେ ବର୍ଷ ଧରି ନ ହେବା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହା ସହ ପ୍ରାର୍ଥୀମାନେ ବିଜୟୀ ହେଲେ ସମ୍ବଲପୁର କ୍ଷେତ୍ରର ସାମଗ୍ରିକ ଓ ସମନ୍ବିତ ବିକାଶ କରିବା ସେମାନଙ୍କ ମୁଖ୍ୟ ଲକ୍ଷ୍ୟ ହେବ ବୋଲି ସମସ୍ତ ପ୍ରାର୍ଥୀମାନେ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି  ।

ଇଟିଭି ଭାରତ, ସମ୍ବଲପୁର 

ABOUT THE AUTHOR

...view details