ଓଡିଶା

odisha

ETV Bharat / videos

କାଠ କାରିଗରଙ୍କ ପୁଅ ବ୍ରହ୍ମାନନ୍ଦ ହେଲେ OJEE ଟପ୍ପର, ଛୁଟିଲା ଶୁଭେଚ୍ଛାର ସୁଅ - Meritious Student Brahmananda - MERITIOUS STUDENT BRAHMANANDA

By ETV Bharat Odisha Team

Published : Jun 3, 2024, 9:01 PM IST

OJEE TOPPER BRAHMANANDA: ନିଆଳି: କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସିଥାଏ । ସେହିଭଳି ନିଆଳି ବ୍ଳକ ବଳଭଦ୍ରପୁରର ବ୍ରହ୍ମାନନ୍ଦ ମହାରଣା OJEE ପରୀକ୍ଷାରେ ରାଙ୍କ ଓ୍ବାନରେ ସଫଳତା ହାସଲ କରିଛନ୍ତି ।‌ ଆଜି ସାର ରାଜ୍ୟରେ OJEE ପରୀକ୍ଷା ଫଳ ତଥା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି । OJEE ପରୀକ୍ଷା ପାଇଁ ୬୫ ହଜାର ୭୪୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଥଲେ । ଏଥି ମଧ୍ୟରୁ ୫୬ ହଜାର ୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ନେଇ ସୂଚନା ମିଳିଛି । 

କଟକ ଜିଲ୍ଲା ନିଆଳି ବ୍ଳକର ରତନପୁର ପଞ୍ଚାୟତ ସ୍ଥିତ ବଳଭଦ୍ରପୁର ଗାଁର ଧ୍ରୁବ ଚରଣ ମହାରଣାଙ୍କ ସାନ ପୁଅ ବ୍ରହ୍ମାନନ୍ଦ ମହାରଣା OJEE ପରୀକ୍ଷାର MCA ଏବଂ M.Sc ପରୀକ୍ଷାରେ ରାଙ୍କ ଓ୍ବାନରେ ପାସ କରି ସଫଳତା ହାସଲ କରିଛନ୍ତି । ଯାହା ଫଳରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ବ୍ରହ୍ମନନ୍ଦ କହିଛନ୍ତି ଯେ ଦିନକୁ ୬ ଘଣ୍ଟା ପରିଶ୍ରମ କରିବା ପରେ ଏହି ସଫଳତା ହାସଲ କରିପାରିଛି । ସଫଳତା ପଛରେ କଲେଜର ଅଧ୍ୟାପକ ଏବଂ ଅଧ୍ୟାପିକା ଓ ପରିବାର ବାପା, ମା' ଭାଇ ଓ ପଡ଼ୋଶୀଙ୍କ ହାତ ରହିଛି । ତୃତୀୟ ଶ୍ରେଣୀରୁ ବ୍ରହ୍ମାନନ୍ଦ ମେଧାବୀ ଛାତ୍ର ଅଟନ୍ତି । 

ଏହା ମଧ୍ୟ ପଢନ୍ତୁ ... ମିସ୍ତ୍ରୀଙ୍କ ଝିଅ ହେଲେ ମାଟ୍ରିକ ଟପ୍ପର, ସୁମା ଖାତୁନଙ୍କୁ ଛୁଟିଲା ଶୁଭେଚ୍ଛା - SAMBALPUR MATRIC TOPPER

ଦଶମ,+୨ ଏବଂ +୩ ପରୀକ୍ଷାରେ କ୍ରମାଗତ ଭାବରେ ୯୧, ୯୨ ଓ ୯୩ ଶତକଡ଼ା ହାର ନମ୍ବରରେ ପାସ କରିଛନ୍ତି । ବ୍ରହ୍ମାନନ୍ଦ OJEE ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଇଞ୍ଜିନିୟର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ବ୍ରହ୍ମାନନ୍ଦଙ୍କ ବାପା ଧ୍ରୁବ ଚରଣ ମହାରଣା ହେଉଛନ୍ତି ଜଣେ ଶ୍ରମିକ । କାଠ କାରିଗର ଭାବରେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ପୁଅର ସଫଳତା ହାସଲ ପରେ ବାପା,ମା' ଏବଂ ପରିବାର ଖୁସି ବ୍ୟକ୍ତ କରିଛନ୍ତି । ଏନେଇ ବ୍ରହ୍ମାନନ୍ଦ ମହାରଣାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତ ନିଆଳି ପ୍ରତିନିଧି ।  

ଇଟିଭି ଭାରତ, ନିଆଳି 

ABOUT THE AUTHOR

...view details