ଓଡିଶା

odisha

ETV Bharat / state

ସୁଭଦ୍ରା ଟଙ୍କା ପାଇବେ ଅଙ୍ଗନବାଡି କର୍ମୀ, ଦ୍ୱନ୍ଦ୍ୱ ଦୂର କଲେ ଉପମୁଖ୍ୟମନ୍ତ୍ରୀ - SUBHADRA YOJANA

ଖୁବଶୀଘ୍ର ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ଦିଆଯିବ । ଅଙ୍ଗନବାଡି କର୍ମୀଙ୍କୁ ମିଳିବ ‘ସୁଭଦ୍ରା’ର ପ୍ରଥମ କିସ୍ତି ।

SUBHADRA YOJANA
SUBHADRA YOJANA (ETV BHARAT ODISHA)

By ETV Bharat Odisha Team

Published : Oct 30, 2024, 7:08 PM IST

ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ ଅପଡେଟ୍ । ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ‘ସୁଭଦ୍ରା’ର ପ୍ରଥମ କିସ୍ତି । ଖୁବଶୀଘ୍ର ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ଘୋଷଣା ହେବ। ଆବେଦନ କରିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ତୃତୀୟ ପର୍ଯ୍ୟାୟରେ ଟଙ୍କା ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେପ୍ଟେମ୍ବର 27 ତାରିଖରେ 25 ଲକ୍ଷ ଓ ଅକ୍ଟୋବର 8 ତାରିଖରେ 35 ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ପ୍ରଥମ କିସ୍ତି ଦିଆଯାଇଥିଲା ।

SUBHADRA YOJANA (ETV BHARAT ODISHA)

କ'ଣ କହିଲେ ଉପମୁଖ୍ୟମନ୍ତ୍ରୀ ?

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, '' ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଯେଉଁ ଅଙ୍ଗନବାଡି କର୍ମୀମାନେ ସାମିଲ ହୋଇ ପାରିନାହାନ୍ତି ଦ୍ଵନ୍ଦରେ ଅଛନ୍ତି, ସେମାନଙ୍କୁ ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ । 2 ଲକ୍ଷ 67 ହଜାର ଖାରଜ ହୋଇଥିବା ଆବେଦନ ଆଉ ଥରେ ରିଚେକ୍ ହେବ । ଏହା ଇତିହାସରେ ପ୍ରଥମ । ଏଥିପାଇଁ କ୍ୟାବିନେଟ ଅନୁମତି ମିଳିଛି। କୌଣସି ଯୋଗ୍ୟ ହିତାଧିକାରୀ ବାଦ ପଡିବେନି । ବାରମ୍ବାର ରିଜେକ୍ଟ ଲିଷ୍ଟ ଚେକ ହେବ । ଖୁବଶୀଘ୍ର ରୂପରେଖ ଫାଇନାଲ ହେବ । 1 ତାରିଖ ଦିନ ନୋଡାଲ ଏଜେନ୍ସି ନିଯୁକ୍ତ ହେବେ । ''

ଏହା ବି ପଢନ୍ତୁ-ସୁଭଦ୍ରା ଯୋଜନା ନେଇ ବଡ଼ ଅପଡେଟ୍; ତ୍ରୁଟି ଥିଲେ ଆସିବ ଫୋନ, ଜାଣନ୍ତୁ କେବେ ମିଳିବ ତୃତୀୟ ପର୍ଯ୍ୟାୟ ଟଙ୍କା ?

ଏହା ବି ପଢନ୍ତୁ-ମହିଳାଙ୍କ ଖାତାକୁ ଗଲା ‘ସୁଭଦ୍ରା’ ଟଙ୍କା, ବାରିପଦାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ଟ୍ରାନ୍ସଫର

କେବେ ମିଳିବ ତୃତୀୟ ପର୍ଯ୍ୟାୟ କିସ୍ତି:

ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । କେବେ ଦିଆଯିବ ସେନେଇ ବର୍ତ୍ତମାନ ସୁଦ୍ଧା ତାରିଖ ଘୋଷଣା କରାଯାଇନାହିଁ । ଖୁବଶୀଘ୍ର ଏନେଇ ତାରିଖ ଘୋଷଣା ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଆବେଦନ ସଂଖ୍ୟା 1 କୋଟି ଟପିଛି ।

ବର୍ତ୍ତମାନ ସୁଦ୍ଧା 60 ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ପାଇଛନ୍ତି ପ୍ରଥମ କିସ୍ତି:

ଗତ ସେପ୍ଟେମ୍ବର 17 ତାରିଖରେ ଓଡ଼ିଶା ଗସ୍ତରେ ଆସି ସୁଭଦ୍ରାର ପ୍ରଥମ କିସ୍ତି ଭେଟି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଭୁବନେଶ୍ବର ଜନତା ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । 25 ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯାଇଛି 1 ହଜାର 250 କୋଟି ଟଙ୍କା । ଅକ୍ଟୋବର 9ରେ ମୟୂରଭଞ୍ଚ ଜିଲ୍ଲା ବାରିପଦାରେ ସୁଭଦ୍ରା ଟଙ୍କା ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 35 ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆାକଉଣ୍ଟକୁ ଯାଇଥିଲା ସୁଭଦ୍ରା ଟଙ୍କା ।

ଏହା ବି ପଢନ୍ତୁ- ୩୫ ଲକ୍ଷ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା

ଏହା ବି ପଢନ୍ତୁ- ସୁଭଦ୍ରା ଯୋଜନା ବଡ଼ ଅପଡେଟ: ଯାଇନି 1 ଟଙ୍କା, ୯ରେ ୪୦ ଲକ୍ଷ ମହିଳାଙ୍କୁ ପୂରା କିସ୍ତି, କୋଟିଏ ଟପିଲା ପଞ୍ଜିକରଣ

ଏହା ବି ପଢନ୍ତୁ- ସୁଭଦ୍ରା ଟଙ୍କାର ସଦୁପଯୋଗ, କେଉଁଠି ଦୋକାନ ତ କେଉଁଠି ଗାଈ କିଣିଲେ ମହିଳା - subhadra yojana money

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details