ଓଡିଶା

odisha

ETV Bharat / state

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ରଙ୍ଗିଲା ବାବା - RAIRAKHOL RAPE CASE

ବାବା ନାଁରେ କଳଙ୍କ । ଏକାକୀର ସୁଯୋଗ ନେଇ ମହିଳାଙ୍କୁ ଦୁଷ୍କର୍ମ । ଭଣ୍ଡ ବାବାକୁ ବାନ୍ଧିଲା ପୋଲିସ ।

RAIRAKHOL RAPE CASE
RAIRAKHOL RAPE CASE (ETV Bharat Odisha)

By ETV Bharat Odisha Team

Published : Dec 7, 2024, 6:24 PM IST

ସମ୍ବଲପୁର: ବାବା ନାମରେ କଳଙ୍କ ।ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଜଣେ ଭଣ୍ଡବାବା । ଏକାଥିବାର ସୁଯୋଗ ନେଇ ଜଣେ ମହିଳାଙ୍କୁ ସମ୍ପୃକ୍ତ ବାବା ଜଣକ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଗ୍ରହଣ କରିଛି କାର୍ଯ୍ୟାନୁଷ୍ଠାନ । ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରୁ । ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।

ରେଢ଼ାଖୋଲରେ ଲଜ୍ଜା:

ପୋଲିସ ସୂଚନା ଅନୁସାରେ, ଜଣେ ଯୁବତୀଙ୍କୁ ଘରକୁ ଡାକି ତାଙ୍କ ସହ ଜଣେ ବ୍ୟକ୍ତି ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ରେଢ଼ାଖୋଲ ଥାନା ଅନ୍ତର୍ଗତ ବୈଷ୍ଣବ ଝୁଲି ଅଞ୍ଚଳର ପ୍ରଫୁଲ୍ଲ ମହଲା ନାମକ ଜଣେ ଅଭିଯୁକ୍ତଙ୍କୁ ଥାନାରେ ଗିରଫ କରିଛି ପୋଲିସ । ପୀଡିତାଙ୍କୁ ବର୍ତ୍ତମାନ ରେଢ଼ାଖୋଲ ଡାକ୍ତରଖନାରେ ରଖି ଚିକିତ୍ସା କରାଯିବା ସହ ପଚରାଉଚରା କରୁଛି ପୋଲିସ ।

RAIRAKHOL RAPE CASE (ETV Bharat Odisha)
ଏମିତି କହିଲେ ରେଢ଼ାଖୋଲ ଏସଡ଼ିପିଓ:

ରେଢ଼ାଖୋଲ ଏସଡ଼ିପିଓ ପ୍ରଶାନ୍ତ ମେହେର କହିଛନ୍ତି," ଗୁରୁବାର ଅପରାହ୍ନରେ ଅଭିଯୁକ୍ତ ପ୍ରଫୁଲ୍ଲ ମହଲା ଉକ୍ତ ଯୁବତୀଙ୍କୁ ରେଢ଼ାଖୋଲ ଥାନା ଅନ୍ତର୍ଗତ ବୈଷ୍ଣବଝୁଲି ଗାଁକୁ ଡ଼ାକିଥିଲେ । ତେବେ ଯୁବତୀ ଜଣକ ଏକାଥିବାରୁ ଏକାକୀର ସୁଯୋଗ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ମହିଳାଙ୍କ ଡାକ୍ତରୀ ଚିକିତ୍ସା ଚାଲିଛି । ଉଭୟଙ୍କ ଆଗରୁ ଚିହ୍ନା ପରିଚୟ ରହିଥିଲା । ସେ ଆଧାରରେ ମହିଳାଜଣକ ତାଙ୍କ ନିକଟକୁ ଯାଇଥିଲେ । ଅଭିଯୁକ୍ତ ପ୍ରଫୁଲ୍ଲ ମହଲାକୁ ଗିରଫ କରିଛୁ ।"

ଏହା ମଧ୍ୟ ପଢନ୍ତୁ...କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ଘଟଣା, ଚାରି ଅଭିଯୁକ୍ତ ଗିରଫ

ଏହା ମଧ୍ୟ ପଢନ୍ତୁ...6 ମାସରେ ରାଜ୍ୟରେ 769 ନାବାଳିକା ଦୁଷ୍କର୍ମ ଓ 459 ହତ୍ୟାକାଣ୍ଡ, ଗୃହରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ...ଦୁଷ୍କର୍ମ ପରେ ନାବାଳିକାକୁ ପୋଡି ମାରିଦେଇଥିଲେ, 3 ଜଣଙ୍କୁ ଆଜୀବନ କାରାଦଣ୍ଡ


'ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି':

ତେବେ ଅନ୍ୟପଟେ ପୀଡିତାଙ୍କୁ ନିଶା ବଟିକା ଦେଇ ତାଙ୍କ ଅଚେତ୍ ଅବସ୍ଥାରେ ଦୁଷ୍କର୍ମ କରାଯାଇଛି ବୋଲି ଚର୍ଚ୍ଚା ହେଉଥିବା ପ୍ରସଙ୍ଗରେ ଏସଡିପିଓ କହିଛନ୍ତି," ନିଶା ବଟିକା ଦିଆଯାଇଥିବା କଥା ତଦନ୍ତ ପରେ ସ୍ପଷ୍ଟ ହେବ । ତେବେ ଅଭିଯୁକ୍ତର ପୂର୍ବରୁ କିଛି ଅପରାଧିକ ପୃଷ୍ଠଭୂମି ଅଛି କି ନାହିଁ, ପୋଲିସ ତାହା ତଦନ୍ତ କରୁଛି । ପୀଡିତା ଜଣଙ୍କ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍ ରହିଛି । "


ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details