ଓଡିଶା

odisha

ETV Bharat / state

ରାଜଧାନୀରେ ଅଟୋ ଚାଳକଙ୍କ ଆନ୍ଦୋଳନ; ଓଲା, ଉବର ଓ ରାପିଡୋ ଗାଡ଼ି ଚକାରୁ ଖୋଲିଲେ ପମ୍ପ - Smart City Online Auto Group

Smart City Online Auto Group Driver Protest: ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ ଚାଳକଙ୍କ ଆନ୍ଦୋଳନ । ଓଲା, ଉବର ଓ ରାପିଡୋ ଆପକୁ ଗାଡ଼ି ଚାଳକଙ୍କ ଫୋନରୁ ଡିଲିଟ କଲେ ଆନ୍ଦୋଳନକାରୀ । ଅଧିକ ପଢ଼ନ୍ତୁ

Smart City Online Auto Group Driver Protest
Smart City Online Auto Group Driver Protest (ETV Bharat Odisha)

By ETV Bharat Odisha Team

Published : Aug 7, 2024, 7:43 AM IST

ଭୁବନେଶ୍ବର: ରାଜଧାନୀରେ ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ ଚାଳକଙ୍କ ଆନ୍ଦୋଳନ । ଓଲା, ଉବର ଓ ରାପିଡୋ କମ୍ପାନି ଉପରେ ଅସନ୍ତୋଷ ପ୍ରକାଶ କରି ଗାଡିକୁ ଅଟକାଇ ଚକାରୁ ଖୋଲିଲେ ପମ୍ପ । ଏପରିକି ଓଲା, ଉବର ଓ ରାପିଡୋ ଆପକୁ ଗାଡ଼ି ଚାଳକଙ୍କ ଫୋନରୁ ଡିଲିଟ କରିଛନ୍ତି । ଏଭଳି ଆକ୍ରୋଶମୂଳକ ଭାବେ ସଂଗଠନ ବିଭିନ୍ନ ଦାବି ପୂରଣକୁ ନେଇ ଆନ୍ଦୋଳନ କରିଛନ୍ତି ।

Smart City Online Auto Group Driver Protest (ETV Bharat Odisha)

ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ ଚାଳକଙ୍କ ଆନ୍ଦୋଳନ:

ଓଲା, ଉବର ଓ ରାପିଡୋ ଗାଡିକୁ ସହରର ସବୁ ସ୍ଥାନରେ ଅଟକାଇଛନ୍ତି ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ ଚାଳକ । ପୋଲିସର ଉପସ୍ଥିତିରେ ବି ଗାଡି ଅଟକାଇ ଅନଲାଇନ ସଂସ୍ଥାର ଚାଳକଙ୍କୁ ହଇରାଣ କରିବା ଦେଖିବାକୁ ମିଳିଛି । ସେମାନେ ଦାବି କରିଛନ୍ତି ଯେ, ୮ ବର୍ଷ ଧରି ବିଭିନ୍ନ ଦାବି ଯେପରିକି ଭଡା ବୃଦ୍ଧି, ସ୍ବାସ୍ଥ୍ୟବୀମା, ବିନା କାମର୍ସିଆଲ ଲାଇସେନସରେ ବାହାରର ଅନଲାଇନ ସଂସ୍ଥାଙ୍କ ସେବା ବ୍ୟାନ କରିବା ଭଳି ପ୍ରସଙ୍ଗକୁ ନେଇ ଅଟୋଚାଳକ ଦାବି କରୁଥିଲେ ମଧ୍ୟ ସରକାର ତାଙ୍କ ଦାବି ଶୁଣୁନାହାନ୍ତି । ଅନ୍ୟ ଅଣ ଓଡ଼ିଆ ଅନଲାଇନ ସଂସ୍ଥାରେ ସହଜରେ ଯାତାୟତ ସେବା ଉପଲବ୍ଧ ହେବାରୁ ସରକାର ଆମ କଥା ଶୁଣୁନାହାନ୍ତି । କାରଣ ଗ୍ରାହକଙ୍କୁ ସେବା ମିଳିଯାଉଛି । ତେଣୁ ସରକାରଙ୍କୁ ନିଜର ଦାବି ଜଣାଇବା ପାଇଁ ଓଲା, ଉବର ଓ ରାପିଡୋ ସଂସ୍ଥାର ଗାଡିକୁ ଅଟକାଇ ଏଭଳି ଅଭିନବ ଉପାୟରେ ଆନ୍ଦୋଳନ କରିଛନ୍ତି ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ ।

ଓଲା, ଉବେର ଓ ରାପିଡ ଭଳି ସଂସ୍ଥାର ଗାଡିକୁ କଲେ ବନ୍ଦ:

ଭୁବନେଶ୍ୱରର ପ୍ରତି ଛକରେ ସଂଗଠନ ପକ୍ଷରୁ ଅଟୋ ଚାଳକ ନିଜର ସେବା ବନ୍ଦ ସହ ସେମାନଙ୍କ ସେବାକୁ ମଧ୍ୟ ବିଭିନ୍ନ ଉପାୟ ଆପଣାଇ ବନ୍ଦ କରିଛନ୍ତି । ଯେପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ନଶୁଣିଛନ୍ତି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି । ପାଖାପାଖି ୧୦ ହଜାର ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପର ଅଟୋଚାଳକ ଅଟୋ ସେବା ବନ୍ଦ କରିବା ସହ ଓଲା, ଉବେର ଓ ରାପିଡ ଭଳି ସଂସ୍ଥାର ଗାଡିଗୁଡିକୁ ବନ୍ଦ କରିଛନ୍ତି । ଗାଡ଼ିଗୁଡ଼ିକୁ ଅଟକାଇବା ସହ ଚକାରୁ ପମ୍ପ ଖୋଲିଦେଇଛନ୍ତି ।

ସରକାର ନିଅନ୍ତୁ କାର୍ଯ୍ୟନୁଷ୍ଠାନ, ନଚେତ ଆନ୍ଦୋଳନ ଜୋରଦାର ହେବ:
ଏନେଇ ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପର ଅଟୋଚାଳକ ଦିଗମ୍ବର ସାହୁ କହିଛନ୍ତି, "ବିନା କାଗଜପତ୍ର ଓ ଲାଇସେନ୍ସରେ ବାହାର କମ୍ପାନୀମାନେ ଓଡ଼ିଶାରେ ଆସି ତାଙ୍କର ବ୍ୟବସାୟ କରୁଥିବାବେଳେ ଏଠାରେ ଥିବା ବିଭିନ୍ନ ଚାଳକ ସଂଘ ହଇରାଣ ହେଉଛନ୍ତି । ଏଠାରେ ଯେଉଁ ଅନଲାଇନ ସେବା ଅଛି ତାହା ଗ୍ରାହକମାନେ ନପାଇ ଅଣଓଡ଼ିଆ ସଂସ୍ଥା ଅଧିକ ହେବାରୁ ସେ ସେବା ପାଇଯାଉଛନ୍ତି । ଏହାକୁ ନେଇ ଭୁବନେଶ୍ୱର ଅଟୋ ଚାଳକଙ୍କ ବ୍ୟବସାୟ ଠପ୍ ହୋଇଯାଉଛି । ଗୋଟିଏ ପଟେ ସରକାର ଭଡା ବୃଦ୍ଧି କରୁନଥିବା ବେଳେ ଅନ୍ୟପଟେ ଏହି ସଂସ୍ଥାମାନେ ସୁବିଧାରେ ଉପଲବ୍ଧ ହେବାରୁ ଆମର ବ୍ୟବସାୟ କମିଯାଉଛି । ତେଣୁ ବିନା ଲାଇସେନ୍ସରେ ଯେଉଁ ଅନଲାଇନ ସଂସ୍ଥା ଯାତାୟାତ ସେବା ଯୋଗାଉଛି ତାଙ୍କୁ ସରକାର ବ୍ୟାନ କରନ୍ତୁ । ଯାହାଦ୍ଵାରା ଲାଇସେନ୍ସ ପ୍ରାପ୍ତ ସଂସ୍ଥା ହିଁ ଗାଡି ଚଳାଇବେ ଆଉ ଲାଭବାନ ହେବେ । ଯଦି ଏହି ବିନା ଲାଇସେନ୍ସ ଗାଡିଚାଳକ ଆଗକୁ ସହରରେ ଗାଡି ଚଳାଇବେ ଆନ୍ଦୋଳନ ଜୋରଦାର ହେବ । କାରଣ ଲାଇସେନ୍ସ ସଂସ୍ଥା ଆରଟିଓର ଅଧିନିୟମ ମାନି ଗାଡି ଚଳାଇବେ । ଯାହାଦ୍ୱାରା ସମସ୍ତଙ୍କୁ ସମାନ ସେବା ସହ ସମାନ ସୁବିଧା ମିଳିପାରିବ ।"

ଏହା ମଧ୍ୟ ପଢ଼ନ୍ତୁ...କାରକେଡ୍ ଅଟକାଇ ଅଟୋ ଚାଳକଙ୍କ ଅଭିଯୋଗ ଶୁଣିଲେ ଭାବି ମୁଖ୍ୟମନ୍ତ୍ରୀ - Mohan Majhi Meet Auto Driver

ଅସନ୍ତୋଷ ଝାଡ଼ିଲେ ଉବର ଓ ରାପିଡୋ ଚାଳକ:

ସେପଟେ ଓଲା, ଉବର ଓ ରାପିଡୋ ସଂସ୍ଥାର ଗାଡିଗୁଡିକ ପାସେଞ୍ଜର ନେଇକି ଯାଉଥିବା ବେଳେ ବିଭିନ୍ନ ଛକରେ ଏଭଳି ଅଟକାଇବାକୁ ନେଇ ହଟହଟା ହୋଇଛନ୍ତି । କେତେକ ସ୍ଥାନରେ ଗାଡ଼ିଚାଳକଙ୍କୁ ଘଣ୍ଟା ଘଣ୍ଟା ଧରି ଅଟକାଇ ଦେଇଥିବା ବେଳେ କେତେକ ଜାଗାରେ ଚକାରୁ ପମ୍ପ ଖୋଲିବା ସହ ଚାବି ଛଡାଇ ନେଇଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଓଲା ଉବର ଓ ରାପିଡୋର ଗାଡ଼ିଗୁଡ଼ିକ ଅସନ୍ତୋଷ ପ୍ରକାଶ କରିଛନ୍ତି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details