ଓଡିଶା

odisha

ବଜାରରେ ଆଳୁର ମହଙ୍ଗା ମାଡ଼; ଆଳୁଦମ ଦହିବରାରୁ ଆଳୁ ଗାଏବ, ସୋୟାବିନ ବଡ଼ିର ଏଣ୍ଟ୍ରି - Dahibara Aludam Potato Vanishes

By ETV Bharat Odisha Team

Published : Jul 27, 2024, 10:47 PM IST

Potato Vanishes From Dahibara Aloo dam: ଦହିବରା ଉପରେ ଆଳୁ ମହଙ୍ଗା ମାଡ଼ । ନାଁକୁ ମାତ୍ର ଆଳୁଦମ । ଦହିବରା ଆଳୁଦମରୁ ଆଳୁ ଗାଏବ । ଆଳୁ ବଦଳରେ ଏଣ୍ଟ୍ରି ମାରିଲା ସୋୟାବିନ ବଡ଼ି । ଅଧିକ ପଢ଼ନ୍ତୁ

Potato Vanishes From Dahibara Aludam
Potato Vanishes From Dahibara Aludam (ETV Bharat Odisha)

ଭୁବନେଶ୍ବର: ବଜାରରେ ଏବେ ଆଳୁ ଦରକୁ ନେଇ ଚିନ୍ତାରେ ଖାଉଟି । ନିତିଦିନିଆ ଖାଇବା ଉପରେ ଆଳୁର ମହଙ୍ଗା ମାଡ଼ । ଆଳୁର ଚଢ଼ାଦରକୁ ନେଇ ବ୍ୟାବସାୟୀ ଟିନ୍ତାରେ । ହାଣ୍ଡିଶାଳରୁ ଆଳୁ ଅନ୍ତର୍ଦ୍ଧାନ ହୋଇଥିବା ବେଳେ ଦହିବରା ଦୋକାନରେ ଆଳୁଦମରୁ ଗାଏବ ଆଳୁ । ଏତେ ଉଚ୍ଚା ଦରରେ ଆଳୁ କିଣି ହେଉନଥିବା ବେଳେ ଏବେ ଆଳୁ ବଦଳରେ ଏବେ ଆଳୁଦମରେ ବିକ୍ରି କରୁଛନ୍ତି ସୋୟାବିନ ବଡି ।

Potato Vanishes From Dahibara Aludam (ETV Bharat Odisha)
ଆଳୁଦମରୁ ଆଳୁ ଗାଏବ: ଆଳୁର ବଜାର ଦରଦାମ ଉଚ୍ଚା ହେବା ପରେ ବଜାରରେ ଆଳୁ ବିକ୍ରି ଉପରେ ଏବେ ଚଡ଼କ ପଡ଼ିଛି । ମାର୍କେଟରେ ଆଳୁ ବିକ୍ରି ନେଇ ଆତଙ୍କ ଖେଳିଛି । ବ୍ୟବସାୟୀ ଓ ଖାଉଟି ମଧ୍ୟରେ ଛକାପଞ୍ଝା ଚାଲିଛି । ଆଳୁ ନେଇ ସଂକଟରେ ବ୍ୟବସାୟୀ ଓ ଖାଉଟି । ଏହାରି ଭିତରେ ନିତିଦିନିଆ ଦହିବରା ଓ ଆଳୁଦମ ଦୋକାନରେ ଆଳୁର ଚଡ଼କ ପଡ଼ିଛି । ଆଳୁର ବଜାର ଦର ଦେଖି ଏବେ ଆଳୁଦମ ପ୍ରସ୍ତୁତ କରୁଥିବା ବ୍ୟବସାୟୀ ଆଳୁ ବଦଳରେ ସୋୟାବିନ ବ୍ୟବହାର କରୁଛନ୍ତି । ଯାହାକୁ ନେଇ ବଜାରରେ ବିକ୍ରି ହେଉଥିବା ଦହିବରା ଆଳୁଦମରେ ଆଳୁ କମ୍‌ ସୋୟାବିନ ବେଶୀ ଦେଖିବାକୁ ମିଳିଛି ।
Potato Vanishes From Dahibara Aludam (ETV Bharat Odisha)
କ'ଣ କହୁଛନ୍ତି ଦହିବରା ଆଳୁଦମ ବ୍ୟବସାୟୀ ?

ଏନେଇ ବ୍ୟବସାୟୀ ଲକ୍ଷ୍ମୀନାରାୟଣ ସାହୁ କହିଛନ୍ତି, "ଆମେ ଛୋଟ ବେପାରୀ । ଖରା ବର୍ଷାରେ ବେପାର କରୁଛୁ । ଆଳୁ କେଜି ୬୦ରୁ ୭୦ଟଙ୍କା ହେଲାଣି । ଯଦି ଲୋକ ଖାଇଲା ବେଳେ ଆଉଥରେ ମାଗୁଛନ୍ତି, ଆଳୁ ଯେଉଁଭଳି ଦର ୨୦ରୁ ୩୦ଟଙ୍କାରେ ତିନି ଚାରି ପିସ୍ ଆଳୁ ଦେବା କଷ୍ଟକର ହେଉଛି । ବାଧ୍ୟ ହୋଇ ଆଳୁ ଦମରେ ସୋୟାବିନ ବ୍ୟବହାର କରୁଛୁ । ଲୋକେ ବି ଖାଉଛନ୍ତି । ତେଣୁ ଦିନକୁ ୧୦ କିଲୋ ଆଳୁ ଆମେ କିଣୁଛୁ । ଯେତିକି ବେପାର କରୁଛୁ ସେହି ଦରରେ ଆଳୁ ଦମରେ ପର୍ଯ୍ୟାପ୍ତ ଆଳୁ ଦେବା ସମ୍ଭବ ନୁହେଁ । ଆଳୁର ଦର ଶୀଘ୍ର କମିବା ଦରକାର । ଯେତେ କମିବ ସେତେ ଭଲ । ଆଳୁ ଯଦି ଆଉ ନ ଆସିବ ବା ଏହିଭଳି ଦରରେ ଆଗକୁ ବିକ୍ରି ହୁଏ ବେପାର ବନ୍ଦ କରି ଗାଁକୁ ଯିବୁ । କାରଣ ଘରେ ଡାଲିଠାରୁ ଆରମ୍ଭ କରି ଆମିଷ ମଟନ ପର୍ଯନ୍ତ ସବୁଥିରେ ଆଳୁ ଦରକାର । ତେଣୁ ଆଳୁ ଦର ଯଦି ଏହିଭଳି ହୁ ହୁ ବଢେ ତେବେ ଆଗକୁ ସ୍ଥିତି ଅସମ୍ଭାଳ ହେବ ।"

Potato Vanishes From Dahibara Aludam (ETV Bharat Odisha)

ଆକାଶ ଛୁଆଁ ଆଳୁ ଦର:
ସେପଟେ ଆଳୁର ବର୍ଦ୍ଧିତ ଦର ଅଭାବକୁ ନେଇ ଆକ୍ସନ ମୋଡ଼ରେ ରାଜ୍ୟ ସରକାର । ଗତକାଲି ଆଇଗିଣିଆ ସମେତ ପତ୍ରପଡ଼ା ଗୋଦାମରେ ଅଚାନକ ଚଢ଼ାଉ କରିଥିଲେ ଯୋଗାଣ ମନ୍ତ୍ରୀ । ଆସନ୍ତା 7 ଦିନକୁ ଦୃଷ୍ଟିରେ ରଖି ଆଳୁ ରାଜ୍ୟରେ ମହଜୁଦ ରହିଥିବା ମନ୍ତ୍ରୀ ସୂଚନା ଦେଇଥିଲେ । ତେବେ ଆବଶ୍ୟକ ହେଲେ ଉତ୍ତର ପ୍ରଦେଶରୁ ଆଳୁ ମଗେଇବୁ ବୋଲି ମଧ୍ୟ ଗତକାଲି ମନ୍ତ୍ରୀ ସୂଚନା ଦେଇଥିଲେ । ସମସ୍ତଙ୍କୁ ଅପିଲ କରିଥିଲେ ଯେ, କେହି 32 ଟଙ୍କାରୁ ଅଧିକ ଟଙ୍କାରେ ଆଳୁ ବିକିବେ ନାହିଁ । ଏହାସହ ଅସାଧୁ ବ୍ୟବସାୟୀଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ । ଅନ୍ୟପଟେ ଏନେଇ ମୁଖ୍ୟମନ୍ତ୍ରୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟରେ ଆଲୋଚନା ହୋଇଛି‌ ।

Potato Vanishes From Dahibara Aludam (ETV Bharat Odisha)

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି । ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଳୁ ଯୋଗାଣ ସମସ୍ୟାର ସମାଧାନ ପାଇଁ ଆଲୋଚନା ହୋଇଛି । ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ମୋହନ ଆଜି ମମତାଙ୍କୁ ଅନୁରୋଧ କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଳୁ ଟେନସନ: ମମତାଙ୍କ ସହ ଆଲୋଚନା ପରେ ମୋହନଙ୍କ ଟ୍ବିଟ୍, ସ୍ବାଭାବିକ ହେଲାଣି ଆମଦାନୀ ପ୍ରକ୍ରିୟା - POTATO CRISIS IN ODISHA

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details