ଓଡିଶା

odisha

ETV Bharat / state

ପ୍ରଧାନମନ୍ତ୍ରୀ ଓବିସି ନୁହନ୍ତି, ଜେନେରାଲ ବର୍ଗ: ରାହୁଲ ଗାନ୍ଧୀ - ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ

Rahul Gandhi attacks PM Modi: "ପ୍ରଧାନମନ୍ତ୍ରୀ ମୋଦି ଓବିସି ବର୍ଗରେ ଜନ୍ମ ହୋଇ ନାହାନ୍ତି । ସେ ଜେନେରାଲ ବର୍ଗରେ ଜନ୍ମ ନେଇଛନ୍ତି ।" ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ମୋଦିଙ୍କୁ ଟାର୍ଗେଟ, ଓଡ଼ିଶାର ଝାରସୁଗୁଡ଼ାରେ ଏଭଳି ଆକ୍ଷେପ କରିଛନ୍ତି ରାହୁଲ ଗାନ୍ଧୀ । ଅଧିକ ପଢ଼ନ୍ତୁ,

ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ
Rahul Gandhi attacks PM Modi

By ETV Bharat Odisha Team

Published : Feb 8, 2024, 1:35 PM IST

Updated : Feb 8, 2024, 3:02 PM IST

Rahul Gandhi attacks PM

ଝାରସୁଗୁଡା:ଝାରସୁଗୁଡାରେ ଚାଲିଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଟାର୍ଗେଟ କଲେ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦି ଓବିସି ବର୍ଗରେ ଜନ୍ମ ହୋଇ ନାହାନ୍ତି ବରଂ ସେ ସାଧାରଣ ବର୍ଗରେ ଜନ୍ମ ହୋଇଛନ୍ତି ବୋଲି କହିଲେ ରାହୁଲ । ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେପି ଏବଂ ବିଜେଡି ଏକ, ଏହି ଦୁଳ ଦଳ ମଧ୍ୟରେ ଏକମାତ୍ର ପାର୍ଥକ୍ୟ ହେଉଛି ‘ପି’ ଏବଂ ‘ଡି’ ବୋଲି କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।

Rahul Gandhi attacks PM

ଏହା ମଧ୍ୟ ପଢନ୍ତୁ-ଝାରସୁଗୁଡ଼ାରେ ରାହୁଲଙ୍କ ନ୍ୟାୟ ଯାତ୍ରା ଆରମ୍ଭ, କିଷାନ ଛକରେ ସାଧାରଣ ସଭାକୁ ସମ୍ବୋଧନ

ପ୍ରଧାନମନ୍ତ୍ରୀ ମୋଦି ଓବିସି ବର୍ଗରେ ଜନ୍ମ ହୋଇ ନାହାନ୍ତି: ରାହୁଲ କହିଛନ୍ତି, '' ଆପଣ ସମସ୍ତଙ୍କୁ ବୋକା ବନାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଓବିସି ବର୍ଗରେ ଜନ୍ମ ହୋଇ ନାହାନ୍ତି । ପ୍ରଧାନମନ୍ତ୍ରୀ ସାଧାରଣ ବର୍ଗରେ ଜନ୍ମ ହୋଇଛନ୍ତି। ସେ ଗୁଜୁରାଟର 'ତେଲି' ଜାତିରେ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ସାରା ଦୁନିଆକୁ ସେ କହୁଛନ୍ତି ଓବିସି ପରିବାରରେ ଜନ୍ମ ହୋଇଛନ୍ତି । 2000 ମସିହାରେ ଏହି ବର୍ଗକୁ ବିଜେପି ଓବିସିରେ ଅନ୍ତର୍ଭୁକ୍ତ କରିଥିଲା । ମୋତେ କୌଣସି ଜନ୍ମ ସାର୍ଟିଫିକେଟର ଆବଶ୍ୟକତା ନାହିଁ । ସେ କୌଣସି ଓବିସି ସହ କରମର୍ଦ୍ଦନ କରୁନାହାନ୍ତି । ସେ କୌଣସି କୃଷକର ହାତ ଧରୁନାହାନ୍ତି କି କୌଣସି ଦିନ ମଜୁରିଆରଙ୍କ ହାତ ଧରୁନାହାନ୍ତି । ସେ କେବଳ ଆଦାନୀଜୀଙ୍କ ହାତ ଧରନ୍ତି ।"

ବିଜେପି ଓ ବିଜେଡି ଏକ: ଓଡିଶାରେ କୃଷକଙ୍କଠାରୁ ବିଜେପି ଓ ବିଜେଡି ମିଶିକି ଲୁଟୁଛନ୍ତି । ବିଜେପି, ବିଜେଡି ଦଳ ମଧ୍ୟରେ ‘ପି’ ଏବଂ ‘ଡି’ର ଫରକ ରହିଛି । ବାକି ସବୁ ସମାନ । ଅର୍ଥାତ BJP ଏବଂ BJD ଦଳରେ BJ ସମାନ ଥିବା ବେଳେ କେବଳ 'P' ଏବଂ 'D' ଫରକ ରହିଛି ।

ମୋଦି ମାସକୁ 2ରୁ 3 କୋଟି ଟଙ୍କାର ଡ୍ରେସ ପିନ୍ଧୁଛନ୍ତି: ପ୍ରତି ମାସରେ ମୋଦିଜୀଙ୍କ ଦରମା 1 ଲକ୍ଷ 60 ହଜାର । ସକାଳେ 1ରୁ 2 ଲକ୍ଷ ଟଙ୍କାର ସୁଟ ପିନ୍ଧିବେ । ପୁଣି ସନ୍ଧ୍ୟାରେ 4ରୁ 5 ଲକ୍ଷର ସୁଟ ପିନ୍ଧିବେ । ଦିନରେ ମଞ୍ଚକୁ ଯିବା ବେଳେ ନୂଆ ଡ୍ରେସ ଓ ଜୋତା ପିନ୍ଧିବେ 3ରୁ 4 ଲକ୍ଷ ଟଙ୍କାର। ଦିନକୁ ଯଦି 7ରୁ 8 ଲକ୍ଷ ଟଙ୍କା ହୁଏ ତେବେ ମାସକୁ କେତେ । ମାସକୁ ଲକ୍ଷେ 60 ହଜାର ଦରମା ପାଉଥିବା ବେଳେ ଗୋଟିଏ ମାସରେ 2ରୁ 3 କୋଟି ଟଙ୍କାର ଡ୍ରେସ ପିନ୍ଧୁଛନ୍ତି । ଏହି ପଇସା କେଉଁଠୁ ଆସୁଛି । ଜନସାଧାରଣଙ୍କୁ ରାହୁଲ କହିଛନ୍ତି "ଆପଣମାନଙ୍କ ଉପରେ ଅନ୍ୟାୟ ହେଉଛି, ଚୋରି ହେଉଛି କିନ୍ତୁ ଆପଣମାେ ଜାଣିପାରୁ ନାହାନ୍ତି ।"

ଆଜି ଓଡିଶାରେ ଶେଷ ହୋଇଛି ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଆଜି ତୃତୀୟ ତଥା ଶେଷ ଦିନରେ ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡ ଗାନ୍ଧିମୂର୍ତ୍ତି ନିକଟରୁ ଏହି ଯାତ୍ରା ଆରମ୍ଭ ହୋଇ କିଷାନ ଛକ, ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଗାନ୍ଧୀଛକ ହୋଇ ବେଲପାହାଡ଼ର ମହିମା ଛକଠାରେ ପହଞ୍ଚିଥିଲା । ସେଠାରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିଥିଲେ ରାହୁଲ। ଆଜି ଏହି ସଭାରେ ରାହୁଲ ଗାନ୍ଧୀ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ।

ଇଟିଭି ଭାରତ, ଝାରସୁଗୁଡା

Last Updated : Feb 8, 2024, 3:02 PM IST

ABOUT THE AUTHOR

...view details