ଓଡିଶା

odisha

ETV Bharat / state

ବ୍ରହ୍ମପୁରକୁ ମୋଦିଙ୍କ ପ୍ରଥମ ଗସ୍ତ, ଜାଣନ୍ତୁ ମେନ୍ୟୁରେ କଣ ଥିଲା.. - Food menu for PM Modi - FOOD MENU FOR PM MODI

Food menu for PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ଲାଗି ବ୍ରହ୍ମପୁର ଗସ୍ତ କରିଥିବା ବେଳେ ତାଙ୍କୁ ବିଭିନ୍ନ ପ୍ରକାର ସୁସ୍ବାଦୁ ବ୍ୟଞ୍ଜନ ପରଷା ଯାଇଥିଲା । ଏହି ଖାଦ୍ୟରେ ସାମିଲ ଥିଲା ଛେନାପୋଡ, ଦହିବରାଠୁ ଆରମ୍ଭ କରି କେତେ କଣ.. ଅଧିକ ପଢନ୍ତୁ

Food menu for PM Modi
Food menu for PM Modi (ଫଟୋ- ଇଟିଭି ଭାରତ ଓଡ଼ିଶା)

By ETV Bharat Odisha Team

Published : May 6, 2024, 8:19 PM IST

ବ୍ରହ୍ମପୁରକୁ ମୋଦିଙ୍କ ପ୍ରଥମ ଗସ୍ତ, ଜାଣନ୍ତୁ ମେନ୍ୟୁରେ କଣ ଥିଲା.. (ଇଟିଭି ଭାରତ ଓଡ଼ିଶା)

ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ସୋମବାର) ପ୍ରଥମ ଥର ଲାଗି ବ୍ରହ୍ମପୁର ଗସ୍ତରେ ଆସିଥିଲେ । ପ୍ରଧାନମନ୍ତ୍ରୀଙ୍କ ଆଗମନ ନେଇ ଚଳଚଞ୍ଚଳ ହୋଇଉଠିଥିଲା ପୁରା ଗଞ୍ଜାମ ଜିଲ୍ଲା । ସବୁଠୁ ଖାସ୍‌ କଥା ହେଉଛି ମୋଦିଙ୍କ ଲାଗି କଣ ପ୍ରସ୍ତୁତ ହୋଇଥିଲା ଖାଦ୍ୟ ? ମୋଦିଙ୍କ ଖାଇବା ଥାଳିରେ ବ୍ରହ୍ମପୁର କଣ ପରଷିଥିଲା ? ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଲାଗି ସମ୍ପୂର୍ଣ୍ଣ ଭାବେ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରଷା ଯାଇଥିଲା ।

ମୋଦିଙ୍କ ମେନ୍ୟୁରେ କଣ ଥିଲା ?ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଗି ସ୍ବତନ୍ତ୍ର ସେଫ୍‌ ଆସିଥିଲେ । ଆଉ ଭଳିକି ଭଳି ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ଖାଦ୍ୟ ତାଲିକାରେ ରହିଥିଲା କାକରା ପିଠା, ଆରିସା ପିଠା, ଛେନାପୋଡ଼, ରସଗୋଲା, ଦହିବରା, ଗୁଗୁନି, ଇଡଲି, ମାଣ୍ଡିଆ ଜାଉ, ମାଣ୍ଡିଆ ପିଠା ଠାରୁ ଆରମ୍ଭ କରି ବିଭିନ୍ନ ପାଚିଲା ଫଳ । ଏହା ସାଙ୍ଗକୁ ବିଭିନ୍ନ ପ୍ରକାର ଜୁସ୍ ଏବଂ ମୋଦିଙ୍କ ପାଇଁ ସ୍ବତନ୍ତ୍ର ଅଦା ଚା' । ଏହାସହିତ କିଛି ସୁସ୍ବାଦୁ ବ୍ୟଞ୍ଜନ ମଧ୍ୟ ରହିଥିଲା ।

ରୋଷେଇ ପାଇଁ ସ୍ବତନ୍ତ୍ର ସେଫ୍‌ ଟିମ:ମୋଦିଙ୍କ ଆଗମନକୁ ନେଇ ଗୋପାଳପୁରର ଏକ ତାରକା ହୋଟେଲର ଖାଦ୍ୟ ପ୍ରସ୍ତୁତ କରୁଥିବା ଏକ ସେଫ୍ ଟିମ ଏହି ଗୁରୁ ଦାୟିତ୍ବ ନେଇଥିଲେ । ସେମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଲାଗି ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ ଲାଗି ଦାୟିତ୍ବ ଦିଆଯାଇଥିଲା । ସେଫମାନେ ବିଶେଷ ଭାବରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଉପରେ ଗୁରୁତ୍ବ ଦେଇଥିଲେ । ଏହାସହିତ ସ୍ବାସ୍ଥ୍ୟ ଉପଯୋଗୀ ମାଣ୍ଡିଆରୁ ଅନେକ ପ୍ରକାର ପିଠା ଓ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଲାଗି ବିଶେଷ ଭାବରେ ଚା' ପ୍ରସ୍ତୁତ କରି ବେଶ ଖୁସିବ୍ୟକ୍ତ କରିଛନ୍ତି ଏହି ଟିମରେ ଥିବା ଜଣେ ସେଫ୍‌ ।

ସେଫ୍‌ଙ୍କ ପ୍ରତିକ୍ରିୟା:- ପ୍ରଧାନମନ୍ତ୍ରୀଙ୍କ ଆଗମନରେ ଏପରି ଖାଦ୍ୟ ପ୍ରସ୍ତୁତ କରି ବେଶ ଖୁସି ଅନୁଭବ କରିଥିବା ସ୍ବତନ୍ତ୍ର ସେଫ୍ ଟିମର ସଦସ୍ୟ ରୁଦ୍ର କହିଛନ୍ତି । " ପ୍ରଧାନମନ୍ତ୍ରୀଙ୍କ ଲାଗି ପ୍ରଥମ ଥର ଖାଦ୍ୟ ପ୍ରସ୍ତୁତ କରି ବେଶ ଖୁସି ଅଛି । ଆମେ ସବୁ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥିଲୁ । ଖାଦ୍ୟ ତାଲିକାରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସାଙ୍ଗକୁ କିଛି ଅନ୍ୟ ଖାଦ୍ୟ ମଧ୍ୟ ରହିଥିଲା । ଇଡଲି ସାମ୍ବର ଠାରୁ ଆରମ୍ଭ କରି ଛେନାପୋଡ଼, ବିଭିନ୍ନ ପ୍ରକାରର ପିଠା ଓ ଫଳ ମଧ୍ୟ ରହିଥିଲା । ମୋଦିଙ୍କୁ ପାଖରୁ ଦେଖିବାକୁ ବହୁତ ଇଚ୍ଛା ଥିଲା । ଆଜି ସେହି ଇଚ୍ଛା ପୂରଣ ହେବାରୁ ବେଶ ଖୁସି ଅଛି ।"

ଏହା ବି ପଢନ୍ତୁ- ମୋଦି ନାରାରେ କମ୍ପିଲା କନିଷି, 'ଜୁନ୍ ୧୦ରେ ବିଜେପି ସରକାରର ଶପଥ ଗ୍ରହଣ, ଓଡ଼ିଶାରେ ବିଜେଡି ଅସ୍ତଗାମୀ'

ସୂଚନା ଥାଉ କି ପ୍ରଧାନମନ୍ତ୍ରୀ ମୋଦି ରବିବାର ରାତି ପ୍ରାୟ 10.30ଟାରେ ଭୁବନେଶ୍ବରରେ ପହଞ୍ଚିଥିଲେ । ଆଜି ମୋଦି ପ୍ରଥମେ ବ୍ରହ୍ମପୁର ଓ ପରେ ନବରଙ୍ଗପୁରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଥିଲେ । ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବା ପରେ ସେ ଆନ୍ଧ୍ରପ୍ରଦେଶ ଗସ୍ତ କରିଛନ୍ତି । ପଡ଼ୋଶୀ ରାଜ୍ୟ ଆନ୍ଧ୍ରର ଅନକାପଲ୍ଲିରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details