ଓଡିଶା

odisha

ETV Bharat / state

ରାଜନୈତିକ ଶତ୍ରୁତା ହେଲା କାଳ ! ଗୁଳି ମାଡ଼ରେ ଯୁବକ ମୃତ - DHENKANAL FIRING - DHENKANAL FIRING

DHENKANAL BULLET FIRING: ନୂଆବଗ ନିକଟରେ ଗୁଳିକାଣ୍ଡ । ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ । ପୂର୍ବ ରାଜନୈତିକ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ

ONE PERSON DIED DUE TO BULLET FIRING FOR POLITICAL DISPUTES IN DHENKANAL
ONE PERSON DIED DUE TO BULLET FIRING FOR POLITICAL DISPUTES IN DHENKANAL (ETV Bharat Odisha)

By ETV Bharat Odisha Team

Published : Jul 22, 2024, 10:52 PM IST

ଢେଙ୍କାନାଳ:ରାଜନୈତିକ ଶତ୍ରୁତାରୁ ଗଡିଲା ମୁଣ୍ଡ ! ହିନ୍ଦୋଳ ଅଞ୍ଚଳରେ ଦୁର୍ବୁତ୍ତଙ୍କ ଗୁଳି ମାଡ଼ରେ ଟଳିଲେ ଜଣେ ଯୁବକ । ରାସୋଳ ଥାନା ଅନ୍ତର୍ଗତ ନୂଆବଗ କେନାଲ ହୁଡାରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଘଟଣା ସ୍ଥଳରେ ହିଁ ଉକ୍ତ ଯୁବକଙ୍କର ମୃତ୍ୟୁ ଘଟିଛି । ତେବେ ମୃତ ଯୁବକ ଜଣକ ହେଲେ ବାଲିମି ଥାନା ଅନ୍ତର୍ଗତ ମହାଲୁଣ୍ଡା ଗ୍ରାମର ସୁବାଷ ସାହୁ ବୋଲି ଜଣାପଡିଛି ।

ONE PERSON DIED DUE TO BULLET FIRING FOR POLITICAL DISPUTES IN DHENKANAL (ETV Bharat Odisha)

ସୂଚନା ଯୋଗ୍ୟ ଯେ, ମୃତ ସୁବାଷ ଜଣେ ବିଜେପି ଦଳର ଦୃଢ଼ ସମର୍ଥକ ଓ ତାଙ୍କ ଗ୍ରାମ ଜଳ ବିଭାଜିକା ମିଶନ କମିଟିର ସଭାପତି ରହିଥିଲେ । ରାସୋଳ ଠାରେ ଥିବା ଜଳ ବିଭାଜିକା ମିଶନ ଅଫିସରୁ କାମ ସାରି ନିଜ ଗାଁକୁ ବାଇକ ଯୋଗେ ଫେରୁଥିବା ବେଳେ ସୁବାଷଙ୍କୁ ଖୁବ ନିକଟରୁ ଗୁଳିମାଡ଼ କରାଯାଇଥିଲା । ବାଇକରେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରି ନୂଆବଗ କେନାଲ ହୁଡାରେ ଗୁଳି ମାଡ଼ କରିଥିଲେ । ଫଳରେ ସୁବାଷଙ୍କ ଛାତିରେ ଦୁଇ ରାଉଣ୍ଡ ଗୁଳି ଲାଗିଥିଲା । ସୁବାଷଙ୍କୁ ହିନ୍ଦୋଳ ଉପଖଣ୍ଡ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା ।

ତେବେ ଗୁଳିକାଣ୍ଡ ଘଟାଇ ପଳାଇ ଯାଉଥିବାବେଳେ ଦୁଇ ଦୁର୍ବୃତ୍ତ ନୂଆବଗ ଜଙ୍ଗଲରୁ ଗ୍ରାମବାସୀଙ୍କ ସହାୟତାରେ ପୋଲିସ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଛି । ଅନ୍ୟ ଜଣଙ୍କୁ ଗିରଫ ପାଇଁ ପୋଲିସ ଉକ୍ତ ଜଙ୍ଗଲରେ ଛାନଭିନ ଜାରି ରଖିଛି । ତେବେ ଗୁଳିକାଣ୍ଡର ପ୍ରକୃତ କାରଣ କ'ଣ ଜଣ ପଡିନଥିଲେ ମଧ୍ୟ ଜଳ ବିଭିଜିକା ମିଶନର କମିଟିକୁ ନେଇ ରାଜନୈତିକ ବିବାଦରୁ ଶତ୍ରୁତା ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଆମିଷ ପ୍ରେମ ଆଗରେ ଫିକା ପଡିଲା ରକ୍ତସମ୍ପର୍କ, ମା’ର ଜୀବନ ନେଲା ସଇତାନ ପୁଅ - Son Kills Mother

ଏପଟେ ମୃତଦେହ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ସୁଭାଷ ନିଜ ବାପା-ମାଆଙ୍କ ସହିତ କଟକରେ ରହୁଥିବା ବେଳେ ଗତ ୩ବର୍ଷ ହେଲା ଗାଁକୁ ଆସି ନିଜ ଜେଜେ ମାଆଙ୍କ ପାଖରେ ରହୁଥିଲେ । ଗତ ନିର୍ବାଚନରେ ବିଜେପି ଦଳର ଦୃଢ ସମର୍ଥକ ଭାବେ ମଧ୍ୟ କାମ କରୁଥିଲେ । ମାତ୍ର କାହିଁକି ତାଙ୍କୁ ହତ୍ୟା କରାଯାଇଛି ସେ ସମ୍ପର୍କରେ ତାଙ୍କ ପରିବାର ଲୋକେ କିଛି କହି
ପାରୁନାହାନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details