ଓଡିଶା

odisha

ଭିଜିଲାନ୍ସ ହାତରେ ରାଜସ୍ୱ ନିରୀକ୍ଷକ, ନେଉଥିଲେ 7000 ଟଙ୍କା ଲାଞ୍ଚ - VIGILANCE RAID in Ganjam

By ETV Bharat Odisha Team

Published : Jun 26, 2024, 4:58 PM IST

VIGILANCE RAID: ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ରାଜସ୍ୱ ନିରୀକ୍ଷକ ପ୍ରଦୀପ କୁମାର ଗୈଡ । ଜମିର ମୂଲ୍ୟାଙ୍କନ ରିପୋର୍ଟକୁ ଅନୁସନ୍ଧାନ ପାଇଁ ସାତ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଅଧିକ ପଢ଼ନ୍ତୁ

VIGILANCE RAID
VIGILANCE RAID (ETV Bharat Odisha)

ବ୍ରହ୍ମପୁର/ ଗଞ୍ଜାମ: ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ନିରୀକ୍ଷକ ପ୍ରଦୀପ କୁମାର ଗୈଡ । ସାତହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲେ ଭିଜିଲାନ୍ସ ଅଧିକାରୀ । ଏହିଭଳି ଘଟଣା ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ଗାଙ୍ଗପୁର ରାଜସ୍ୱ ସର୍କଲରେ ଦେଖିବାକୁ ମିଳିଛି। ତହସିଲ ପକ୍ଷରୁ ପ୍ରଦାନ କରାଯାଇଥିବା ଏକ ଜମିର ମୂଲ୍ୟାଙ୍କନ ରିପୋର୍ଟକୁ ଅନୁସନ୍ଧାନ କରିବା ପାଇଁ ପ୍ରଦୀପ ଅର୍ଥ ଦାବି କରୁଥିବା ଅଭିଯୋଗ ହୋଇଛି।

ରାଜସ୍ୱ ନିରୀକ୍ଷକ ପ୍ରଦୀପ କୁମାର ଗୈଡ ଲାଞ୍ଚ ନେଉଥିବା ଅଭିଯୋଗକାରୀ ବ୍ରହ୍ମପୁର ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ । ଯାହାକୁ ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ମାମଲା ନଂ-୯ , ତା-୨୪.୦୬.୨୦୨୪ ୟୁ/ଏସ୍ -୭ ପି.ସି (ସଂଶୋଧନ)ଆକ୍ଟ, ୨୦୧୮ ଅନୁଯାୟୀ ଏକ ମାମାଲା ରୁଜ କରାଯାଇଛି। ରାଜସ୍ୱ ନିରୀକ୍ଷକଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଚଢାଉ କରିଥିବା ବେଳେ ଭିଜିଲାନ୍ସ ପକ୍ଷରୁ ରାଜସ୍ୱ ନିରୀକ୍ଷକଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହା ସହିତ ରାଜସ୍ୱ ନିରୀକ୍ଷକଙ୍କ ଦୁଇଟି ସ୍ଥାନରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢାଉ ଚାଲିଥିବା ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ... ଭିଜିଲାନ୍ସ ଜାଲରେ ଦୁଇ ରାଜସ୍ବ କର୍ମଚାରୀ

ସେପଟେ ଚଢାଉ ପରେ ଏନେଇ ଅଧିକ ତଥ୍ୟ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ରାଜ୍ୟରେ ଦୁର୍ନିତୀ ନିବାରଣ ବିଭାଗ ପକ୍ଷରୁ ପ୍ରତ୍ୟେକ ବର୍ଷ ଲାଞ୍ଚ ଗ୍ରହଣ ନକରିବା ଏବଂ ଦୁର୍ନିତୀକୁ ପ୍ରଶୟ ନଦେବା ପାଇଁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ମାଧ୍ୟମରେ ବ୍ୟାପକ ସଚେତନତା କରାଯାଉଛି। ହେଲେ ପ୍ରତ୍ୟେକ ବିଭାଗର କେତେକ ଅସାଧୁ କର୍ମଚାରୀ ଏପରି ବର୍ଷ ତମାମ ଲାଞ୍ଚ ନେବା ଅଭିଯୋଗ ଆସୁଛି। ଏହା ସହିତ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇ ଜେଲ ଯିବା ଠାରୁ ଆରମ୍ଭ କରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ପ୍ରତ୍ୟେକ ବର୍ଷ ଅନେକ କୋଟିପତି ଅଧିକାରୀ ଓ କର୍ମଚାରୀ ଗିରଫ ହୋଇ ଜେଲ ଯାଉଥିବା ଦେଖିବାକୁ ମିଳିଛି । ଏହିକ୍ରମରେ ଗଞ୍ଜାମ ଜିଲ୍ଲାରେ ଏହି ତାଲିକା ଦିନକୁ ଦିନ ବେଶ ଲମ୍ୱା ହେଉଥିବା ଦେଖିବାକୁ ମିଳିଛି । ସେହିପରି ଗତ 22 ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ତହସିଲ ଅନ୍ତର୍ଗତ ଖଣ୍ଡହତା ସର୍କଲର ରାଜସ୍ବ ନିରୀକ୍ଷକ SD ରାଜେନ୍ଦ୍ର ମିଶ୍ର ଓ ସହ-ରାଜସ୍ବ ନିରୀକ୍ଷକ ପଞ୍ଚାନନ ଡାଙ୍ଗ ଜଣେ ହିତାଧିକାରୀଙ୍କ ପାଖରୁ ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details