ଓଡିଶା

odisha

ETV Bharat / state

ମେ 6ରୁ ଓଜେଇଇ: ଓଡ଼ିଶାରେ 30 କେନ୍ଦ୍ରରେ ପରୀକ୍ଷା, ଆଜିଠାରୁ ପଞ୍ଜିକରଣ ଆରମ୍ଭ - ଓଜେଇଇ ତାରିଖ

OJEE 2024 Exam Date: OJEE (Odisha Joint Entrance Examination) ପାଇଁ ପ୍ରକାଶ ପାଇଲା ସୂଚୀ । ଆଜିଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିବା ବେଳେ ମେ 6 ତାରିଖରୁ ପରୀକ୍ଷା । ଅଧିକ ପଢନ୍ତୁ

OJEE 2024
OJEE 2024

By ETV Bharat Odisha Team

Published : Jan 25, 2024, 2:34 PM IST

Updated : Jan 25, 2024, 3:10 PM IST

ଭୁବନେଶ୍ବର:ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ପାଇଁ ଘୋଷଣା ହେଲା ତାରିଖ । ମେ 6 ତାରିଖରୁ 10 ତାରିଖ ଯାଏଁ ହେବ ପରୀକ୍ଷା । ରାଜ୍ୟ ମଧ୍ୟରେ ୩୦ ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ହେବ ପରୀକ୍ଷା । ଓଜେଇଇ ପାଇଁ ଆଜିଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଯୁଗ୍ମ ପ୍ରବେଶିକା ପରୀକ୍ଷା ପାଇଁ ଆଜିଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିବା ବେଳେ ଆସନ୍ତା ମାର୍ଚ୍ଚ 15 ଯାଏଁ ଚାଲିବ । ଏହାପରେ ମାର୍ଚ୍ଚ ୧୬ ଓ ୧୭ ତାରିଖରେ ସଂଶୋଧନ। ୧୭ ତାରିଖରେ ରେଜିଷ୍ଟ୍ରେସନ ଫି ଦାଖଲ କରିବେ ପରୀକ୍ଷାର୍ଥୀ । ଏହା ସହ ୩୦ ତାରିଖରେ ଆଡମିଟ କାର୍ଡ ସହ ପରୀକ୍ଷା ହଲ ଟିକଟ ଡାଉନ ଲୋଡ କରିପାରିବେ ପରୀକ୍ଷାର୍ଥୀ । ଓଜେଇଇ ପରୀକ୍ଷା କିଭଳି ଭାବେ ସଠିକ ଓ ସୁଚାରୁରୂପେ କରାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି।

ବି ଫାର୍ମା, ଏମସିଏ, ଏମବିଏ, ବିଟେକ, ଏମଟେକ, ଏମଆର୍ଚ ଏବଂ ଏମଫାର୍ମା ଭଳି ପାଠ୍ୟକ୍ରମ ପାଇଁ ପରୀକ୍ଷା ହେବ । ତେବେ ଉକ୍ତ ପରୀକ୍ଷା ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡରେ ପ୍ରବେଶିକା ପରୀକ୍ଷା କରାଯିବ । ଆଗ୍ରହୀ ପରୀକ୍ଷାର୍ଥୀ କେବଳ OJEE ୱେବସାଇଟ୍ (www.ojee.nic.in) ମାଧ୍ୟମରେ ଅନଲାଇନରେ ସମ୍ପୃକ୍ତ ଆବେଦନ ଫର୍ମ ପୂରଣ କରିବାକୁ ପରାମର୍ଶ ଦିଆଯାଇଛି । OJEE ୱେବସାଇଟ୍ ମାଧ୍ୟମରେ ଅନଲାଇନ ଆବେଦନ ପୂରଣ ତାରିଖ 25 ଜାନୁଆରୀ 2024ରୁ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ 15 ଯାଏଁ ଚାଲିବ ।

ଏହା ମଧ୍ୟ ପଢନ୍ତୁ: ଆଜିଠୁ OJEE କାଉନସେଲିଂ ପ୍ରକ୍ରିୟା ଆରମ୍ଭ, 15 ଯାଏଁ ରେଜିଷ୍ଟ୍ରେସନ

ପରୀକ୍ଷାର୍ଥୀମାନେ ଆବେଦନ ଫର୍ମରେ ଯେଭଳି ଭାବରେ ସଠିକ ଭାବରେ ଯାଞ୍ଚ କରି ଫର୍ମ ପୂରଣ କରିବେ ସେନେଇ ପରାମର୍ଶ ଦିଆଯାଇଛି । ଯାହା ଯୋଗ୍ୟତା ମାନଦଣ୍ଡ, ସଂରକ୍ଷଣ ନୀତି, ପରୀକ୍ଷା ଢାଞ୍ଚା ଏବଂ ସିଲାବସ୍ ଢାଞ୍ଚା ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ସୂଚନା ପାଇବାକୁ OJEE ୱେବସାଇଟରେ ଉପଲବ୍ଧ କରାଯାଇଛି । ଏହାସହ ରାଜ୍ୟ ବାହାରର ପ୍ରାର୍ଥୀମାନେ ସରକାରୀ କଲେଜରେ ଆଡମିସନ ପାଇବାକୁ ଯୋଗ୍ୟ ନୁହନ୍ତି, କିନ୍ତୁ ସେମାନେ ଓଡ଼ିଶା ସରକାରୀ ନିୟମ ଅନୁଯାୟୀ ଘରୋଇ କଲେଜରେ ଆଡମିସନ ପାଇବାକୁ ଯୋଗ୍ୟ ହୋଇପାରିବେ। (B.Tech/B.Arch/B.Plan/Int। MSc ଏବଂ MBBS / BDS / BAMS / BHMS ପାଠ୍ୟକ୍ରମରେ ଓଡିଶାର ବିଭିନ୍ନ ସରକାରୀ ଏବଂ ବେସରକାରୀ କଲେଜରେ ପ୍ରାର୍ଥୀଙ୍କୁ JEE (MAIN) -2024 / NEET ଦେବାକୁ ହେବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ସରକାରଙ୍କ ଦ୍ୱାରା ପରିଚାଳିତ ଏବଂ ହୋମିଓପାଥି / ଆୟୁର୍ବେଦ ପ୍ରାର୍ଥୀଙ୍କ PG ପାଠ୍ୟକ୍ରମରେ ଆଡମିସନ ପାଇଁ (AIAPGET-2024) ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 25, 2024, 3:10 PM IST

ABOUT THE AUTHOR

...view details