ଓଡିଶା

odisha

ETV Bharat / state

ଓଡ଼ିଶା ସରକାରଙ୍କ 'ଦେବାଳୟ ପ୍ରକଳ୍ପ', ମଠ-ମନ୍ଦିର ସୁରକ୍ଷା ଓ ସଂସ୍କୃତି ବିକାଶ କରିବ ନୂଆ ଯୋଜନା

ଓଡ଼ିଶାରେ ମଠ ଏବଂ ମନ୍ଦିର ସଂସ୍କୃତିର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ବଡ଼ ଯୋଜନା । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି 'ଦେବାଳୟ ପ୍ରକଳ୍ପ'।

Devalaya Project
Devalaya Project (ETV Bharat Odisha)

By ETV Bharat Odisha Team

Published : 5 hours ago

Updated : 4 hours ago

ଭୁବନେଶ୍ୱର:ରାଜ୍ୟରେ ଆରମ୍ଭ ହେବ ଦେବାଳୟ ପ୍ରକଳ୍ପ । ମଠ ସଂସ୍କୃତିର ହେବ ପୁନରୁଦ୍ଧାର। ଫୋକସରେ ଶ୍ରୀମନ୍ଦିର । ପ୍ରତି ଜିଲ୍ଲାରେ ହେବ ଶୁଖିଲା ମହାପ୍ରସାଦ ବିତରଣ କେନ୍ଦ୍ର । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ପୂର୍ବରୁ ପୁରୀରେ ଜ୍ଞାନକେନ୍ଦ୍ର ବା ଇଣ୍ଟରପ୍ରିଟେସନ ସେଣ୍ଟର ହେବା ନେଇ ଆଇନମନ୍ତ୍ରୀ ଘୋଷଣା କରିଥିଲେ । ଶ୍ରୀମନ୍ଦିରକୁ ପ୍ରାଧାନ୍ୟ ଦେବାରୁ ସେବାୟତ, ଭକ୍ତ ଓ ବୁଦ୍ଧିଜୀବୀ ମହଲରେ ମୋହନ ସରକାରଙ୍କୁ ପ୍ରଶଂସା କରାଯାଇଛି ।

ଏହାକୁ ନେଇ ଆଇନ ମନ୍ତ୍ରୀ କହିଛନ୍ତି, "ମଠ ମନ୍ଦିର ଗୁଡିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସହ ପରିଚଳନା ସମସ୍ୟା ସମାଧାନ ପାଇଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର । ଦେବାଳୟ ପ୍ରକଳ୍ପ ସମ୍ଭାବନା ନାଁରେ ଏକ ନୂଆ ଯୋଜନା ଆଣୁଛନ୍ତି ସରକାର । ପରିଚାଳନା ଦୃଷ୍ଟି କୋଣରୁ ଏବଂ ମନ୍ଦିର ଗୁଡିକରେ ଆସୁଥିବା ସମସ୍ୟାର ସମାଧାନ ପାଇଁ ଯେଉଁ ସହାୟତାର କଥା ଆସୁଛି ସେନେଇ ଗଭୀରତାର ସହ ଚିନ୍ତା କରାଯାଉଛି । ଯେଉଁ ଦୃଷ୍ଟିକୋଣ ଗୁଡିକ ଅନେକ ଦିନ ହେବ ଅବହେଳିତ ହୋଇ ରହିଛି ତାକୁ ଦେଖି ହେବ । ଯେପରି ଯଥା ଯୋଗ୍ୟ ସମ୍ମାନ ଦିଆଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବ । ଏନେଇ ବ୍ଲୁ ପ୍ରିଣ୍ଟ ତିଆରି କରୁଛନ୍ତି ସରକାର।"

Devalaya Project (ETV Bharat Odisha)
ଏହା ବି ପଢନ୍ତୁ...ଐତିହ୍ୟ ପ୍ରକଳ୍ପର ସମୀକ୍ଷା ବୈଠକ, ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କ କାର୍ତ୍ତିକ ବ୍ରତ ଆରମ୍ଭ, କିଏ ଖୁସି ତ କିଏ ଅସନ୍ତୋଷ

ଏହା ମଧ୍ୟ ପଢନ୍ତୁ-ଧର୍ମ ମାସ କାର୍ତ୍ତିକରେ ହବିଷ୍ୟାଳି ହଇରାଣ ନେଇ ତେଜିଲା ରାଜନୀତି, ବିଜେଡିକୁ କଡ଼ା ଜବାବ ଦେଲେ ଆଇନ ମନ୍ତ୍ରୀ

Devalaya Project (ETV Bharat Odisha)

ମନ୍ତ୍ରୀ ଆହୁରି କହିଛନ୍ତି, "ପୂର୍ବ ସରକାରରେ ଅବଢ଼ା ଯୋଜନାରେ କେବଳ ମରାମତି କଥା ରହିଥିଲା । କିନ୍ତୁ ଏହି ଯୋଜନାରେ ଅନେକ କଥା ଅଛି । ପ୍ରାଥମିକ ଭାବେ ଯେଉଁ ସ୍ଥାନରେ ମରାମତି, ରକ୍ଷଣ ବେକ୍ଷଣ, ପରିଚାଳନା ସମସ୍ୟା କଥା ଅଛି । ଏସବୁ କଥା ଗୁଡିକୁ ଆଡ୍ରେସ କରାଯିବ। ନିର୍ଦ୍ଦିଷ୍ଟ ରୂପରେଖ ଖୁବଶୀଘ୍ର ସ୍ପଷ୍ଟ ହେବ। ରାଜ୍ୟରେ ଜିଲ୍ଲାମାନଙ୍କରେ ମିଳିତ ଶୁଖିଲା ମହାପ୍ରସାଦ ଦିଆଯିବ । ଜିଲ୍ଲାରେ ହେଡ କ୍ୱାଟରମାନଙ୍କରେ ମହାପ୍ରସାଦ ବିତରଣ କେନ୍ଦ୍ର ଖୋଲିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଓଡ଼ିଶାର ସଂସ୍କୃତି ଯେଉଁ ମଠ ମନ୍ଦିର ସହ ଜଡିତ ଅଛି ସେଗୁଡିକର ସୁରକ୍ଷା ଆମ ପ୍ରାଥମିକତା । ସେଥିପାଇଁ ଯାହା ଯାହା ଆବଶ୍ୟକ ସରକାର ନିଶ୍ଚିତ ଭାବେ ସେକଥାକୁ ପ୍ରାଥମିକତା ଦେଇ କରିବେ । ମଠ ମନ୍ଦିରର ସୁରକ୍ଷା, ପରିଚାଳନା ତଥା ଅବସ୍ଥିତି ଦୃଷ୍ଟିରୁ ଯେଉଁ ସବୁ ଅସୁବିଧା ଥିଲା ତାକୁ ପ୍ରାଥମିକତା ଦେଇ ଚାଲିବୁ ।"

ଇଟିଭି ଭାରତ, ଭୁବନେଶ୍ୱର

Last Updated : 4 hours ago

ABOUT THE AUTHOR

...view details