ଓଡିଶା

odisha

By ETV Bharat Odisha Team

Published : Jul 1, 2024, 12:18 PM IST

ETV Bharat / state

ଉଦ୍ଧାର ହେଲେ ସପ୍ତଶଯ୍ୟାରେ ନିଖୋଜ ୫ ଛାତ୍ର - MISSING 5 STUDENTS RESCUED

Missing 5 Students Rescued In Dhenkanal: ଶେଷରେ ଉଦ୍ଧାର ହେଲେ ୫ ନିଖୋଜ ଛାତ୍ର । ସପ୍ତଶଯ୍ୟା ବୁଲିବାକୁ ଯାଇ ପାହାଡ଼ ଉପରେ ବାଟବଣା ହୋଇଥିବା ୫ ଛାତ୍ରଙ୍କୁ ଦୀର୍ଘ ୫ ଘଣ୍ଟା ପରେ ପୋଲିସ ଏବଂ ବନ ବିଭାଗ ଉଦ୍ଧାର କରିଛି। ଅଧିକ ପଢନ୍ତୁ,

ଢେଙ୍କାନାଳ ପୋଲିସ ଓ ବନବିଭାଗର ସଫଳତା, ଉଦ୍ଧାର ହେଲେ ୫ ନିଖୋଜ ଛାତ୍ର
ଢେଙ୍କାନାଳ ପୋଲିସ ଓ ବନବିଭାଗର ସଫଳତା, ଉଦ୍ଧାର ହେଲେ ୫ ନିଖୋଜ ଛାତ୍ର (ETV Bharat Odisha)

ଢେଙ୍କାନାଳ:ଶେଷରେ ଉଦ୍ଧାର ହେଲେ ନିଖୋଜ ଛାତ୍ର । ଗତ ରାତିରେ ସପ୍ତଶଯ୍ୟା ପାହାଡ଼ରେ ବୁଲିବାକୁ ଯାଇ ପାହାଡ଼ ଉପରେ ବାଟବଣା ହୋଇଥିବା ୫ ଛାତ୍ରଙ୍କୁ ଉଦ୍ଧାର । ଦୀର୍ଘ ୫ଘଣ୍ଟା ଧରି ଆକ୍ଲାନ୍ତ ପରିଶ୍ରମ ପରେ ସଫଳ ହୋଇଛନ୍ତି ଢେଙ୍କାନାଳ ବନ ବିଭାଗ କର୍ମଚାରୀ ଓ ପୋଲିସ । ଉଭୟଙ୍କ ମିଳିତ ଉଦ୍ୟମରେ ଶେଷରେ ନିଖୋଜ ୫ ଛାତ୍ରଙ୍କୁ ଉଦ୍ଧାର ହୋଇଛନ୍ତି ।

ଢେଙ୍କାନାଳ ପୋଲିସ ଓ ବନବିଭାଗର ସଫଳତା, ଉଦ୍ଧାର ହେଲେ ୫ ନିଖୋଜ ଛାତ୍ର (ETV Bharat Odisha)

ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ହିଁ ନିଖୋଜ ଥିବା ଛାତ୍ର ମାନଙ୍କୁ ସପ୍ତଶଯ୍ୟା ପାହାଡ଼ର ଅପରପାର୍ଶ୍ଵରୁ ଉଦ୍ଧାର କରାଯାଇଛି । ନିଖୋଜ ଛାତ୍ର ମାନେ ଫେରିବା ପାଇଁ ପାହାଡ଼ରେ ପ୍ରାୟ ତିନି ଚାରି କିଲୋମିଟର ଏଣେ ତେଣେ ବୁଲିବା ପରେ ମାଝୀ ସାହି ପାର୍ଶ୍ୱ ପାହାଡ଼ର ଭୁଆସୁଣି ଖୋଲ ନିକଟରେ ରହିଯାଇଥିଲେ । ବନ କର୍ମଚାରୀ ଓ ପୋଲିସ ସେମାନଙ୍କୁ ସେହି ଭୁଆସୁଣି ଖୋଲ ନିକଟରୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ତେବେ ସମସ୍ତ ନିଖୋଜ ୫ଜଣ ଛାତ୍ର ଭୟଭୀତ ଥିଲେ ମଧ୍ୟ ସୁରକ୍ଷିତ ଥିବା ଜଣାପଡିଛି । ପୋଲିସ ପକ୍ଷରୁ ସେମାନଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସିତ କରାଯାଇଛି।

ସୂଚନା ଥାଉକି, ଉଦ୍ଧାର ହୋଇଥିବା ଏହି ନିଖୋଜ ଛାତ୍ର ମାନେ କଟକ ଲିଙ୍କ ରୋଡ଼ ରାଜେନ୍ଦ୍ର ନଗର ଅଂଚଳର ଅରକ୍ଷିତ ମହାପାତ୍ର ସୁଭମ ମହାପାତ୍ର, ହିମାଂଶୁ ଦାସ, ଲକି ଦାସ ଓ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାମଧନୁକୋଟର ସୁଜିତ ସାହୁ। ଏପରି ୫ଜଣ ଡିପ୍ଲୋମା ଛାତ୍ର ଢେଙ୍କାନାଳର ସପ୍ତଶଯ୍ୟା ଯାଇ ସପ୍ତଶଯ୍ୟା ପାହାଡ଼ ଉପରକୁ ବୁଲିବାକୁ ଯାଇଥିଲେ । ମାତ୍ର ସନ୍ଧ୍ୟା ହୋଇଯିବାରୁ ଏହି ଛାତ୍ର ମାନେ ପାହାଡ଼ରେ ବାଟ ବଣା ହୋଇ ନିଖୋଜ ଥିଲେ । ଏ ସମ୍ପର୍କରେ ସୂଚନା ପାଇ ଢେଙ୍କାନାଳ ବନ ବିଭାଗ ଓ ପୋଲିସ ପକ୍ଷରୁ ଗତ ରାତିରେ ସପ୍ତଶଯ୍ୟା ପାହାଡ଼ରେ ଖୋଜା ଖୋଜି କରିଥିଲେ ।

ଏହା ମଧ୍ୟ ପଢନ୍ତୁ:ମଦ ଖଟିରେ ଉନ୍ମତ୍ତକାଣ୍ଡ, ଫରେଷ୍ଟ ଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ


ଦୀର୍ଘ ୫ଘଣ୍ଟା ପରେ ସପ୍ତଶଯ୍ୟା ମନ୍ଦିର ପାଦ ଦେଶ ଜେନା ଠାକୁରାଣୀ ନିକଟରୁ ବାଇକ ଦୁଇଟିକୁ ପ୍ରଥମେ ଉଦ୍ଧାର କରିଥିଲା ପୋଲିସ । ତେବେ ନିଖୋଜ ଛାତ୍ର ମାନଙ୍କ ମୋବାଇଲ ଟ୍ରାକ କରି ସେମାନଙ୍କ ସଠିକ ସ୍ଥାନ ଜିପିଆରଏସରେ ଚିହ୍ନଟ କରିବାରେ ସକ୍ଷମ ହୋଇପାରିଥିଲେ। ଶେଷରେ ନିଖୋଜ ଛାତ୍ର ମାନଙ୍କ ପାଖରେ ପହଂଚିପାରି ସେମାନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ଜଣାପଡିଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details