ଓଡିଶା

odisha

ETV Bharat / state

ବେଆଇନ ବାଲି ଚାଲାଣ ଗାଡିକୁ ରେଡ ହ୍ୟାଣ୍ଡରେ ଧରିଲେ ଖଣି ମନ୍ତ୍ରୀ - ILLEGAL SAND TRANSPORTATION

ମହାନଦୀରୁ ବେଆଇନ ଚୋରା ବାଲି ଚାଲାଣ ବେଳେ ବାଲି ବୋଝେଇ ଗାଡିକୁ ଧରିଲେ ଖଣି ମନ୍ତ୍ରୀ । ନକଲି କାଗଜ ପତ୍ର ଦ୍ବାରା ହାଇଓ୍ବା ଗାଡିରେ ବାଲି ଚୋରା ଚାଲାଣ ହେଉଥିଲା ।

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : Jan 14, 2025, 1:38 PM IST

ନୟାଗଡ: ବେଆଇନ ବାଲି ଚୋରାଚାଲାଣ ବେଳେ ରେଡ ହ୍ୟାଣ୍ଡରେ ଧରିଲେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଖଣ୍ଡପଡା ଥାନା ବରକୁଳି ନିକଟରେ ବାଲି ବୋଝେଇ ହାଇୱାକୁ ଅଟକାଇ କାଗଜ ପତ୍ର ଯାଞ୍ଚ କରି ପୋଲିସର ଜିମା ଦେଲେ ମନ୍ତ୍ରୀ । ନକଲି କାଗଜ ପତ୍ର ଦ୍ବାରା ହାଓ୍ବା ଗାଡିରେ ବାଲି ଚୋରା ଚାଲାଣ ହେଉଥିଲା । 15ରୁ ଉର୍ଦ୍ଧ୍ବ ହାଇୱା ଜବତ୍ ହୋଇଥିବା ବେଳେ 10 ଟି ହାଇୱା ବେଆଇନ ଭାବେ ବାଲି ଚୋରା ଚାଲାଣ କରାଯାଉଥିବା ଜଣାପଡିଛି ।

ବେଆଇନ ବାଲି ଚାଲାଣ ହାଇଓ୍ବାକୁ ଧରିଲେ ଖଣି ମନ୍ତ୍ରୀ:

ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗତକାଲି ରାତିରେ ନୟାଗଡ଼ ଜିଲ୍ଲା କଣ୍ଟିଲୋରୁ ପ୍ରଭୁ ନୀଳମାଧବଙ୍କ ଦର୍ଶନ ସାରି ବ୍ରହ୍ମପୁରକୁ ଫେରୁଥିଲେ । ଫେରିବା ବାଟରେ ଖଣ୍ଡପଡା ଥାନା ବରକୁଳି ନିକଟରେ ପ୍ରଥମେ ପ୍ରଥମେ 7 ବାଲି ବୋଝେଇ ହାଇୱାକୁ ଅଟକାଇଥିଲେ ମନ୍ତ୍ରୀ । ଏହା ପରେ ମାଇନ୍ସ ଅଧିକାରୀ, ସ୍ଥାନୀୟ ତହସିଲଦାର , ପୋଲିସ ଏବଂ ଆରଟିଓଙ୍କୁ ଘଟଣାସ୍ଥଳକୁ ଡାକାଇ ଗାଡିର କାଗଜପତ୍ର ୟାଞ୍ଚ କରିଥିଲେ । ଖଣ୍ଡପଡା ବ୍ଲକ ଛକ ନିକଟରେ ଆଉ 3ଟି ହାଇୱାକୁ ଅଟକାଯାଇଥିଲା । ୟାଞ୍ଚ ପରେ ନକଲି କାଗଜ ପତ୍ର ଦ୍ବାରା ବାଲି ଚୋରା ଚାଲାଣ ହେଉଥିବା ମନ୍ତ୍ରୀ ଜାଣିବାକୁ ପାଇଥିଲେ । ରେଡ୍ ବେଳେ ମନ୍ତ୍ରୀଙ୍କ ସହ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ ଉପସ୍ଥିତ ଥିଲେ । ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା 3 ଟି ବାଲି ବୋଝେଇ ହାଇୱା ଉପରେ RTO ପକ୍ଷରୁ 1,94, 698 ଟଙ୍କା ଫାଇନ କଟାଯାଇଛି ।

ILLEGAL SAND TRANSPORTATION (ETV BHARAT ODISHA)

ମହାନଦୀରୁ ହେଉଥିଲା ବାଲି ଚାଲାଣ:

ହାଇୱା ଗୁଡ଼ିକର କାଗଜ ପତ୍ର ଯାଞ୍ଚ ସହ ଅଧିକ ତଦନ୍ତ ପାଇଁ ଖଣ୍ଡପଡା ଥାନାରେ ରଖାଯାଇଛି । ଏଥିରେ ଜଣେ ଠିକାଦାରଙ୍କ ହାଇୱା ଗାଡି ରହିଛି । ପ୍ରତିଦିନ ରାତିରେ ମହାନଦୀ ବିଭିନ୍ନ ଘାଟରୁ ବେଆଇନ ଭାବେ ଶହ ଶହ ହାଇୱା ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ମନ୍ତ୍ରୀ ନିଜେ ଆଖିରେ ଦେଖିଥିଲେ । ରେଡ୍ ବେଳେ 15ରୁ ଉର୍ଦ୍ଧ୍ବ ହାଇୱା ଜବତ୍ ହୋଇଥିବା ବେଳେ 10 ଟି ହାଇୱା ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ପଡିଛି ।

ILLEGAL SAND TRANSPORTATION (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-କାଗଜପତ୍ର ଜାଲିଆତି କରି ଚାଲିଥିଲା ବାଲିଚାଲାଣ, 9 ହାଇୱା ଜବତ - ବାଲି ଚାଲାଣ

ଏହା ମଧ୍ୟ ପଢନ୍ତୁ-ଭାରିଯାନରେ ବାଲିଚାଲାଣକୁ ସରସଦା ଅଞ୍ଚଳବାସୀଙ୍କ ବିରୋଧ - ସରସଦା ଅଞ୍ଚଳବାସୀଙ୍କ ବିରୋଧ

କଣ୍ଟିଲୋ ପଥର ଚକଡା, ମାଧପୁର, ବଡ ବାଣପୁର, ସିଧାମୂଳା, ଲଙ୍ଗଳକଣ୍ଟା ଆଦି ବାଲି ଘାଟରୁ ନକଲି କାଗଜ ପତ୍ର କରି ବାଲି ମାଫିଆ ମାନେ ପ୍ରତିଦିନ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ମନ୍ତ୍ରୀ ପାଖରେ ଅଭିଯୋଗ ହୋଇଥିଲା । ଏଥିରେ ଭାପୁର ବ୍ଲକ ଅଞ୍ଚଳର ଜଣେ ରାଜନେତାଙ୍କ ସଂପୃକ୍ତି ରହିଥିବା ମନ୍ତ୍ରୀଙ୍କ ପାଖରେ ଅଭିଯୋଗ ହୋଇଥିଲା । ଏହାର ସତ ଜାଣିବା ପାଇଁ ମନ୍ତ୍ରୀ ନିଜେ ରାସ୍ତାରେ ଛକି ବାଲି ବୋଝେଇ ଟ୍ରକ ଧରିଥିଲେ । ବେଆଇନ ଭାବେ ବାଲି ଏବଂ ପଥର ଚୋରା ଚାଲାଣ କାର୍ଯ୍ୟ କରୁଥିବା ମାଫିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ମାଇନ୍ସ ଅଧିକାରୀ , ତହସିଲଦାର , ପୋଲିସ ଏବଂ RTOଙ୍କୁ ତୁରନ୍ତ ତଦନ୍ତ କରି ବାଲି ଏବଂ ପଥର ମାଫିଆ ମାନଙ୍କୁ ଚିହ୍ନଟ କରି ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ILLEGAL SAND TRANSPORTATION (ETV BHARAT ODISHA)

' ଆମ ସରକାରରେ ମାଫିଆ ରାଜ ଚଳିବ ନାହିଁ':

ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, '' ମହାଦନୀରୁ ବାଲିକୁ ଲୁଟିବା ଖବର ଶୁଣୁଥିଲି । ଜନସାଧାରଣଙ୍କ ସହଯୋଗରେ ବରକୁଳି ଗାଁ ନିକଟରେ ବାଲି ବୋଝେଇ ଗାଡିକୁ ଅଟକାଇଲି । 14ଟି ଗାଡିରେ ବାଲି ଲୋଡ ହୋଇଥିଲା । ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ ମଧ୍ୟ ଉପସ୍ଥିତ ଥିଲେ । ବେଆଇନ ଖଣି ଖାଦନ ଲୁଟ ଚଳିବ ନାହିଁ । ଆଗକୁ ମଧ୍ୟ ଏପରି ରେଡ ଜାରି ରହିବ । ଆମ ସରକାରରେ ମାଫିଆ ରାଜ ଚଳିବ ନାହିଁ । ''

ପ୍ରତ୍ୟେକ ଦିନ ବାଲି ଓ ଚିପ୍ସ ଗାଡି ଯାଞ୍ଚ କରାଯିବ:

ILLEGAL SAND TRANSPORTATION (ETV BHARAT ODISHA)

ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ କହିଛନ୍ତି, '' ବରକୋଳି ଠାରେ 10ରୁ 15ଟି ଗାଡିରେ ବାଲି ଚୋରାଚାଲାଣ କରାଯାଉଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖିବା ପରେ ଆରଟିଓ ଅଧିକାରୀ, ତହସିଲଦାର, ଖଣ୍ଡପଡା ଥାନା ଆଇଆଇସିଙ୍କୁ ଡକାଯାଇଥିଲା । ମନ୍ତ୍ରୀ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସମସ୍ତ ଅଫିସରଙ୍କୁ ନେଇ ପ୍ରତ୍ୟେକ ଦିନ ପ୍ରତି ରୋଡରେ ବାଲି ଓ ଚିପ୍ସ ଗାଡି ଅଟକାଇ ଯାଞ୍ଚ କରିବ ଓ ଫାଇନ କରାଯିବ । ''

ନୟାଗଡ଼ ଆରଟିଓ ପ୍ରଶାନ୍ତ ପରିଡ଼ା କହିଛନ୍ତି, ''ଏନେଇ 10ଟି ଗାଡି ଯାଉଥିଲା 7ଟି ଗାଡି ଖାଲି ଥିଲା , 3ଟି ଗାଡରେ ବାଲିଥିଲା । ସମସ୍ତ ଗାଡିର କାଗଜ ଯାଞ୍ଚ କରାଯାଇଛି । ଓଭର ଲୋଡ ଯୋଗୁଁ 3ଟି ଗାଡିକୁ 1,94, 698 ଟଙ୍କା ଫାଇନ କରାଯାଇଛି । ମିଳିତ ରେଡ ଥିଲା ଏହା । ''

ଇଟିଭି ଭାରତ, ନୟାଗଡ

ABOUT THE AUTHOR

...view details