ସମ୍ବଲପୁର: ଆଜିର ନାରୀ କେଉଁ ପୁରୁଷ ତୁଳନାରେ କମ୍ ନୁହଁନ୍ତି । ନିଜେ ସ୍ବାବଲମ୍ବୀ ହେବା ସହ ପରିବାର ଚଳାଉଛନ୍ତି, ଅନ୍ୟକୁ ରୋଜଗାର ବି ଦେଉଛନ୍ତି । ନାରୀ ସଶକ୍ତିକରଣର ସେଭଳି ଜଣେ ନିଚ୍ଛକ ଉଦାହରଣ ହେଉଛନ୍ତି ସମ୍ବଲପୁରର ଝିଅ ମାର୍ଗରେଟ ବାରୁ, ଯିଏକି ଜଣେ ସଫାରୀ ଡ୍ରାଇଭର । ପିଲାଟି ବେଳୁ ଖୁବ୍ ଅଭାବ ଅନଟନ ଭିତରେ ବଢିଥିଲେ ମାର୍ଗେଟ । ଏମିତିକି ପରିବାରର ଆର୍ଥିକ ସମ୍ବଳ ଅଭାବରୁ ସେ ଅଧିକ ପାଠ ପଢିପାରି ନଥିଲେ । ତଥାପି ସେ ଆଜି ସମସ୍ତଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ମାର୍ଗରେଟ ଡେବ୍ରିଗଡ଼ ଅଭୟାରଣ୍ୟର ସଫାରୀ ଡ୍ରାଇଭର ଭାବେ ଏବେ କାର୍ଯ୍ୟରତ । ସେ ସମ୍ଭବତଃ ରାଜ୍ୟର ପ୍ରଥମ ମହିଳା ସଫାରୀ ଡ୍ରାଇଭର ଅଟନ୍ତି l
ମାର୍ଗରେଟ ବାରୁ, ଡେବ୍ରିଗଡ଼ ଅଭୟାରଣ୍ୟର ସଫାରୀ ଡ୍ରାଇଭର l ତାଙ୍କ ଘର ଅଭୟାରଣ୍ୟ ପାଖରେ ଥିବା ଗାଁରେ l ସକାଳ ହେବା କ୍ଷଣି ମାର୍ଗରେଟ ନିଜର କର୍ତ୍ତବ୍ୟ ପାଳନ ପାଇଁ ଅଭୟାରଣ୍ୟକୁ ଚାଲି ଆସନ୍ତି l ଅଭୟାରଣ୍ୟକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ସଫାରୀ ଗାଡ଼ିରେ ବସାଇ ସୁରକ୍ଷିତ ଭାବେ ଅଭୟାରଣ୍ୟ ପରିଭ୍ରମଣ କରାନ୍ତି l କେବଳ ଜଙ୍ଗଲ ପରିଭ୍ରମଣ ନୁହେଁ ଡେବ୍ରିଗଡ଼ ଅଭୟାରଣ୍ୟର ବନ୍ୟ ପରିଚାଳନା, କେଉଁଠି ଜୀବଜନ୍ତୁ ଦେଖାଯାଆନ୍ତି, କେଉଁଟା କେଉଁ ଜନ୍ତୁ ସବୁ କିଛି ପର୍ଯ୍ୟଟନଙ୍କୁ ଏକ ଇକୋଗାଇଡ଼ ଭାବେ ବୁଝାଇ ଦିଅନ୍ତି l ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ହେଉଛି ତାଙ୍କର ନୀତି ଦିନିଆ କାମ l
ଏହା ମଧ୍ୟ ପଢନ୍ତୁ: ନାରୀ ସଶକ୍ତିକରଣର ଉତ୍କୃଷ୍ଟ ନମୁନା, ମଣ୍ଡି ପରିଚାଳନାରେ SHG ମହିଳା