ପୁରୀ:ମହାପ୍ରଭୁ ଜଗନ୍ନାଥଙ୍କୁ ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଅପମାନ ମନ୍ତବ୍ୟ ଦେବା ଘଟଣା । ରାଜ୍ୟ ରାଜଧାନୀରୁ ନେଇ ଜାତୀୟ ରାଜଧାନୀ ନେଇ ସବୁଠି ଦେଖିବାକୁ ମିଳିଛି ସମାଲୋଚନା । ତେବେ ଭୁଲ ବଶତଃ ମନ୍ତବ୍ୟ ଦେଇଥିଲି ବୋଲି କହି କ୍ଷମା ପ୍ରାର୍ଥନୀ କରିବା ପରେ ମଧ୍ୟ ଏହାକୁ ଗ୍ରହଣ କରିପାରୁ ନାହାନ୍ତି ବିରୋଧୀ । ସମ୍ବିତଙ୍କ ମନ୍ତବ୍ୟକୁ ନେଇ କଡ଼ା ସମାଲୋଚନା କଲେ କଂଗ୍ରେସ ମୁଖପାତ୍ର ପବନ ଖେଡା । 24 ଘଣ୍ଟା ଭିତରେ ପ୍ରଧାନମନ୍ତ୍ରୀ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।
ପବନ ଖେଡା କହିଛନ୍ତି, "ମହାପ୍ରଭୁଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେବା ବଡ଼ ଅପମାନ ଅଟେ । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ ଏହା ଆଘାତ ଦେଇଛି । ରାଜନୀତିରେ ଧର୍ମକୁ ବିଜେପି ସବୁବେଳେ ଅସ୍ତ୍ର କରି ନିର୍ବାଚନ ଲଢୁଥିବା ବେଳେ ଏହା ସମ୍ପୂର୍ଣ୍ଣ ନିନ୍ଦନୀୟ ଅଟେ । ମହାପ୍ରଭୁଙ୍କୁ ଅପମାନ କରିବା କାହାର ଅଧିକାର ନାହିଁ । ବିଜେପି ଅହଙ୍କାର ଏତେ ବଢ଼ିଯାଇଛି ଯେ ସେ ମହାପ୍ରଭୁଙ୍କୁ ମୋଦିଙ୍କ ଭକ୍ତ ବୋଲି ବିଜେପି ନେତା କହିଛନ୍ତି । ରାଜ୍ୟ ରାଜନୀତିରେ ଏହାର ପ୍ରଭାବ ନିଶ୍ଚିତ ଭାବେ ପଡିବ । ବିଜେପିକୁ ଜନତା ହିଁ ଜବାବ ଦେବେ । କେବଳ କ୍ଷମା ପ୍ରାର୍ଥନା ଯଥେଷ୍ଟ ନୁହେଁ ତୁରନ୍ତ ଏହି ଅପମାନ ଘଟଣାରେ ବିଜେପିରୁ ସମ୍ବିତ ପାତ୍ରଙ୍କୁ ବହିଷ୍କାର କରାଯାଉ । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ।"