ଓଡିଶା

odisha

By ETV Bharat Odisha Team

Published : Feb 11, 2024, 9:57 PM IST

ETV Bharat / state

ପଞ୍ଚଭୂତରେ ଲୀନ ହେଲେ ଭି.ସୁଜ୍ଞାନ କୁମାରୀ ଦେଓ, ରାଣୀ ମାଆଙ୍କୁ ହରାଇ କାନ୍ଦୁଛି ଖଲ୍ଲିକୋଟ

V Sugnana Kumari Deo: ପଞ୍ଚଭୂତରେ ଲୀନ ହେଲେ ଖଲ୍ଲିକୋଟ ରାଣୀ ସାହେବା ଭି. ସୁଜ୍ଞାନ କୁମାରୀ ଦେଓ । ରବିବାର ଖଲ୍ଲିକୋଟ ରାଜବାଟୀ ଶ୍ମଶାନରେ ଗାର୍ଡ ଅଫ ଅନର ଦିଆଯିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅଧିକ ପଢ଼ନ୍ତୁ

ଭି.ସୁଜ୍ଞାନ କୁମାରୀ ଦେଓ
ଭି.ସୁଜ୍ଞାନ କୁମାରୀ ଦେଓ

ଭି.ସୁଜ୍ଞାନ କୁମାରୀ ଦେଓ

ବ୍ରହ୍ମପୁର:ପଞ୍ଚଭୂତରେ ଲୀନ ହେଲେ ଖଲ୍ଲିକୋଟ ରାଣୀ ସାହେବା ଭି. ସୁଜ୍ଞାନ କୁମାରୀ ଦେଓ । ରବିବାର ଖଲ୍ଲିକୋଟ ରାଜବାଟୀ ଶ୍ମଶାନରେ ଗାର୍ଡ ଅଫ ଅନର ଦିଆଯିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଜବଂଶର ବ୍ରାହ୍ମଣ ପୁଅ କରେଶ ଆଚାର୍ଯ୍ୟ ରାଣୀ ସାହେବାଙ୍କୁ ମୁଖାଗ୍ନି ଦେଇଛନ୍ତି । ରାଣୀ ମାଆଙ୍କ ଶେଷକୃତ୍ୟ ସମୟରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ସମେତ ବହୁ ସ୍ଥାନୀୟ ନେତା, ହଜାର ହଜାର ଶୁଭେଚ୍ଛୁ ରହି ରାଣୀ ମାଆଙ୍କୁ ଶେଷ ବିଦାୟ ଦେଇଛନ୍ତି ।

ଆଜି (ରବିବାର) ଦିନ ତମାମ ସମସ୍ତେ ଖଲ୍ଲିକୋଟ ରାଜବଂଶର ଶେଷ ଦୟାଦ ଭି.ସୁଜ୍ଞାନ କୁମାରୀ ଦେଓଙ୍କର ଅନ୍ତିମ ଦର୍ଶନ କରିଥିଲେ । ଏହାପରେ ଏକ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ସହର ପରିକ୍ରମା କରାଯାଇଥିଲା । ଖଲ୍ଲିକୋଟ ରାଣୀ ମାଆଙ୍କ ଶେଷଯାତ୍ରାରେ ହଜାର ହଜାର ଶୁଭେଚ୍ଛୁ, ସମର୍ଥକ, ନିର୍ବାଚିତ ପ୍ରତିନିଧିଙ୍କ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ରାଜନୈତିକ ଦଳର ନେତୃବୃନ୍ଦ ସାମିଲ ହୋଇଥିଲେ । ଏହା ପରେ ଖଲ୍ଲିକୋଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପଛପାର୍ଶ୍ୱରେ ରହିଥିବା ରାଜ ପରିବାରର ସ୍ୱତନ୍ତ୍ର ଶ୍ମଶାନରେ ଅନ୍ତେଷ୍ଟିକ୍ରିୟା କରାଯାଇଥିଲା । ହଜାର ହଜାର ସମର୍ଥକଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସମ୍ମାନ ସହିତ ଗାର୍ଡ ଅଫ୍ ଅର୍ନର ଦିଆଯିବା ପରେ ଖଲ୍ଲିକୋଟ ରାଜ ଶ୍ମଶାନରେ ରାଣୀଙ୍କ ଶେଷକୃତ୍ୟ ସମ୍ପାଦନା କରାଯାଇଥିଲା । ରାଣୀ ସାହେବାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପଞ୍ଚଭୂତରେ ଲୀନ ହୋଇଯାଇଥିବା ଖଲ୍ଲିକୋଟ ରାଜ ପରିବାରର ରାଣୀ ସାହେବା ସମସ୍ତଙ୍କୁ ମାଆ ଛେଉଣ୍ଡ କରି ଦେଇଥିବା କହିଛନ୍ତି ଅଞ୍ଚଳର ବହୁ ବ୍ୟକ୍ତିବିଶେଷ ।

ଏହା ମଧ୍ୟ ପଢ଼ନ୍ତୁ.....ନିରବୀ ଗଲେ ଖଲ୍ଲିକୋଟ ରାଣୀ, ସବୁ ମହଲରେ ଶୋକର ଛାୟା

ଖଲ୍ଲିକୋଟର ରାଣୀ ଭି. ସୁଜ୍ଞାନ କୁମାରୀ ଚେନ୍ନାଇ ଠାରେ ଥିବା ବାସଭବନରେ ରହି ଆସୁଥିବା ବେଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବାରୁ ଚିକିତ୍ସା ପାଇଁ ସେଠାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ମଧ୍ୟ ରାତିରେ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କର ମୃତ୍ୟୁ ହୋଇଥିଲା । ଶନିବାର ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ଗଞ୍ଜାମ ସମେତ ସାରା ରାଜ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ସେପଟେ ଗତକାଲି (ଶନିବାର) ସନ୍ଧ୍ୟାରେ ସମୟରେ ରାଣୀଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଁଚିଥିଲା । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details