ଓଡିଶା

odisha

ETV Bharat / state

ସତ ହେଲା ଭବିଷ୍ୟବାଣୀ ! ପଞ୍ଜିକାରେ ବାତ୍ୟାର ପୂର୍ବନୁମାନ..

ଆଧୁନିକ ବିଜ୍ଞାନ ଆଗରେ ନିଜର ପରାକାଷ୍ଠା ପ୍ରମାଣିତ କଲା ଜ୍ୟୋତିଷ ଶାସ୍ତ୍ରର ଗଣନା । ଖଡ଼ିରତ୍ନ ପଞ୍ଜିକାର୍ ବାତ୍ୟା ପୂର୍ବାନୁମାନ ଉଲ୍ଲେଖ ।

PANJIKA PREDICTS CYCLONE
PANJIKA PREDICTS CYCLONE (ETV Bharat Odisha)

By ETV Bharat Odisha Team

Published : 5 hours ago

ପୁରୀ:ପଞ୍ଜିକାରେ ବାତ୍ୟାର ପୂର୍ବନୁମାନ । ପୁଣି ଆଧୁନିକ ବିଜ୍ଞାନ ଆଗରେ ନିଜର ପରାକାଷ୍ଠା ପ୍ରମାଣିତ କଲା ଭାରତର ଜ୍ୟୋତିଷ ଶାସ୍ତ୍ରର ଗଣନା । ଅତୀତରେ ଭାରତର ସଂସ୍କୃତି, ପରମ୍ପରା ଏବଂ ଶାସ୍ତ୍ର ବେଶ ସମୃଦ୍ଧ ଥିଲା ।ଯେତେବେଳେ ବିଜ୍ଞାନର କୌଣସି ଚିହ୍ନବର୍ଣ୍ଣ ନଥିଲା ଜ୍ୟୋତିଷ ବିଦ୍ୟା ଦ୍ଵାରା ବିଭିନ୍ନ ଭବିଷ୍ୟତବାଣୀ, ପୂର୍ବାନୁମାନ କରାଯାଇ ପଞ୍ଜିକାରେ ସୂଚନା ଦିଆଯାଉଥିଲା । ଯାହା ଆଜିର ବିଜ୍ଞାନ ଯୁଗରେ ପ୍ରମାଣିତ ହୋଇଛି ।

ସତ ହେଲା ପଞ୍ଜିକାର ଭବିଷ୍ୟତବାଣୀ !

ଚଳିତ ଅକ୍ଟୋବରରେ ବାତ୍ୟା 'ଦାନା' ଆସୁଥିବା ନେଇ ସବୁଆଡେ ଚର୍ଚ୍ଚା । ତେବେ ଅକ୍ଟୋବର 17ରୁ 23 ତାରିଖରେ ସାମୁଦ୍ରିକ ଝଡ ଓଡ଼ିଶା ମୁହାଁ ହେଉଥିବା ବହୁ ପୂର୍ବରୁ ଖଡ଼ିରତ୍ନ ପଞ୍ଜିକାରେ ଉଲ୍ଲେଖ ରହିଛି । ଯାହା ସତ ପ୍ରମାଣିତ ହୋଇଥିବା ବେଳେ ଏନେଇ ସବୁଆଡେ ଚର୍ଚ୍ଚା । ଖଡ଼ିରତ୍ନ ପଞ୍ଜିକାର୍ ବାତ୍ୟା ପୂର୍ବାନୁମାନ ଲେଖା ଥିବା ପୃଷ୍ଠାଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି । ଯାହା ପ୍ରମାଣିତ କରିଛି ଆମ ଭାରତୀୟ ସଂସ୍କୃତିର ଜ୍ୟୋତିଷ ଶାସ୍ତ୍ର ବେଶ ସମୃଦ୍ଧ । ବାତ୍ୟା ଆସୁଥିବା ନେଇ ମାତ୍ର ଏକ ସପ୍ତାହ ତଳେ ବୈଜ୍ଞାନିକମାନେ ପୂର୍ବାନୁମାନ କରିଥିବାବେଳେ ଗତ ପଣା ସଂକ୍ରାନ୍ତିରେ ପାଞ୍ଜି ପ୍ରଚଳନ ଠାରୁ ଖଡ଼ିରତ୍ନ ପଞ୍ଜିକାରେ ବାତ୍ୟା ନେଇ ସ୍ପଷ୍ଟ ସୂଚନା ଦିଆଯାଇଛି ।

PANJIKA PREDICTS CYCLONE (ETV Bharat Odisha)

'ଜ୍ୟୋତିଷ ଶାସ୍ତ୍ର ବେଦର ଏକ ଚକ୍ଷୁ ସଦୃଶ':

ପୁରୀର ପଞ୍ଜିକାର ହରିଶଙ୍କର ମିଶ୍ର କହିଛନ୍ତି," ବିଜ୍ଞାନର ଅଗ୍ରଗତି ପୂର୍ବରୁ ଜନ ଜୀବନ ଥିଲା । ପୂର୍ବ କାଳରେ ଲୋକମାନେ ଭଲରେ ଜୀବନ ଯାପନ କରୁଥିଲେ । ଋଷି ମୁନିଋଷି ମାନେ ବଣ ଜଙ୍ଗଲରେ ରହି ଅନେକ ଜ୍ଞାନର ଅଧିକାରୀ ହୋଇଥିଲେ । ତେବେ ଜ୍ଞାନ, ବିଜ୍ଞାନ ଓ ପରେ ରହିଛି ପ୍ରଜ୍ଞାନ । ମୁନିଋଷି ମାନେ ପ୍ରଜ୍ଞାନର ଅଧିକାରୀ ଥିଲେ । ଆମର ଜ୍ୟୋତିଷ ଶାସ୍ତ୍ର ବେଦର ଏକ ଚକ୍ଷୁ ସଦୃଶ । ଜ୍ୟୋତିଷ ଶାସ୍ତ୍ର ଆଧାରରେ ଆମର ପାଣିପାଗ, ସୂର୍ଯ୍ୟ ପରାଗ, ଚନ୍ଦ୍ର ଗ୍ରହଣ, ବଜାରର ଦ୍ରବ୍ୟ ମୂଲ୍ୟ ବୃଦ୍ଧି, ଆୟ-ବ୍ୟୟ ,ଜନ୍ମ, ମୃତ୍ୟୁ, ରୋଗ, ଶୁଭ-ଅଶୁଭ ବେଳା, ଶୁଭ ଦିନ ଇତ୍ୟାଦି ସୂଚନା ପଞ୍ଜିକାରେ ରହିଛି ।"

PANJIKA PREDICTS CYCLONE (ETV Bharat Odisha)

କ'ଣ ଉଲ୍ଲେଖ ରହିଛି ପଞ୍ଜିକାରେ ?

ସେ ଆହୁରି ମଧ୍ୟ କହିଛନ୍ତି, "ଜ୍ୟୋତିଷ ବିଦ୍ୟା ଆଧାରରେ ଚଳିତ ବର୍ଷ ଅସଲି ଖଡ଼ିରତ୍ନ ପଞ୍ଜିକାର 196 ପୃଷ୍ଠାରେ ଯେଉଁ ମାସିକ ପାଣିପାଗ ଭବିଷ୍ୟବାଣୀ କରଯାଇଛି । ସେଥିରେ ଲେଖାଛି ଯେ ଚଳିତ ମାସ ଅକ୍ଟୋବର 17ରୁ 23 ମଧ୍ୟରେ ବାତ୍ୟା ହେବ । ଆଜି ଆମର ଗର୍ବ ଗୌରବର ବିଷୟ ଆମ ଉତ୍କଳର ପଞ୍ଜିକା ଖଡିରତ୍ନ ପଞ୍ଜିକାରେ ବାତ୍ୟା ନେଇ ପ୍ରାକ୍ ଆକଳନ ଦର୍ଶାଯାଇଛି । ଯାହାକୁ ପାଣିପାଗ ବିଭାଗ ପ୍ରକାରାନ୍ତରେ ସ୍ବୀକାର କରିଛି । ପଞ୍ଜିକାରେ ସବୁ ପୂର୍ବାନୁମାନ ଦିଆଯାଏ । ଶୁଭା-ଶୁଭ, ବର୍ଷା, ବାୟୁର ଗତି ମଧ୍ୟ ସୂଚନା ଦିଆଯାଏ । ଜ୍ୟୋତିଷ ବିଦ୍ୟା ହେଉଛି ସିଦ୍ଧାନ୍ତ ଦର୍ପଣ ଉପରେ ଆଧାରିତ । ଯଦି ଆମ ସଂସ୍କୃତିକୁ ସରକାର ଗୁରୁତ୍ବ ଓ ପ୍ରୋତ୍ସାହନ ଦିଅନ୍ତେ, ତାହା ହେଲେ ଆହୁରି ବିଶ୍ଵବିଦିତ ହୋଇପାରନ୍ତା । "

PANJIKA PREDICTS CYCLONE (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...ବାତ୍ୟା ‘ଦାନା’ ପାଇଁ ପ୍ରସ୍ତୁତ ଶିକ୍ଷା ବିଭାଗ; ସ୍କୁଲ କଲେଜ ପରେ ବିଶ୍ୱବିୟଦ୍ୟାଳୟ 3 ଦିନ ଛୁଟି, ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ ଶିକ୍ଷୟତ୍ରୀ

ଏହା ମଧ୍ୟ ପଢନ୍ତୁ ...ବାତ୍ୟାକୁ ନେଇ କେତେ ଭୟଭୀତ ? କରନ୍ତୁ ଏହି କାମ ରହିବେ ବିପଦ ମୁକ୍ତ

ଏହା ମଧ୍ୟ ପଢନ୍ତୁ ...ଓଡ଼ିଶା ମୁହାଁ ବାତ୍ୟା ‘ଦାନା’: ପାରାଦ୍ବୀପ, ଗୋପାଳପୁର ଓ ଧାମରା ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ

'1999 ମହାବାତ୍ୟାର ପୂର୍ବାନୁମାନ ସଠିକ୍ ଥିଲା । ':

"ପୂର୍ବ କାଳରେ ଆମ କଳିଙ୍ଗର ପୁଅମାନେ ବାୟୁର ଗତି ଦେଖିକି ସମୁଦ୍ରରେ ବିଭିନ୍ନ ଦେଶକୁ ଯାଇ ବଣିଜ୍ୟ କରୁଥଲେ । ସେତେବେଳେ ନା ଜାହାଜ ଥିଲା ନ କୌଣସି ଆଧୁନିକ ଯନ୍ତ୍ର ଥିଲା । କିନ୍ତୁ ଦୁଃଖର କଥା ସରକାର ଜ୍ୟୋତିଷ ଶାସ୍ତ୍ରକୁ ପ୍ରୋତ୍ସାହନ ଦେଉନାହାନ୍ତି । ଆଜି ଆମେ ଖୁସି ହେବା ଆମ ଶାସ୍ତ୍ରର ମହତ୍ତ୍ଵ ରହିଛି । ଏହି ଅସଲି ଖଡ଼ି ରତ୍ନ ପଞ୍ଜିକାର ମଧ୍ୟ 1999 ମହାବାତ୍ୟାର ସଠିକ୍ ପୂର୍ବାନୁମାନ ଥିଲା । ସରକାର୍ ଏଥି ପାଇଁ ପ୍ରଶଂସା କରିଥିଲେ । ତେବେ ଚଳିତ ବାତ୍ୟାର ପୂର୍ବାନୁମାନ ମଧ୍ୟ ସତ ପ୍ରମାଣିତ ହୋଇଛି । ଆମ ଭାରତରେ ସବୁ ଜ୍ଞାନ ଥିଲା । ପାଶ୍ଚାତ୍ୟ ସଭ୍ୟତାକୁ ପ୍ରଶୟ ଦିଆଯାଇ ଭାରତର ସଂସ୍କୃତି, ପରମ୍ପରାକୁ ଧ୍ଵଂସ କରିଦିଆଗଲା । ଯୋଗ, ଆୟୁର୍ବେଦ ହେଉଛି ଭାରତର ସୃଷ୍ଟି । ଯାହାକୁ ଆଜି ପାଶ୍ଚାତ୍ୟ ଦେଶ ମାନିଛନ୍ତି ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details