ଓଡିଶା

odisha

By ETV Bharat Odisha Team

Published : 4 hours ago

Updated : 3 hours ago

ETV Bharat / state

ଅବହେଳିତ ଅବସ୍ଥାରେ ଗାନ୍ଧୀ ସ୍ମୃତିପୀଠ; ଖର୍ଚ୍ଚ ଲକ୍ଷାଧିକ, ବାସ୍ତବିକତା ଶୂନ - Gandhi Memorial Park

Gandhi Memorial In Neglected Condition: ଅବହେଳିତ ଅବସ୍ଥାରେ କେନ୍ଦ୍ରାପଡ଼ା ବାରିମୂଳ ଗାନ୍ଧୀ ସ୍ମୃତିପୀଠ । ଅବକ୍ଷୟ ହେବାକୁ ବସିଛି ଗାନ୍ଧୀଙ୍କ ସ୍ମୃତି । ଅଧିକ ପଢ଼ନ୍ତୁ

Gandhi Memorial In Neglected Condition
Gandhi Memorial In Neglected Condition (ETV Bharat Odisha)

କେନ୍ଦ୍ରାପଡ଼ା: ଦେଶ ପାଳୁଛି ଜାତିର ପିତାଙ୍କ ୧୫୫ତମ ଜନ୍ମ ଜୟନ୍ତୀ । ଅହିଂସାର ମନ୍ତ୍ର ବଳରେ କୋଟିକୋଟି ଜନତାଙ୍କୁ ଏକତ୍ର କରି ଜାତିର ଜନକ ଇଂରେଜମାନଙ୍କୁ ଦେଶରୁ ବିତାଡିତ କରିବାରେ ସଫଳ ହୋଇଥିଲେ । ଆଉ ସେହି ସମୟରେ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ଅସ୍ପୃଶ୍ୟତା ହଟାଇବା ପାଇଁ ଗାନ୍ଧିଜୀ ହରିଜନ ପଦଯାତ୍ରା କରି କୋଟିକୋଟି ଜନ ସାଧାରଣଙ୍କୁ ସ୍ଵାଧିନତା ଆନ୍ଦୋଳନରେ ସାମିଲ କରାଇଥିଲେ । ତେବେ ଗାନ୍ଧୀଙ୍କ ସ୍ମୃତି ବହନ କରୁଥିବା ଜିଲ୍ଲାର ବାରିମୂଳ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଗାନ୍ଧୀପାର୍କ ଏବେ ଅବହେଳିତ ଅବସ୍ଥାରେ ରହିଛି । ଏହାର ପୁନଃରୁଦ୍ଧାର ପାଇଁ ଦାବି ହୋଇଛି ।

ବାରିମୂଳରେ ରାତ୍ରୀରହଣି କରିଥିଲେ ଗାନ୍ଧୀ:

Gandhi Memorial In Neglected Condition (ETV Bharat Odisha)

୧୯୩୪ ମସିହା ମେ' ମାସରେ କେନ୍ଦ୍ରାପଡ଼ା ଗସ୍ତ ଆସିଥିଲେ ପରମପୂଜ୍ୟ ଜାତିର ଜନକ ମହାତ୍ମା ଗାନ୍ଧୀ । ସେ ସମୟରେ ଗାନ୍ଧୀଜି ଡେରାବିଶ୍ ବ୍ଲକ ବାରିମୂଳ ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ପଡ଼ିଆରେ ଏକ ବିରାଟ ସାଧାରଣ ସଭାରେ କରିଥିଲେ । ସ୍ୱାଧୀନ ଭାରତର ପରିକଳ୍ପନା କରି ଦେଶରୁ ବିଦେଶୀମାନଙ୍କୁ ହଟାଇବା ସହ ସମାଜରୁ ଅସ୍ପୃଶ୍ୟତା ଦୂର କରିବା ଉଦ୍ଦେଶ୍ୟରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ସେହିଦିନ ରାତିରେ ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାତ୍ରୀରହଣି ସମୟରେ "ଲାଉ ଡାଲମା" ଖାଇଥିଲେ ଗାନ୍ଧିଜୀ । ଗାନ୍ଧୀଙ୍କର ଏହି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ କେନ୍ଦ୍ରାପଡ଼ା ବାରିମୂଳ ଗୋବରୀ ନଦୀ କୂଳରେ ପ୍ରତିମୂର୍ତ୍ତି ଟିଏ ସ୍ଥାପନ କରାଯାଇଥିଲା ।

ଅସାମାଜିକ ବ୍ୟକ୍ତିମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଗନ୍ଧୀ ପାର୍କ:

Gandhi Memorial In Neglected Condition (ETV Bharat Odisha)

ପ୍ରତିବର୍ଷ ଶହୀଦ ଦିବସରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସ୍ମୃତିପୀଠକୁ ଆସି ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଚଢାଇ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥାନ୍ତି । ଏହିଦିନ ଗଲା ପରେ ଗାନ୍ଧୀଙ୍କୁ ଭୁଲିଯାଇଥାନ୍ତି । ରାତି ରହଣି କରିଥିବା ବିଦ୍ୟାଳୟର ଅବସ୍ଥା ନକହିବା ଭଲ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ୨୦୧୯ ମସିହାରେ ଗାନ୍ଧୀଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ନିର୍ମାଣ ହୋଇଥିଲା ଗାନ୍ଧୀ ସ୍ମୃତିପୀଠ ନାଁରେ ପ୍ରକଳ୍ପ । ହେଲେ ଏହି ପଡିଆ ଏବେ ଅସାମାଜିକ ବ୍ୟକ୍ତିମାନଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ମୂର୍ତ୍ତିଟି କେବଳ ସ୍ମୃତିକୁ ସାଇତି ରଖିବା ସାର ହୋଇଛି । ଗୋଟିଏ ପଟେ ଗୋବରୀ ନଦୀର ପାଣିକୁଳ ଖାଇ ମୂର୍ତ୍ତିଟିର ସ୍ଥାପନ ସ୍ଥଳୀଟିକୁ ନଦୀ ଗର୍ଭରେ ଲୀନ କରିବା ପାଇଁ ବସିଥିବା ବେଳେ ଅନ୍ୟପଟେ ଗାନ୍ଧୀ ମୂର୍ତ୍ତି ଅସୁରକ୍ଷିତ ।

ସମ୍ପୂର୍ଣ୍ଣ ହୋଇପାରିଲାନି ଗାନ୍ଧୀପାର୍କ କାମ:

Gandhi Memorial In Neglected Condition (ETV Bharat Odisha)

ଏନେଇ ଅବସରପ୍ରାପ୍ତ ଶିକ୍ଷକ ଗିରିଧାରୀ ପାତ୍ର କହିଛନ୍ତି, "୧୯୩୪ ମସିହାରେ ଗାନ୍ଧୀଜି ବାରିମୂଳ ଆସିଥିଲେ । ପଦଯାତ୍ରାରେ ଆସି ବାରିମୂଳ ପ୍ରାଥମିକ ସ୍କୁଲରେ ରାତ୍ରୀ ଯାପନ କରିଥିଲେ । ତାଙ୍କ ସ୍ମୃତିକୁ ଉଦ୍‌ଜୀବିତ କରିବା ପାଇଁ ବିଭିନ୍ନ ପ୍ରକାର କାମ କଲେ ବି ସେସବୁ ରକ୍ଷଣମୂଳକ କାର୍ଯ୍ୟ ହୋଇନାହିଁ । ଏଠାରେ ଏକ ଗାନ୍ଧୀ ପାର୍କ ହେବା ପାଇଁ ସ୍ଥିର ହୋଇଥିଲେ । ପାର୍କ କାର୍ଯ୍ୟ ଆରମ୍ଭ ହେଲା । କିନ୍ତୁ ଦୁଃଖର କଥା ବାରିମୂଳରେ ଗାନ୍ଧୀପାର୍କ କାମ ସମ୍ପୂର୍ଣ୍ଣ ହୋଇପାରିଲାନି । ଏବେ ଏହା ଅବକ୍ଷୟ ଆଡ଼କୁ ଗତି କରୁଛି ।"

ପାର୍କ ନାଁରେ ବିଲ କରି ଟଙ୍କା ଖାଇଗଲେ:

Gandhi Memorial In Neglected Condition (ETV Bharat Odisha)

ସେହିପରି ସ୍ଥାନୀୟ ବାସିନ୍ଦା ଚିତ୍ତରଞ୍ଜନ ମଳିକ କହିଛନ୍ତି, "ଗାନ୍ଧୀ ଏ ଅଞ୍ଚଳରେ ରାତ୍ରୀଯାପନ କରିଥିଲେ । ଗାନ୍ଧୀଙ୍କ ସହ ଅନେକ ଲୋକ ସାମିଲ ହୋଇଥିଲେ । ଲୋକମାନେ ଖାଇବା ପାଇଁ ଏ ଅଞ୍ଚଳରୁ ପନିପରିବା ଆଦାୟ ହୋଇଥିଲା । ତା ଭିତରେ ଲାଉର ପରିମାଣ ବେଶିଥିଲା । ଯାହା ଲାଉ ଡାଲମା ଭାବରେ ବେଶି ପରିଚିତ । ଗତ ସରକାରରେ ଗାନ୍ଧୀଙ୍କ ସ୍ମୃତିପୀଠରେ ପାର୍କ ନିର୍ମାଣ କରିବା ପାଇଁ ୬୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଦିଆଯାଇଥିଲା । ବିଭାଗର ଜେଇ ହୁଅନ୍ତୁ ବା କାର୍ଯ୍ୟକାରୀ ନିର୍ବାହୀ ବିଲ କରି ଟଙ୍କା ଖାଇନେଲେ । ତେଣୁ ଆମେ ଦାବି କରୁଛୁ ଯେ, ଗାନ୍ଧୀଙ୍କ ସ୍ମୃତିପୀଠକୁ ଗାନ୍ଧୀପାର୍କ ନାମରେ ନାମିତ କରାଯାଉ । ଯେଉଁ କାମ ଅବହେଳିତ ହୋଇ ଅଛି ସରକାର ପାଣ୍ଠିରୁ ସହଯୋଗ କରି ଏହାର ପୂନରୁଦ୍ଧାର କରାଯାଉ ।"

ଏହା ମଧ୍ୟ ପଢ଼ନ୍ତୁ...ଆଜି ମହାଳୟା, ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ - Maa Samaleswari

ଏହା ମଧ୍ୟ ପଢ଼ନ୍ତୁ...କାଲି ଦିଲ୍ଲୀରେ ରୋଡ଼ ସୋ' କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଫୋକସରେ ଓଡିଶାରେ ପୁଞ୍ଜିନିବେଶ - Utkarsh Odisha 2025

ଏହା ମଧ୍ୟ ପଢ଼ନ୍ତୁ...ନଭେମ୍ବରରୁ ବର୍ଦ୍ଧିତ MSPରେ ଧାନ କିଣିବେ ରାଜ୍ୟ ସରକାର, କ୍ୱିଣ୍ଟାଲ ପିଛା ଦେବେ ଅଧିକ 800ଟଙ୍କା - Paddy Procurement

ପାର୍କକୁ ସ୍ବତନ୍ତ୍ର ଭାବରେ ଫୋକସ କରାଯିବ:

Gandhi Memorial In Neglected Condition (ETV Bharat Odisha)

କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର କହିଛନ୍ତି, "କେନ୍ଦ୍ରାପଡ଼ା ଜିଲ୍ଲାକୁ ୧୯୩୪ରେ ଗାନ୍ଧୀଜି ଆସିଥିଲେ । ବିଭିନ୍ନ କାର୍ଯ୍ୟକ୍ରମ କରି ଲୋକମାନଙ୍କ ସହ ମିଶିଥିଲେ । ଖୁବଶୀଘ୍ର ଏହି ସ୍ଥାନର କଳେବର ବୃଦ୍ଧି କରାଯାଇ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ କରାଯିବା ସହ ସେଠାରେ ଏକ ଲାଇଟ ଲଗାଯାଇ ପୋଲିସ ପାଟ୍ରୋଲିଂର ବ୍ୟବସ୍ଥା କରାଯିବ । ସ୍ବାତନ୍ତ୍ର ଭାବରେ ଫୋକସ କରି ଏହାର ରକ୍ଷଣାବେକ୍ଷଣ କରାଯିବ ।"

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : 3 hours ago

ABOUT THE AUTHOR

...view details