ଓଡିଶା

odisha

ETV Bharat / state

ILS ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ସନ୍ଦେଜନକ ମୃତ୍ୟୁ, ଘରୁ ମିଳିଲା ମୃତଦେହ - ILS scientist dies

ILS scientist Sandip Mishra found dead: ILS ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ସତ୍ୟନଗର ବାସଭବନରୁ ଉଦ୍ଧାର ହେଲା ମୃତଦେହ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

By ETV Bharat Odisha Team

Published : Aug 25, 2024, 12:46 PM IST

Updated : Aug 25, 2024, 2:00 PM IST

ILS scientist Sandip Mishra
ILS scientist Sandip Mishra (Etv Bharat)

ଭୁବନେଶ୍ବର:ଜୀବବିଜ୍ଞାନ ସଂସ୍ଥାନ (ILS) ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ବର ସ୍ଥିତ ସତ୍ୟନଗର ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । କେଉଁ କାରଣରୁ ସନ୍ଦୀପ ମିଶ୍ରଙ୍କ ମୃତ୍ୟୁ ହେଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପୋଲିସ କ୍ୟାପିଟାଲ ହସ୍ପିଟାଲକୁ ପାଠାଇଛି । ଅନ୍ୟପଟେ ମୃତ୍ୟୁର କାରଣ ହୃଦଘାତ ହୋଇଥିବା ମୃତ ସନ୍ଦୀପଙ୍କ ଶାଳୀ କହିଛନ୍ତି । ସ୍ତନ କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ଉଲ୍ଲେଖନୀୟ ଭୂମିକା ରହିଥିଲା ।

ILS ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ସନ୍ଦେଜନକ ମୃତ୍ୟୁ, ଘରୁ ମିଳିଲା ମୃତଦେହ (ETV Bharat Odisha)
  • ମୃତ୍ୟୁର କାରଣ ହୃଦଘାତ !

ମୃତ ସନ୍ଦୀପଙ୍କ ଶାଳୀ ରାଜଲକ୍ଷ୍ମୀ ମଜୁମଦାର ପ୍ରତିକ୍ରିୟା ରଖି କହିଛନ୍ତି,''ଦିନକ ପୂର୍ବରୁ ସେ ଚିକେନ ଖାଇବା ପରେ ଅସୁସ୍ଥତା ଅନୁଭବ କରିଥିଲେ । ଗତକାଲି ସକାଳ 5ଟା ସମୟରେ ସେ ହସ୍ପିଟାଲକୁ ଯାଇଥିଲେ । ଇସିଜି କରିଥିଲେ, ବ୍ଲଡ଼ ଟେଷ୍ଟ କରିଥିଲେ । ଦିନ ତମାମ ମେଡ଼ିକାଲରେ ଟ୍ରିଟମେଣ୍ଟ ହୋଇ ସନ୍ଧ୍ୟାରେ ଫେରିଥିଲେ । ରାତି ପ୍ରାୟ ୧୦ଟା ୩୦ରେ ସେ ଅସୁସ୍ଥ ଅନୁଭବ କରିବା ସହ ବ୍ରିଥ ପ୍ରୋବ୍ଲେମ ଥିଲା । ନିଃଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହେବାରୁ ୬ନମ୍ବର‌ ମେଡିକାଲ ନିଆୟାଇଥିଲା । ଚିକିତ୍ସିତ ହେଉଥିବା ସମୟରେ ଗତକାଲି ରାତି ୧ଟା ୩୦ରେ ହାର୍ଟଚୋକ ହୋଇ ମୃତ୍ୟୁ ହୋଇଛି ।'' ଅନ୍ୟପଟେ ସେ ଅସୁସ୍ଥ ଥିବା କିମ୍ବା ଚିକିତ୍ସିତ ହୋଇ ଫେରିଥିବା କଥା ପୋଲିସ ପକ୍ଷରୁ କୁହାଯାଇନି । ପୋଲିସ କୌଣସି କାରଣକୁ ସାମ୍ନାକୁ ନଆଣି ତଦନ୍ତ ଆରମ୍ଭ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିପାରେ ।

ILS scientist Sandip Mishra (ETV BHARAT ODISHA)

ସନ୍ଦୀପ ମିଶ୍ର କିଏ ?

ILS scientist Sandip Mishra (ETV BHARAT ODISHA)

ସ୍ତନ କର୍କଟ ରୋଗର ନିଦାନ ଓ ଚିକିତ୍ସା କ୍ଷେତ୍ରରେ ଅନେକ ସଫଳତା ହାସଲ କରିଥିଲେ ଓଡ଼ିଆ ବୈଜ୍ଞାନିକ ସନ୍ଦୀପ ମିଶ୍ର । ଭୁବନେଶ୍ବର ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‍ଏସ୍‍)ର ସିନିୟର୍‍ ମଲିକ୍ୟୁଲାର୍‍ ଅଙ୍କୋଲୋଜିଷ୍ଟ ଡା.ସନ୍ଦୀପ ମିଶ୍ର ସ୍ତନ କର୍କଟର ଟ୍ୟୁମର ଦମନକାରୀ ଜିନ୍‍ ଆବିଷ୍କାର କରିଥିଲେ। ସେହିପରି ସ୍ତନ କର୍କଟ ରୋଗରୁ ସୁରକ୍ଷା ଦେଉଥିବା ଔଷଧ ଉଦ୍ଭାବନ ମଧ୍ୟ କରିଛନ୍ତି । ଯାହା ମାନବ ପରୀକ୍ଷଣ ନିମନ୍ତେ କେନ୍ଦ୍ର ସରକାରଙ୍କ ସ୍ବୀକୃତି ଲାଭ କରିଥିଲେ। ଡାକ୍ତର ମିଶ୍ର ସ୍ତନ କର୍କଟ ରୋଗୀଙ୍କ ପାଇଁ ଔଷଧ ଉଦ୍ଭାବନ କରିବା ସହିତ ଏହାର କାରଣ ସମ୍ପର୍କରେ ଦୀର୍ଘ ୨୦ ବର୍ଷ ହେଲା ଗବେଷଣା ଚଳାଇ ଆସୁଥିଲେ ।

ILS scientist Sandip Mishra (ETV BHARAT ODISHA)
  • ସ୍ତନ କର୍କଟ ଉପରେ ଗବେଷଣା କରୁଥିଲେ ସନ୍ଦୀପ:

ଦୀର୍ଘ ଦିନ ହେବ ସ୍ତନ କର୍କଟ ଉପରେ ଗବେଷଣା କରି ଆସୁଥିଲେ ସନ୍ଦୀପ ମିଶ୍ର । ସ୍ତନ କର୍କଟ ରୋଗୀଙ୍କ ପାଇଁ ଔଷଧ ଉଦ୍ଭାବନ କରିବା ସହିତ ଏହାର କାରଣ ସମ୍ପର୍କରେ ଜାଣିବା ପାଇଁ ଦୀର୍ଘ ୨୦ ବର୍ଷ ହେଲା ଗବେଷଣା ଚଳାଇ ଆସୁଥିଲେ। ନିକଟରେ ସେ ସ୍ତନ କର୍କଟର ସଫଳ ଚିକିତ୍ସା ପାଇଁ ଡିଜେଡ୍‍ଏନ୍‍ଇପିଏ (DZNEPA) ଓ ଏମ୍‍ଏଲ୍‍ଏନ୍‍(MLN) ୪୯୨୪ ଔଷଧ ଆବିଷ୍କାର କରିଥିଲେ। ଲ୍ୟାବରେ ମୂଷା ଉପରେ ଏହି ଔଷଧର ପରୀକ୍ଷଣ ସଫଳ ହେବା ପରେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଥିଲା।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 25, 2024, 2:00 PM IST

ABOUT THE AUTHOR

...view details