ଓଡିଶା

odisha

ETV Bharat / state

ପୁରୀରେ ବଢ଼ି ଚାଲିଛି ଚୋରା ବନ୍ଧୁକ କାରବାର, ପୋଲିସର ବିଫଳତାକୁ ନେଇ ପ୍ରଶ୍ନ ଉଠାଇଲେ ଆଇନଜୀବୀ - Illegal gun trade - ILLEGAL GUN TRADE

ILLEGAL ARMS BUSINESS: ବେଆଇନ ବନ୍ଧୁକ କାରବାର ରୋକିବାରେ ପୁରୀ ପୋଲିସ ବିଫଳତାକୁ ନେଇ ସହରବାସୀଙ୍କ ଉଦବେଗ । ଚଳିତ ନିର୍ବାଚନରେ ବ୍ୟାପକ ବିଶୃଙ୍ଖଳା ଆଶଙ୍କା କଲେ ଆଇନଜୀବୀ । ଅଧିକ ପଢନ୍ତୁ

ପୁରୀରେ ବଢ଼ି ଚାଲିଛି ଚୋରା ବନ୍ଧୁକ କାରବାର, ପୋଲିସର ବିଫଳତାକୁ ନେଇ ପ୍ରଶ୍ମ ଉଠାଇଲେ ଆଇନଜୀବୀ
ପୁରୀରେ ବଢ଼ି ଚାଲିଛି ଚୋରା ବନ୍ଧୁକ କାରବାର, ପୋଲିସର ବିଫଳତାକୁ ନେଇ ପ୍ରଶ୍ମ ଉଠାଇଲେ ଆଇନଜୀବୀ

By ETV Bharat Odisha Team

Published : Apr 27, 2024, 10:31 PM IST

ପୁରୀରେ ବଢ଼ି ଚାଲିଛି ଚୋରା ବନ୍ଧୁକ କାରବାର, ପୋଲିସର ବିଫଳତାକୁ ନେଇ ପ୍ରଶ୍ମ ଉଠାଇଲେ ଆଇନଜୀବୀ

ପୁରୀ:ସହରରେ ବଢ଼ି ଚାଲିଛି ଚୋରା ବନ୍ଧୁକ କାରବାର । କଥା କଥା କେ ଫୁଟୁଛି ଗୁଳି । ବନ୍ଧୁକ ଦେଖାଇ ଅପରାଧୀମାନେ ବିଭିନ୍ନ ଅପରାଧ କରିଚାଲିଛନ୍ତି । ହେଲେ ଚୋରା ବନ୍ଧୁକ କାରବାର ଉପରେ ପୁରୀ ପୋଲିସ ରୋକ୍ ଲଗାଇ ବାରେ ବିଫଳ ହୋଇଛି । ଅପରାଧୀଙ୍କୁ ପୋଲିସ୍ ଗିରଫ କରି ବନ୍ଧୁକ ଜବତ କରୁଥିବାବେଳେ ବନ୍ଧୁକ କେଉଁଠାରୁ ଆସୁଛି ,କିଏ ଚୋରା ବନ୍ଧୁକ କାରବାର କରୁଛି, ଏହା ପଛରେ କିଏ ଅଛି ? ସେ ଦିଗରେ ପୁରୀ ପୋଲିସ ତଦନ୍ତ କରୁନାହିଁ । କାହା ଚାପରେ ପୋଲିସ ଶିଥିଳ ଅଛି । ସେ ନେଇ ଉଠିଛି ପ୍ରଶ୍ନ ?

ତେବେ ଆଗକୁ ସାଧାରଣ ନିର୍ବାଚନ । ଚୋରା ବନ୍ଧୁକ କାରବାର ଉପରେ ପୋଲିସ କଡ଼ା ପଦକ୍ଷେପ ନ ନେଲେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡିବା ଆଶଙ୍କା ରହିଛି । ତେବେ ଏ ପ୍ରସଙ୍ଗରେ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘର ଆବାହକ ଅନିଲ କୁମାର୍ ସାହୁ କହିଛନ୍ତି ଯେ, ପୁରୀ ସହର ଏବେ ଚୋରା ବନ୍ଧୁକର ପେଣ୍ଠସ୍ଥଳୀ ହୋଇଛି । ଅପରାଧି ମାନେ ବନ୍ଧୁକ ଦେଖାଇ ବିଭିନ୍ନ ଅପରାଧ କରୁଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ପୋଲିସ୍ ଏ ଦିଗରେ କୌଣସି ପଦକ୍ଷେପ ନେଉନାହିଁ । କେବଳ ଅପରାଧୀଙ୍କୁ ଧରି ବନ୍ଧୁକ ସିଜ୍ କରି ପୋଲିସ ବସି ଯାଇଛି । କେଉଁଠୁ ବନ୍ଧୁକ ଆସୁଛି , କିଏ ଯୋଗାଉଛି, କିଏ ବନ୍ଧୁକ କାରବାରରେ ଲିପ୍ତ ଅଛି । ସେ ଦିଗରେ ପୋଲିସ ଦୃଷ୍ଟି ଦେବା ଉଚିତ୍ । ନ ହେଲେ ଆଗାମୀ ଦିନରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡିବା ଆଶଙ୍କା ରହିଛି ।

ସେପଟେ ପୁରୀର ଆଉ ଜଣେ ଯୁବ ଆଇନଜୀବୀ ଦେବାଶିଷ ଦାସ କହିଛନ୍ତି ଯେ, ଚୋରା ବନ୍ଧୁକ ଉପରେ ପୋଲିସ କଡ଼ା ପଦକ୍ଷପ ନେଉ । ଗୁଇନ୍ଦା ବିଭାଗକୁ ଆହୁରି ସୁଦୃଢ କରାଯାଉ । ଅପରାଧୀଙ୍କ ଡାଟା ବେସ ପୋଲିସ ରଖିବା ଉଚିତ୍ । ଦକ୍ଷ ପୋଲିସ୍ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଚୋରା ବନ୍ଧୁକ କାରବାର ଉପରେ ନଜର ରଖାଯାଉ । ନ ହେଲେ ଅପରାଧୀମାନେ ବନ୍ଧୁକକୁ ବିଭିନ୍ନ ଅପରାଧରେ ବ୍ୟବହାର କରିବେ । ଯାହାକି ଆଗାମୀ ନିର୍ବାଚନରେ ସ୍ଥିତି ସଙ୍ଗୀନ ହେବାର ଆଶଙ୍କା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ ....2 ବନ୍ଧୁକଧାରୀ ଯୁବକ ଗିରଫ, ଅସ୍ତ୍ରଶସ୍ତ୍ର ଜବତ - Youth Arrested For Keeping Arms

ତେବେ ସୂଚନା ଅନୁଯାୟୀ ଯେ, ଗତ ଏକ ବର୍ଷ ମଧ୍ୟରେ ପୁରୀ ପୋଲିସ 15ରୁ ଅଧିକ ଚୋରା ବନ୍ଧୁକ ବିଭିନ୍ନ ଅପରାଧିଙ୍କ ଠାରୁ ଜବତ କରିଛି । ସେପଟେ ଆଗାମୀ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଗାଇଡ ଲାଇନ୍ ଅନୁଯାୟୀ ଜିଲ୍ଲାରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ସ୍ଥାନୀୟ ଥାନାରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକି 80 ପ୍ରତିଶତ ବନ୍ଧୁକ ଥାନାକୁ ଆସିଛି । ତେବେ ପୁରୀ ଏସପି ପିନାକ ମିଶ୍ରଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ମୋଟ 6ଶହ 68ଟି ଲାଇସେନ୍ସ ବନ୍ଧୁକ ରହିଛି । ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଅନୁଯାୟୀ ସମସ୍ତଙ୍କୁ ନିଜ ଥାନାରେ ବନ୍ଧୁକ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୋଟ 668ଟି ଲାଇସେନ୍ସ ବନ୍ଧୁକରୁ 564 ଟି ଥାନାରେ ଅଛିନ । 47 ଟି ବନ୍ଧୁକକୁ ପାଖରେ ରଖିବା ପାଇଁ ଅନୁମତି ରହିଛି ।

ବିଭିନ୍ନ ସିକ୍କ୍ୟୁରିଟ ସର୍ଭିସ୍, କ୍ରୀଡାବିତ୍ ଓ ଜୀବନକୁ ବିପଦ ଥିବା ବ୍ୟକ୍ତି ବିଶେଷଙ୍କୁ ବନ୍ଧୁକ ରଖିବା ପାଇଁ ଜିଲ୍ଲା କମିଟି ଅନୁମତି ଦେଇଛି । ତେବେ ଆହୁରି 57 ଟି ଲାଇସେନ୍ସ ବନ୍ଧୁକ ଥାନାକୁ ଆସି ନଥିବା ବେଳେ ଶୀଘ୍ର ଦେବାକୁ ସଂପୃକ୍ତ ବ୍ୟକ୍ତିଙ୍କୁ ପୁରୀ ପୋଲିସ ପକ୍ଷରୁ ନୋଟିସ ଦିଆଯାଇଛି । ତେବେ ଚୋରା ବନ୍ଧୁକ କାରବାର ଉପରେ ପୋଲିସ୍ ମଧ୍ୟ ନଜର ଥିବାବେଳେ ସୂଚନା ମିଳିବା ପରେ ଏ ଦିଗରେ କାର୍ଯ୍ୟନୁଷ୍ଠାନ ନିଆଯାଉଥିବା ପୁରୀ ଏସପି କହିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details