ଓଡିଶା

odisha

By ETV Bharat Odisha Team

Published : Mar 16, 2024, 9:33 AM IST

ETV Bharat / state

ବୋଲଗଡ଼କୁ ମରୁଡି ଘୋଷଣା ନକଲେ ଚାଷୀଙ୍କ ଭୋଟ ବର୍ଜନ ଚେତାବନୀ

Demand to declare Bolagarh as drought hit: ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକକୁ ମରୁଡି ଘୋଷଣା କରିବାକୁ ଦାବି କଲେ ଚାଷୀ । ଦାବି ପୂରଣ ନହେଲେ ଭୋଟ ବର୍ଜନ ଚେତାବନୀ । ଅଧିକ ପଢନ୍ତୁ

ବୋଲଗଡ଼କୁ ମରୁଡି ଘୋଷଣା ନକଲେ ଚାଷୀଙ୍କ ଭୋଟ ବର୍ଜନ ଚେତାବନୀ
ବୋଲଗଡ଼କୁ ମରୁଡି ଘୋଷଣା ନକଲେ ଚାଷୀଙ୍କ ଭୋଟ ବର୍ଜନ ଚେତାବନୀ

ବୋଲଗଡ଼କୁ ମରୁଡି ଘୋଷଣା ଦାବି

ଖୋର୍ଦ୍ଧା:ଦେଶ ବିକାଶ ପଥରେ ଚାଷୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଚାଷୀଟିଏ ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନା ଫସଲ କରିଥାଏ । କିନ୍ତୁ ଗତ ଖରିଫ ଋତୁରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରେ ମରୁଡି ପରିସ୍ଥିତି ଉପୁଜିଥିଲା । ବିଶେଷକରି ବେଗୁନିଆ ନିର୍ବାଚନ ମଣ୍ଡଳୀର ବୋଲଗଡ ବ୍ଲକରେ ବର୍ଷା ଅଭାବରୁ ଉତ୍କଟ ମରୁଡ଼ି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ କରିଥିଲେ ଚାଷୀ । ସେହିପରି ବ୍ଲକର ବିଭିନ୍ନ ସ୍ଥାନରେ ଉଠା ଜଳସେଚନ ଓ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ଵାରା ହୋଇଥିବା ପ୍ରକଳ୍ପ ଚାଷ ପାଇଁ ଜଳ ଯୋଗାଇବାରେ ବିଫଳ ହୋଇଛି । ଚାଷୀ ଏଭଳି ଗୁରୁତର ସମସ୍ୟା ଦ୍ଵାରା ମରୁଡିର ସମ୍ମୁଖୀନ ହୋଇଥିବା ବେଳେ ସବୁଠି ଅଭିଯୋଗ କରି ନିରାଶ ହେଉଛନ୍ତି । ଚାଷୀ ସଂଗଠନ ବିଭିନ୍ନ ସମୟରେ ଜିଲ୍ଲାପାଳଙ୍କ ଠାରୁ ମୁଖ୍ୟମନ୍ତ୍ରୀ, 5T ଅଧ୍ୟକ୍ଷ ସମସ୍ତଙ୍କୁ ଜଣାଇଥିଲେ ହେଁ କିଛି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ।

ସେହିପରି ଚାଷୀଙ୍କ ଜମିକୁ ଥିବା ଉଠା ଜଳସେଚନ ବ୍ୟବସ୍ଥାର ପୁନରୁଦ୍ଧାର କରିବା ପାଇଁ ଖୋର୍ଦ୍ଧା ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ବେଳେ ତାହା କାର୍ଯ୍ୟରେ ପରିଣତ ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ଚାଷୀମାନେ ଗତକାଲି (ଶୁକ୍ରବାର) ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଚାରି ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ବୋଲଗଡ ବ୍ଲକକୁ ତୁରନ୍ତ ମରୁଡି ଘୋଷଣା, ଅଚଳ ହୋଇ ପଡ଼ିଥିବା ବୋରୱେଲକୁ ସଚଳ କରିବା, ଚାଷ କାର୍ଯ୍ୟ ପାଇଁ ନିଃଶୁକ୍ଳ ବିଦ୍ୟୁତ ସଂଯୋଗ, ଚାଷ ଜମିକୁ ଜଳସେଚନ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଇତ୍ୟାଦି ଦାବି କରିଛନ୍ତି ଚାଷୀ ।

ଏହା ମଧ୍ୟ ପଢନ୍ତୁ: ଜୟ କିଷାନ ଆନ୍ଦୋଳନର ବିକ୍ଷୋଭ ପ୍ରଦର୍ଶନ, ଘେରାଉ କଲେ ଜିଲ୍ଲାପାଳ ଅଫିସ

ଏହା ମଧ୍ୟ ପଢନ୍ତୁ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ, ଗଜପତିକୁ ମରୁଡି ଘୋଷଣା ଦାବି

ରାଜ୍ୟ ସରକାର ରାଜ୍ୟର ସମସ୍ତ ବର୍ଗକୁ ଆର୍ଥିକ ସହାୟତା ସହ ଦରମା ବୃଦ୍ଧି କରୁଥିବା ବେଳେ ବୋଲଗଡ଼ ଚାଷୀମାନଙ୍କ ସମସ୍ୟାର ସମାଧାନ କରୁନଥିବା କହିଛନ୍ତି ଚାଷୀ । ଯାହାଫଳରେ ଶୁକ୍ରବାର ଚାଷୀ ସଂଗଠନ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିବା ବେଳେ ବୋଲଗଡ଼କୁ ମରୁଣା ଘୋଷଣା ଏବଂ ଅନ୍ୟାନ୍ୟ ସମସ୍ୟା ଗୁଡି଼କର ସମାଧାନ ହେଲେ ଆଗାମୀ ଦିନରେ ଆସନ୍ତା ସାଧାରଣ ନିର୍ବାଚନରେ ସମ୍ପୂର୍ଣ୍ଣ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details