ଓଡିଶା

odisha

ETV Bharat / state

ନୂଆପଡା ସୀମାନ୍ତରେ ଏନକାଉଣ୍ଟର, 3 ନକ୍ସଲ ସଫା - NAXAL ENCOUNTER

ନୂଆପଡା ସୀମାନ୍ତ ଛତିଶଗଡ ଗରିଆବନ୍ଦ ଜିଲ୍ଲାରେ ଯବାନ-ନକ୍ସଲ ମଧ୍ୟରେ ଗୁଳିବିନିମୟ । ଚଳିଲେ 3 ନକ୍ସଲ । କମ୍ବିଂରେ ଉଭୟ ରାଜ୍ୟର ପୋଲିସ ସାମିଲ ।

ଛତିଶଗଡରେ ଏନକାଉଣ୍ଟର
ଛତିଶଗଡରେ ଏନକାଉଣ୍ଟର (ପ୍ରତୀକାତ୍ମକ ଫଟୋ)

By ETV Bharat Odisha Team

Published : Jan 3, 2025, 4:41 PM IST

ନୂଆପଡା:ନୂଆବର୍ଷ ଆରମ୍ଭରୁ ସୁରକ୍ଷାକର୍ମୀଙ୍କୁ ବଡ଼ସଫଳତା । ଯବାନ-ମାଓବାଦୀ ଗୁଳି ବିନିମୟରେ ଟଳିଲେ 3 ନକ୍ସଲ । ନୂଆପଡାର ସୀମାନ୍ତ ଜଙ୍ଗଲ ତଥା ଛତିଶଗଡ଼ର ଗରିଆବନ୍ଧ ଜ଼ିଲ୍ଲା କଣ୍ଡାସର, ନାଗେସ ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ଜାରି ରହିଛି ସର୍ଚ୍ଚ ଅପରେସନ । ଉଭୟ ରାଜ୍ୟର ଯବାନ ଏହି କମ୍ବିଂ ଅପରେସନରେ ସାମିଲ ଥିଲେ ।

ଉଭୟ ରାଜ୍ୟର ପୋଲିସ ଏନକାଉଣ୍ଟରେ ସାମିଲ:

ଏନକାଉଣ୍ଟର (ETV Bharat Odisha)

ନୂଆପଡା CRPF, ଏସଓଜି, ଡିଏଏଫ ଯବାନ ସମେତ ଛତିଶଗଡର ଯବାନ ମିଳିତ ଭାବେ କମ୍ବିଂ ଅପରେସନ କରୁଥିଲେ । କଣ୍ଡାସର ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ମାଓକ୍ୟାମ୍ପ ରହିଥିବା ଉଭୟ ଛତିଶଗଡ଼-ନୂଆପଡା ଯବାନଙ୍କୁ ଗୁଇନ୍ଦା ଖବର ମିଳିଥିଲା । ଖବର ପାଇବା ପରେ ଗରିଆବନ୍ଧ ଆରକ୍ଷୀ ଅଧିକ୍ଷକ,ନୂଆପଡା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ରାଜ୍ୟ ଯବାନଙ୍କ ମିଳିତ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା ।

3 ନକ୍ସଲ ନିପାତ:

ଯବାନଙ୍କ ସର୍ଚ୍ଚ ଅପରେସନ ଖବର ପାଇ ଯବାନଙ୍କୁ ଆକ୍ରମଣ କରିଥିଲେ ନକ୍ସଲ । ଯାହାର ପାଲଟା ଜବାବ ଦେଇଥିଲେ ଯବାନ । ଏହି ଗୁଳି ବିନିମୟରେ 3 ନକ୍ସଲ ନିପାତ ହୋଇଛନ୍ତି ।

ଛତିଶଗଡରେ ଏନକାଉଣ୍ଟର (ETV Bharat Odisha)

ଛତ୍ରଭଙ୍ଗ ଦେଲେ ନକ୍ସଲ, ମିଳିଲା ବନ୍ଧୁକ:

ଉଭୟ ପଟୁ ଗୁଳିବିନିମୟରେ 3 ନକ୍ସଲ ନିପାତ ହୋଇଥିବା ବେଳେ ଛତ୍ରଭଙ୍ଗ ଦେଇଥିଲେ ନକ୍ସଲ । ଘଟଣାସ୍ଥଳରୁ ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଖବର ଲେଖାଯିବା ସୁଦ୍ଧା ଏବେ ବି ଗୁଳିବିନିମୟ ଜାରି ରହିଛି । ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରହିଛି ।

ନଭେମ୍ବରରେ ମାଲକାନଗିରି ସୀମାନ୍ତରେ ହୋଇଥିଲା ଏନକାଉଣ୍ଟର

ସୂଚନା ଥାଉକି, ଗତ ନଭେମ୍ବର ମାସରେ ଛତିଶଗଡ ସୀମାନ୍ତ ଏମଭି-79 ଥାନା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ନକ୍ସଲ ନିପାତ ହୋଇଥିଲା ଏବଂ ଜଣେ ଯବାନ ଆହତ ହୋଇଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ନକ୍ସଲ ।

ଏହା ମଧ୍ୟ ପଢନ୍ତୁ:

ମାଲକାନଗିରି ଏନକାଉଣ୍ଟର, ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ

ରକ୍ତମୁଖା ଲାଲବାହିନୀ, ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ନିର୍ମମ ହତ୍ୟା

ଓଡ଼ିଶାରୁ ନକ୍ସଲ ଉପଦ୍ରବ ମୂଳପୋଛ ପାଇଁ ଜୋରଦାର ହେବ ଅପରେସନ : DGP

ଲାଲବାହିନୀ ବିରୋଧରେ ବଡ଼ ଆକ୍ସନ ପ୍ଲାନ ! ଓଡ଼ିଶା ସମେତ ୮ ନକ୍ସଲ ଉପଦ୍ରୁତ ରାଜ୍ୟ ମୁଖିଆଙ୍କ ବୈଠକ - Anti Naxal Meet

2026 ସୁଦ୍ଧା ଭାରତକୁ ନକ୍ସଲ ମୁକ୍ତ କରିବାକୁ ଲକ୍ଷ୍ୟ:

ଭାରତକୁ ନକ୍ସଲ ମୁକ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ 2026 ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା । ଏଥିପାଇଁ ମାଓ ବିରୋଧି ଅପରେସରନ ଜୋରଦାର ଜାରି ରହିଛି । ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ଏକାଧିକତ ଯୋଜନା କରୁଛନ୍ତି ସରକାର । ଏଥିସହ ଯେଉଁ ସବୁ ରାଜ୍ୟରେ ନକ୍ସଲଙ୍କ ପ୍ରାଦ୍ୟୁଭାବ ଅଧିକ ରହିଛି ସେସବୁ ରାଜ୍ୟରେ କମ୍ବିଂ ଅପରେସନ ଜୋରଦାର କରାଯାଉଛି ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details