ଓଡିଶା

odisha

ETV Bharat / state

ଲ୍ୟାଣ୍ଡଫଲ ପୂର୍ବରୁ ଡରାଇଲାଣି ‘ଦାନା’: କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ବର୍ଷା-ପବନ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବର୍ଷିବ

ବାତ୍ୟା ‘ଦାନା’ର ପ୍ରଭାବ ଓଡ଼ିଶା ଉପକୂଳରେ ଅନୁଭୂତ । ଭିତରକନିକା-ଧାମରାରେ ଲ୍ୟାଣ୍ଡଫଲ କରିବାକୁ ଥିବା ବେଳେ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ବର୍ଷା ପବନ ଆରମ୍ଭ ହୋଇଛି ।

ଲ୍ୟାଣ୍ଡଫଲ୍‌ ପୂର୍ବରୁ ପ୍ରକୋପ ଦେଖାଇଲାଣି ‘ଦାନା’: କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ବର୍ଷା- ପବନ ଆରମ୍ଭ
ଲ୍ୟାଣ୍ଡଫଲ୍‌ ପୂର୍ବରୁ ପ୍ରକୋପ ଦେଖାଇଲାଣି ‘ଦାନା’: କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ବର୍ଷା- ପବନ ଆରମ୍ଭ (ETV Bharat Odisha)

By ETV Bharat Odisha Team

Published : 4 hours ago

କେନ୍ଦ୍ରାପଡା/ଭଦ୍ରକ/ବାଲେଶ୍ବର:ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କରିବାକୁ ଯାଉଥିବା ଆସନ୍ନବାତ୍ୟା ‘ଦାନା’ ଓଡିଶା ଉପକୂଳର ନିକଟତର ହେଉଛି । ଲ୍ୟାଣ୍ଡଫଲ ପୂର୍ବରୁ ଏହାର ପ୍ରାକ-ପ୍ରଭାବ ଉତ୍ତର ଉପକୂଳରେ ଆରମ୍ଭ ହୋଇସାରିଛି । ଆଜି ସକାଳୁ ବର୍ଷା ସହ ହାଲୁକା ପବନ ବୋହିବା ଆରମ୍ଭ କରିଛି । ବିଶେଷ ଭାବେ କେନ୍ଦ୍ରପଡା, ଭଦ୍ରକ, ବାଲେଶ୍ବରରେ ବାତ୍ୟାର ପ୍ରଭାବ ଅନୁଭୂତ ହେବା ଆରମ୍ଭ କରିସାରିଛି ।

କେନ୍ଦ୍ରାପଡାରେ ପବନରେ ଗଛ ଭାଙ୍ଗିଲା: -

ପୂର୍ବ କେନ୍ଦ୍ରପଡାରେ ଗତକାଲିଠାରୁ ବର୍ଷା ଜାରି ରହିଛି । ଆଜି ସକାଳୁ ବର୍ଷାର ପରିମାଣ ମଧ୍ୟ ବଢିଛି । ତୁହାକୁ ତୁହା ଝଟକା ପବନ ମଧ୍ୟ ବୋହିବା ଆରମ୍ଭ କରିଛି । କେନ୍ଦ୍ରାପଡା ବ୍ଲକ ଅଧୀନ ଖମାରସାହି ପଞ୍ଚାୟତର କିଛି ସ୍ଥାନରେ ବଡ଼ ବଡ଼ ଗଛ ସବୁ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ଯୋଗାଯୋଗ ସାମୟିକ ବିଛିନ୍ନ ହୋଇଛି । ସ୍ଥାନୀୟ ଜନପ୍ରତିନିଧି ଓ ଗ୍ରାମବାସୀଙ୍କ ଦ୍ବାରା ଏହି ଗଛଗୁଡିକୁ କଟାଯାଇ ରାସ୍ତା ସଫା କରାଯାଇଛି ।

ଲ୍ୟାଣ୍ଡଫଲ୍‌ ପୂର୍ବରୁ ପ୍ରକୋପ ଦେଖାଇଲାଣି ‘ଦାନା’: କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ବର୍ଷା- ପବନ ଆରମ୍ଭ (ETV Bharat Odisha)

ଭଦ୍ରକରେ ବର୍ଷା ସାଙ୍ଗକୁ ପବନ:-

ସେହିପରି ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଅନ୍ୟତମ ଜିଲ୍ଲା ଭଦ୍ରକରେ ମଧ୍ୟ ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ପରି ସମାନ ସ୍ଥିତି ଦେଖିବାକୁ ମିଳିଛି । ଧାମରା, ଚାନ୍ଦବାଲି, ଧାମନଗର ଓ ଏହାର ଆଖପାଖ ଅଞ୍ଚଳରେ ପବନର ଗତି ବଢିବା ସାଙ୍ଗକୁ ହାଲୁକା ବର୍ଷା ଆରମ୍ଭ ହୋଇଛି । ସମୁଦ୍ର ମଧ୍ୟ ଅଶାନ୍ତ ହେବାରେ ଲାଗିଛି ।

ବାଲେଶ୍ବରରେ ବଢୁଛି ବର୍ଷା:

ଲ୍ୟାଣ୍ଡଫଲ୍‌ ପୂର୍ବରୁ ପ୍ରକୋପ ଦେଖାଇଲାଣି ‘ଦାନା’: କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ବର୍ଷା- ପବନ ଆରମ୍ଭ (ETV Bharat Odisha)

ଉତ୍ତର-ଉପକୂଳ ଜିଲ୍ଲା ବାଲେଶ୍ବରରେ ବାତ୍ୟାର ପ୍ରଭାବ ଆରମ୍ଭ ହୋଇଗଲାଣି । ଜିଲ୍ଲାରେ ଗତକାଲି ସଂଧ୍ୟାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସକାଳେ ବର୍ଷାର ପରିମାଣ ବଢିଛି । ପବନର ବେଗ ମଧ୍ୟ କ୍ରମଶଃ ତୀବ୍ର ହେବାରେ ଲାଗିଛି । ସମୁଦ୍ର ମଧ୍ୟ ଅଶାନ୍ତ ହେବା ଆରମ୍ଭ କରିଛି । ଧିରେ ଧିରେ ବର୍ଷା ଓ ପବନର ବେଗ ବଢିବ । ଆଜି ଅପରାହ୍ନ ସୁଦ୍ଧା ପ୍ରାୟ ୪୦ ରୁ ୫୦ କି.ମି ବେଗରେ ପବନ ବୋହିବା ନେଇ ପୂର୍ବାନୁମାନ କରାଯାଉଛି । ମଧ୍ୟରାତ୍ରିରେ ବାତ୍ୟା ଧାମରା ଓ ଭିତରକନିକା ମଧ୍ୟରେ ବାତ୍ୟା ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details