ଓଡିଶା

odisha

ETV Bharat / state

ପାରାଦ୍ୱୀପଠୁ ୪୬୦ କିମି ଦୂରରେ ରହିଛି ବାତ୍ୟା 'ଦାନା'; ଆସିଲା ବଡ଼ ଅପଡେଟ୍

ବାତ୍ୟା ଉତ୍ତର-ପଶ୍ଚିମ ମୁହାଁ ହୋଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି । ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ।

CYCLONE DANA UPDATES BY IMD
CYCLONE DANA UPDATES BY IMD (ETV Bharat Odisha)

By ETV Bharat Odisha Team

Published : 4 hours ago

Updated : 4 hours ago

ଭୁବନେଶ୍ବର:ଭୀଷଣ ବାତ୍ୟା ହୋଇ ଓଡ଼ିଶାରେ ସ୍ଥଳଭାଗ ଛୁଇଁବ ବାତ୍ୟା ଦାନା । ପୂର୍ବ କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପ ସାଗରରେ ଏହା ସକ୍ରିୟ ରହିଛି । ଏହା ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୧୨ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି । ପାରାଦ୍ବୀପ ଠାରୁ ୪୬୦ କିମି ଦୂରରେ ଏହା ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହେଉଛି । ସେହିପରି ଧାମରାରୁ ୪୯୦ କିମି ଦୂରରେ ଓ ସାଗର ଆଇଲାଣ୍ଡ ବା ପଶ୍ଚିମବଙ୍ଗ ଠାରୁ ୫୪୦ କିମି ଦୂରରେ ଦକ୍ଷିଣ ଦକ୍ଷିଣ ପୂର୍ବ କେନ୍ଦ୍ରୀଭୂତ ହୋଇଛି ।

ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ:

ବାତ୍ୟା 'ଦାନା' ଉତ୍ତର-ପଶ୍ଚିମ ମୁହାଁ ହୋଇ ଗତି କରୁଛି ।ଏହା ଅଧିକ ଘନୀଭୂତ ହୋଇ ପୁରୀ ଓ ସାଗର ଆଇଲାଣ୍ଡ ହୋଇ ଆସନ୍ତା ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଭୀଷଣ ବାତ୍ୟାର ରୂପ ନେଇ ଏହା ଗତି କରିବା ସହ ପବନର ବେଗ ୧୦୦ ରୁ ୧୧୦ ପବନ ସହ ୧୨୦ କିଲୋମିଟର ଝଟକା ପବନ ରହିବ । ୨୪ ତାରିଖ ରାତି ଓ ୨୫ ତାରିଖ ସକାଳ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

CYCLONE DANA UPDATES BY IMD (ETV Bharat Odisha)

ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ:
ଆଜି ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଥିବାବେଳେ ରାଜ୍ୟରେ କିଛି ଅଞ୍ଚଳରେ ବର୍ଷା ଜାରି ରହିଛି । ପାରାଦ୍ବୀପରୁ ରାଡାରରୁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା, ବଢ଼ିଛି ପବନର ବେଗ । ସମୁଦ୍ର ଅଶାନ୍ତ ରହିଛି । ପୁରୀ, ଧାମରା,ପାରାଦ୍ବୀପ ବନ୍ଦର ପାଇଁ ୧୦ ନମ୍ବର ବିପଦ ସଙ୍କେତ ଜାରି ହୋଇଥିବା ବେଳେ ଗୋପାଳପୁରକୁ ଜାରି ହୋଇଛି ୮ ନମ୍ବର ବିପଦ ସଙ୍କେତ ।

୨୪ ତାରିଖର କେଉଁ କେଉଁ ଜିଲ୍ଲାକୁ ଆର୍ଲଟ ?

୨୪ ତାରିଖରୁ ସାରା ରାଜ୍ୟରେ ବିସ୍ତୃତି ବର୍ଷା ହେବା ସହ ଭୀଷଣ ବର୍ଷାକୁ ନେଇ ଜଗସିଂପୁର, କେନ୍ଦ୍ରାପଡ଼ା , କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜକୁ ରେଡ୍ ଆଲର୍ଟ ଜାରି ହୋଇଛି । ପ୍ରବଳରୁ ଅତି ପ୍ରବଳ ପାଇଁ ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ, ଢେଙ୍କାନାଳରେ ଅରେଞ୍ଜ ୱାର୍ଣ୍ଣିଂ ସହ ପ୍ରବଳ ବର୍ଷା ପାଇଁ ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ଦେଓଗଡ, ସୁନ୍ଦରଗଡ, କନ୍ଧମାଳରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

୨୫ ତାରିଖର କେଉଁ ଜିଲ୍ଲାକୁ ରେଡ୍ ଆର୍ଲଟ ?

୨୫ ତାରିଖରେ ବାଲେଶ୍ୱର, କେନ୍ଦୁଝର ,ଭଦ୍ରକ ଓ ମୟୁରଭଞ୍ଜକୁ ରେଡ୍ ଆଲର୍ଟ । ସେହିପରି ପ୍ରବଳରୁ ଅତି ପ୍ରବଳ ପାଇଁ ଯାଜପୁର, କେନ୍ଦ୍ରାପଡା ,ଢେଙ୍କାନାଳ, ଅନୁଗୁଳ, କଟକ ଓ ଜଗତସିଂହପୁରରେ ଅରେଞ୍ଜ ୱାର୍ଣ୍ଣିଂ ସହ ପ୍ରବଳ ବର୍ଷା ପାଇଁ ଦେଓଗଡ, ସୁନ୍ଦରଗଡ, ସମ୍ବଲପୁର, ଖୋର୍ଦ୍ଧା ,ଝରୁଗୁଡ଼ା ଏବଂ ପୁରୀରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ ...ସରକାର ପ୍ରସ୍ତୁତ; ଗ୍ରାଉଣ୍ଡ ଜିରୋରେ ଅଛନ୍ତି ମନ୍ତ୍ରୀ ଓ ଅଧିକାରୀ କହିଲେ ରାଜସ୍ୱ ମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ ...କେନ୍ଦ୍ରାପଡ଼ାରେ ବାତ୍ୟା 'ଦାନା' ଭୟ: ହେନ୍ତାଳ ବଣ ଭରସା, କାରଣ ଜାଣନ୍ତୁ...

ଏହା ମଧ୍ୟ ପଢନ୍ତୁ ...ମାଡ଼ି ଆସୁଛି 'ଦାନା'; ଅସ୍ୱାସ୍ଥ୍ୟକର, ଅବ୍ୟବସ୍ଥା ଓ ଅସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳୀ ! ‘ଇଟିଭି ଭାରତ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟ


୨୬ ତାରିଖରେ ଏହି ଜିଲ୍ଲାକୁ ଆର୍ଲଟ ...

CYCLONE DANA UPDATES BY IMD (ETV Bharat Odisha)

୨୬ରେ ମଧ୍ୟ ଭାରି ବର୍ଷା ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ରହିବ l କିଛି ସ୍ଥାନରେ ଅର୍ଥାତ କେନ୍ଦ୍ରାପଡା, ଜଗତସିଂହପୁର,ଭଦ୍ରକ ଜିଲ୍ଲାରେ ସମୁଦ୍ର ପାଣି ମାଡିଆସିବାର ସମ୍ଭାବନା ରହିଛି । ସାଧାରଣ ଜୁଆରର ୧ ରୁ ୨ ମିଟର ଜୁଆର ମାଡିଆସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଭୁବନେଶ୍ବରରେ ପାଗ ମେଘୁଆ ରହିବ। ୨୪ ଓ ୨୫ରେ ବର୍ଷା ହେବ । ପବନର ବେଗ ୬୦ରୁ ୭୦ ରହିବ ।


ଇଟିଭି ଭାରତ, ଭୁବନେଶ୍ବର

Last Updated : 4 hours ago

ABOUT THE AUTHOR

...view details