ଓଡିଶା

odisha

ETV Bharat / state

ଫେକ ଆପରେ ଥାଇଲାଣ୍ଡରେ ବସି ଠକୁଥିଲା, ଶାଶୁ ଘରୁ ବାନ୍ଧିଲା ପୋଲିସ - CYBER FRAUD ARRESTED

ଇନଭେଷ୍ଟ ନାଁରେ ଥାଇଲାଣ୍ଡରେ ବସି ଲୋକଙ୍କୁ ଠକୁଥିଲା ସୁରେନ୍ଦ୍ର । ଶ୍ବଶୁର ଘରକୁ ଆସିଥିବାବେଳେ ମାଡ଼ି ବସିଲା ସାଇବର ପୋଲିସ ।

CYBER FRAUD ARRESTED IN RAYAGADA
CYBER FRAUD ARRESTED IN RAYAGADA (ETV Bharat Odisha)

By ETV Bharat Odisha Team

Published : Jan 22, 2025, 8:03 AM IST

କଟକ: ହାଇପ୍ରୋଫାଇଲ ଠକେଇ ତରିକା । ଗିରଫ ହେଲା ଥାଇଲାଣ୍ଡ ସାଇବର ଠକ । ବିଦେଶରେ ବସି କରୁଥିଲା ସାଇବର ଠକେଇ । ଫୋରଏକ୍ସ କମ୍ପାନୀ କହି ଲୋକଙ୍କଠୁ ଇନଭେଷ୍ଟ ନାଁରେ ଲୁଟିଥିଲା କୋଟି କୋଟି ଟଙ୍କା । ପ୍ରଥମେ ଇନଭେଷ୍ଟ ଟଙ୍କାର ଫେରସ୍ତ ସଠିକ ଢ଼ଙ୍ଗରେ କରି ଲୋକଙ୍କୁ ଲଗାଉଥିଲା ଚୂନ । ଏହାପରେ ଖେଳିଥିଲା ତାର ପ୍ରକୃତ ଖେଳ । ଫେକଆପ୍ ଜରିଆରେ ଟଙ୍କା ନେବା ସହ ଲୋକଙ୍କୁ ଆଶ୍ବସନା ଦେବା ପର, ସମୟ ଗଡ଼ିବା ପରେ ଦେଖାଇଥିଲା ତାର ଅସଲ ଚେହେରା । ଏପରିକି ୬ ଜଣ ବ୍ୟକ୍ତିଙ୍କୁ ବିଦେଶ ଯାତ୍ରା କରିବା ବାହାନାରେ ଥାଇଲାଣ୍ଡ ଡାକି ସେମାନଙ୍କ ବିଶ୍ୱାସ ଜିତି କରିଥିଲା ଲୁଟ ।

୧୦ ଲକ୍ଷ ଟଙ୍କା ଇନଭେଷ୍ଟ ପରେ କାମ ଦେଲାନି ଆପ୍:

CYBER FRAUD ARRESTED IN RAYAGADA (ETV Bharat Odisha)

ଯେତେବେଳେ ଅଭିଯୋଗକାରୀ ୧୦ ଲକ୍ଷ ଟଙ୍କା ଇନଭେଷ୍ଟ କରିବା ପରେ ସେହି ଆପଟି ବନ୍ଦ ହୋଇଗଲା ଓ ସବୁ ଟଙ୍କା ଆଖି ପିଛୁଳାକେ ଚଳୁ କରିଥିଲା ଠକ । ଏନେଇ କଟକର ସାଇବର ଥାନାରେ ମାମଲା ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ବିଭିନ୍ନ ଲିଙ୍କ୍ ଜରିଆରେ ଅଭିଯୁକ୍ତକୁ ରାୟଗଡାରୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଅଭିଯୁକ୍ତ ଜଣକ ହେଉଛି ସୁରେନ୍ଦ୍ର ସାହୁ ଶ୍ବଶୁର ଘରକୁ ଆସିଥିଲା ବେଳେ ହ୍ୟାଣ୍ଡକପ ପକାଇଲା ପୋଲିସ । ଏହି ଘଟଣାରେ ଅଭିଯୁକ୍ତ ସୁରେନ୍ଦ୍ରଙ୍କ ସହଯୋଗୀଙ୍କୁ ପୋଲିସ ତଦନ୍ତ ରାଡ଼ାର ମଧ୍ୟରେ ରଖିଛି । ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି କଟକ ଡିସିପି ।

ଏପରି କହିଲେ କଟକ ଡିସିପି:

ଏନେଇ କଟକ ଡିସିପି ଜଗମୋହନ ମୀନାକହିଛନ୍ତି," ସାଇବର ଥାନାରେ ଗତ 20/12/2024 ଦିନ ଗୋଟିଏ ମାଲଲା ରୁଜୁ ହୋଇଥିଲା ଯାହାର କେସ ନଂ ୯୯ । ଗୋଟିଏ ଲୋକ ଥାଇଲାଣ୍ଡରେ ବସି ଫେକ୍ କମ୍ପାନୀ ଖୋଲିଥିଲା । ଯାହାର ନାମ ଫୋରଏକ୍ସ ରଖିଥିଲା ଏବଂ ଗୋଟିଏ ଫେକଆପ୍ ମଧ୍ୟ କରିଥିଲା ।ଯେଉଁଥିରେ ଲୋକମାନେଙ୍କୁ ମୋଟାଅଙ୍କର ଟଙ୍କା ଲଗାଇବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଉଥିଲା ଏବଂ କମ ସମୟ ମଧ୍ୟରେ ଅଧିକ ସୁଧ ଦେଇଥିଲା ।ଏପରିକି ୬ ଜଣ ବ୍ୟକ୍ତିଙ୍କୁ ବିଦେଶ ଯାତ୍ରା କରିବା ବାହାନାରେ ଥାଇଲାଣ୍ଡ ଡାକି ସେମାନଙ୍କ ବିଶ୍ୱାସ ଜିତିଥିଲା । "

ଏହା ମଧ୍ୟ ପଢନ୍ତୁ...NIBରେ ଚାକିରି କରାଇବା ନାଁରେ ଠକେଇ, ପୋଲିସ ପଞ୍ଝାରେ ସାଇବର ଠକ - CYBER SCAM

ଏହା ମଧ୍ୟ ପଢନ୍ତୁ...'ପିଗ୍‌ ବୁଚରିଂ ସ୍କାମ' କଣ ? ହ୍ବାଟ୍ସଆପ୍‌-ଫେସବୁକରେ ଟାର୍ଗେଟ କରୁଛନ୍ତି ଠକ; ସତର୍କ କରାଇଲେ ସରକାର - PIG BUTCHERING SCAM EXPLAINED

ଏହା ମଧ୍ୟ ପଢନ୍ତୁ...2024ରେ ବଡ଼ ଟେକ୍‌ ଓ ସାଇବର ଅପରାଧ; ଠକାମିର ଶିକାର ହେଲେ ଲକ୍ଷ ଲକ୍ଷ ଲୋକ - YEARENDER 2024

'ଫେକ ଆପ୍ ବ୍ୟବହାରରୁ ନିବୃତ୍ତ ରୁହନ୍ତୁ' :

"ଯେତେବେଳେ ଅଭିଯୋଗକାରୀ ୧୦ ଲକ୍ଷ ଟଙ୍କା ଇନଭେଷ୍ଟ କରିଥିଲେ,ଠିକ୍ ତା'ପରେ ଆପଟି ବନ୍ଦ ହୋଇଗଲା । ଏନେଇ କଟକ ସାଇବର ଥାନାରେ ମାମଲା ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ଜଣକ ହେଉଛି ସୁରେନ୍ଦ୍ର ସାହୁ ସେ ରାୟଗଡ଼ା ନିଜ ଶ୍ବଶୁର ଘରକୁ ଆସିଥିଲା । ତେବେ ଫେକ ଆପ୍ ଆଜିକାଲି ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ପ୍ରସାର ହେଉଛି। ତେଣୁ ଏଥିରୁ ନିବୃତ୍ତ ରୁହନ୍ତୁ । "

ଇଟିଭି ଭାରତ, କଟକ

ABOUT THE AUTHOR

...view details