ଓଡିଶା

odisha

ETV Bharat / state

ସିମ୍ ବକ୍ସ ପରେ ଫେକ୍ କଲ ସେଣ୍ଟର, ରାଜଧାନୀରେ ବଡ଼ ସାଇବର ଠକେଇର ପର୍ଦ୍ଦାଫାସ

ଭୁବନେଶ୍ବରରେ ନକଲି କଲ ସେଣ୍ଟର ଠାବ । ସିମ ବକ୍ସ ନେଟୱର୍କ ପରେ ଆପାର୍ଟମେଣ୍ଟରେ ବଡ଼ ଠକେଇର ଜାଲ ବିଛାଇଥିଲେ ସାଇବର ଠକ ।

By ETV Bharat Odisha Team

Published : 5 hours ago

FRAUD CALL CENTER
FRAUD CALL CENTER (ETV Bharat Odisha)

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ସାଇବର ଠକ । ବଡ଼ଧରଣର ସାଇଫ୍ରଡ ନେଟୱାର୍କର ଆଜି ଖୁଲାସା କରିଛି କମିଶନରେଟ ପୋଲିସ । ଆପାର୍ଟମେଣ୍ଟରେ ଚାଲୁଥିଲା ଫେକ କଲ ସେଣ୍ଟର । ସାଇବର ଫ୍ରଡକଲ କରୁଥିବା ସେଣ୍ଟରକୁ ଠାବ କରିଛି କମିଶନରେଟ ପୋଲିସ । ସୁନ୍ଦରପଦାର ଏକ ଆପାର୍ଟମେଣ୍ଟରୁ 6 ଜଣଙ୍କୁ ଅଟକ ରଖିଛି । ଲାପଟପ, ମୋବାଇଲ, ଇଣ୍ଟରନେଟ ରାଉଟରକୁ ଜବତ କରିଛି ପୋଲିସ ।

FRAUD CALL CENTER (ETV Bharat Odisha)

ଭଡା ଘରେ ଚାଲିଥିଲା କଲ ସେଣ୍ଟର:

ଭୁବନେଶ୍ବର ଡିସିପି ପିନାକ ମିଶ୍ର କହିଛନ୍ତି, ‘ଭୁବନେଶ୍ବର ସୁନ୍ଦରପଦା ଅଞ୍ଚଳର କାଞ୍ଚନ ଟାଓ୍ବାର ଆପାର୍ଟମେଣ୍ଟରେ କମିଶନରେଟ ପୋଲିସ ଚଢାଉ କରିଛି । ଏଠାରେ ଫେକ କଲ ସେଣ୍ଟର ଠାବ କରାଯାଇଛି । ଏକ ଭଡା ଘରେ ଏହି କଲ ସେଣ୍ଟର ଚାଲୁଥିଲା । କାଞ୍ଚନ ଟାଓ୍ବାର ବ୍ଲକ-ଏ 205 ନମ୍ବର ଫ୍ଲାଟରେ ଚଢାଉ କରିଛି ପୋଲିସ ।’

FRAUD CALL CENTER (ETV Bharat Odisha)

6 ଅଟକ:

ସୂଚନା ଥାଉକି, କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ନକଲି କଲ ସେଣ୍ଟର ଚାଲିଥିବା ଖବର ପାଇଥିଲା ପୋଲିସ । ଆଜି ଟିମ ସହ ଚଢାଉ କରିଥିଲା କମିଶନରେଟ ପୋଲିସ । ଏଇଠୁ ଲୋକଙ୍କୁ ଫ୍ରଡ କଲ କରି ଠକୁଥିଲେ ସାଇବର ଠକ । ତେବେ ପୋଲିସ ଏହି ନକଲି କଲ ସେଣ୍ଟର ଚଳାଉଥିବା 6 ଜଣଙ୍କୁ ଅଟକ ରଖିଛି । ସେମାନଙ୍କ ଠାରୁ ଲାପଟପ, ମୋବାଇଲ ସମେତ ଅନେକ ସାମଗ୍ରୀ ଜବତ କରାଯାଇଛି । ତେବେ ଘଟଣାର ଖୋଳତାଡ କରୁଛି କମିଶନରେଟ ପୋଲିସ । ତଦନ୍ତ ପରେ ଜଣାପଡିବ କିଏ କିଏ ଏହି ନେଟୱାର୍କରେ ସାମିଲ ଅଛନ୍ତି । କେମିତି ଲୋକଙ୍କୁ ଚୂନ ମରାଯାଉଥିଲା ତାହାର ତଦନ୍ତ କରୁଛି ପୋଲିସ ।

FRAUD CALL CENTER (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

କମ୍ପାନି ମାଲିକ ସିମ ବକ୍ସ ମାଷ୍ଟରମାଇଣ୍ଡ: ଭାରତର 2 ରାଜଧାନୀରେ ବିଛାଇଥିଲା ଜାଲ, ଢାକାରୁ ସ୍ମାର୍ଟ ସ୍ବିଚରେ କରୁଥିଲା ଅପରେଟ୍ - SIM Box Racket

ଭାରତରେ ବାଂଲାଦେଶୀଙ୍କ ବଡ଼ ଷଡଯନ୍ତ୍ର ! ଓଡ଼ିଶା ପରେ ଝାଡ଼ଖଣ୍ଡରେ ଲାଗିଛି ସିମ ବକ୍ସ, ସନ୍ଦିଗ୍ଧ ରହିଥିବା ହୋଟେଲରେ ପୋଲିସର ଛାନଭିନ - SIM Box Racket Jharkhand Link

ସିମ ବକ୍ସ ଜବତ ଘଟଣାରେ ବିଦେଶୀ ଲିଙ୍କ: ସ୍ମାର୍ଟସିଟିରେ ନେଟୱାର୍କ ଚଳାଇଥିଲା ବାଂଲାଦେଶୀ, ଚୀନ-ପାକିସ୍ତାନକୁ ଯାଉଥିଲା କଲ - Bangladesh link In SIM Box Racket

FRAUD CALL CENTER (ETV Bharat Odisha)

ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି କି ରାଜଧାନୀ:

ପୂର୍ବରୁ ମଧ୍ୟ ସିମବକ୍ସ ରାକେଟ ଧରିଥିଲା ପୋଲିସ । ଏଥିରେ ବାଂଲାଦେଶ ଲିଙ୍କ ସାମ୍ନାକୁ ଆସିଥିଲା । ବାଂଲାଦେଶ ଯୁବକ ପଶ୍ଚିମବଙ୍ଗ ଯୁବକ ସହାୟତାରେ ଭୁବନେଶ୍ବରରେ ଲଗାଇଥିଲା ସିମବକ୍ସ । ଯାହାକି ବିଦେଶକୁ କଲ୍‌ କରାଯାଉଥିଲା । ଏହି ଘଟଣାର ଖୋଳତାଡ ପୋଲିସ କରିଥିବା ବେଳେ ପୁଣି ସାମ୍ନାକୁ ଆସିଛି ନକଲି କଲ ସେଣ୍ଟର ।

FRAUD CALL CENTER (ETV Bharat Odisha)

ABOUT THE AUTHOR

...view details